ସରକାରଙ୍କ ବଡ଼ ଭେଟି । ବେକାରୀ ଯୁବକଙ୍କୁ ଏବେ ମିଳିବ ମାସିକ ୨୫୦୦ ଟଙ୍କା ଭତ୍ତା ।

0

Get real time updates directly on you device, subscribe now.

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ପ୍ରକାରର ଯୋଜନା ସବୁ ଚାଲିଛି । ସରକାରଙ୍କ ଏହି ଜନ କଲ୍ୟାଣକାରୀ ଯୋଜନା ମହିଳାଙ୍କ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେଉଛି ।

ଏହି ସମସ୍ତ ଯୋଜନା ମଧ୍ୟରେ ଗୋଟେ ରାଜ୍ୟର ସରକାର ବେକାର ଯୁବକ ଯୁବତୀମାନଙ୍କୁ ପ୍ରତି ମାସରେ ଆର୍ଥିକ ସହାୟତା ଉଦ୍ଦେଶ୍ୟରେ ବେରୋଜଗାରୀ ଭତ୍ତା ଦେବାକୁ ଘୋଷଣା କରିଛନ୍ତି । ହଁ ଆଜ୍ଞା ଦର୍ଶକବନ୍ଧୁ ଯୁବବର୍ଗଙ୍କୁ ଛତିଶଗଡ଼ ସରକାରଙ୍କ ବଡ଼ ଭେଟି । ବେକାରୀ ଯୁବକଙ୍କୁ ମିଳିବ ମାସିକ ଭତ୍ତା ।

ବେକାରୀ ଯୁବକଙ୍କୁ ମାସିକ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ବିଧାନସଭାରେ ବଜେଟ୍ ଉପସ୍ଥାପନ ବେଳେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ବଜେଟରେ ବେରୋଜଗାରୀ ଯୁବକଙ୍କ ପାଇଁ ମାସିକ ୨୫ଶହ ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଛତିଶଗଡ଼ ସରକାର ୨୦୨୩-୨୪ ପାଇଁ ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଯାହା ସବୁଠାରୁ ବଡ଼ ବଜେଟ୍ ବୋଲି କୁହାଯାଉଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ୧୮ରୁ ୩୫ ବର୍ଷର ବେକାର ଯୁବକଯୁବତୀଙ୍କୁ ମାସକୁ ୨୫୦୦ ଟଙ୍କା ବେକାରୀ ଭତ୍ତା ଦେବାକୁ ଘୋଷଣା କରିଛନ୍ତି । ତେବେ ବର୍ତମାନ ଜାଣନ୍ତୁ କେଉଁମାନଙ୍କୁ ମିଳିବ ଏହି ବେକାରୀ ଭତ୍ତାର ଲାଭ

ଆବେଦନକାରୀ ଛତିଶଗଡ଼ର ସ୍ଥାୟୀ ବାସିନ୍ଦା ହେବା ସହ ତାଙ୍କର ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏଥିସହିତ ଆବେଦନକାରୀଙ୍କ ଦ୍ୱାଦଶ ପାସ କରିଥିବା ଜରୁରୀ । ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ଅଢ଼େଇ ଲକ୍ଷରୁ କମ୍ ସେମାନଙ୍କୁ ଏହି ଭତ୍ତା ମିଳିବ ।

ଏହାଛଡ଼ା ଆବେଦନକାରୀ ରାଜ୍ୟର କୌଣସି ଜିଲ୍ଲା ରୋଜଗାର ଓ ସ୍ୱରୋଜଗାର ମାର୍ଗଦର୍ଶନ କେନ୍ଦ୍ରରେ ନାମ ପଞ୍ଜିକରଣ କରିଥିବେ । ଏହି ଯୋଜନାରେ ଯୋଗ୍ୟ ଆବେଦନକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରତି ମାସରେ ୨୫୦୦ ଟଙ୍କା ପଠାଯିବ । ଏହି ସହାୟତା ମାଧ୍ୟମରେ ବେକାର ଯୁବକମାନେ ନିଜର କୌଶଳ ବିକାଶ ପାଇଁ ତାଲିମ୍ ନେବା ସହ କାର୍ଯ୍ୟର ସନ୍ଧାନ କରିପାରିବେ ।

ତେବେ ଯୋଗ୍ୟ ବିବେଚିତ ଯୁବକ ମାସିକ ଭତ୍ତା ପାଇବାର ବର୍ଷକ ମଧ୍ୟରେ ଯଦି କୌଣସି ଚାକିରି ନପାଆନ୍ତି, ତା’ହେଲେ ସରକାର ଏହି ଭତ୍ତାର ସମୟ ସୀମାକୁ ଆଉ ବର୍ଷକ ପାଇଁ ବଢ଼ାଇବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.