ସରକାରଙ୍କ ବଡ଼ ଘୋଷଣା : ଏବେ ଗୃହିଣୀ ମାନଙ୍କୁ ମିଳିବ ମାସିକ ୧୦୦୦ ଟଙ୍କାର ଭତ୍ତା ।

0

Get real time updates directly on you device, subscribe now.

ବନ୍ଧୁଗଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅନେକ ପ୍ରକାରର ଯୋଜନା ସବୁ ଚାଲିଛି । ସରକାରଙ୍କ ଏହି ଜନ କଲ୍ୟାଣକାରୀ ଯୋଜନା ମହିଳାଙ୍କ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେଉଛି ।

ଏହି ସମସ୍ତ ଯୋଜନା ମଧ୍ୟରେ ଗୋଟେ ରାଜ୍ୟର ସରକାର ସାଧାରଣ ଗୃହିଣୀ ମାନଙ୍କ ପାଇଁ ପ୍ରତି ମାସରେ ଆର୍ଥିକ ସହାୟତା ଉଦ୍ଦେଶ୍ୟରେ ଗୃହିଣୀ ଭତ୍ତା ଦେବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ସମୟରେ ନାରୀମାନଙ୍କ ପ୍ରତି ଅନେକ ଅତ୍ୟାଚାର ଏବଂ ଖରାପ ବ୍ୟବହାର ବଢ଼ି ଚାଲିଛି ।

ସେଥିପାଇଁ ସରକାରଙ୍କ ପକ୍ଷରୁ ମହିଳାମାନଙ୍କ ପାଇଁ ଅନେକ ପ୍ରକାର ସ୍କିମ୍ ମଧ୍ୟ ଯୋଗାଇ ଦିଆଯାଉଛି । ନାରୀମାନଙ୍କ ପାଇଁ ଅନେକ ସଂଘ ମଧ୍ୟ ପ୍ରସ୍ତୁତ ହୋଇଛି । ଅନେକ କ୍ଷେତ୍ରରେ ନାରୀ ସଶକ୍ତି କରଣ ସଂଗଠନ ମଧ୍ୟ ହୋଇଛି । ବର୍ତ୍ତମାନ ସମୟରେ ମହିଳା ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି ।

ଯେଉଁଥିରେ ସମସ୍ତ ମହିଳାମାନଙ୍କୁ ପ୍ରତ୍ୟେକ ମାସ ୧୦୦୦ ଟଙ୍କା ଆସିବ । ଆଜ୍ଞା ହଁ ସରକାର ଅନେକ ପ୍ରକାର ଭତ୍ତା ଦେଉଥିବା ବେଳେ ଏବେ ଗୃହିଣୀ ମାନଙ୍କ ପାଇଁ ଘୋଷଣା କରିଛନ୍ତି ଗୃହିଣୀ ଭତ୍ତା ।ତେବେ ଗୃହିଣୀଙ୍କୁ ମିଳିବ ୧୦୦ କି ୫୦୦ ନୁହେଁ ପୂରା ୧୦୦୦ ଟଙ୍କା ମାସିକ । ଘରେ ବସି ଗୃହିଣୀ ମାନେ ଏବେ ପାଇପାରିବେ ମାସିକ ଭତ୍ତା ।

ସରକାର ଆଣିଲେ ଏଭଳି ନୂଆ ନିୟମ । ଆପଣମାନେ ତୋ ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ଅବିବାହିତ ଭତ୍ତା ଏଭଳି ଅନେକ ଭତ୍ତାର ନାଆଁ ଶୁଣିଥିବେ । କିନ୍ତୁ ଏହି ଗୃହିଣୀ ଭତ୍ତା ବିଷୟରେ ଆଗରୁ କଣ କେବେ ଶୁଣିଥିଲେ କି? ଘର କାମ କଲେ ଏବେ ଗୃହିଣୀଙ୍କୁ ମିଳିବ ମାସିକ ଭତ୍ତା।

ଏହାଦ୍ବାରା ଗୃହିଣୀ ମାନେ କାହା ଆଗରେ ହାତ ନ ପତେଇ ସ୍ୱାବଲମ୍ବୀ ହୋଇ ପାରିବେ । ନିଜର ଖର୍ଚ୍ଚ ନିଜେ ବହନ କରି ପାରିବେ । ତେବେ ଏହି ନିୟମ ଓଡିଶା ପାଇଁ ନୁହେଁ ତାମିଲନାଡୁ ସରକାରଙ୍କ ଦ୍ଵାରା ଏଭଳି ବଡ଼ ଘୋଷଣା କରାଯାଇଛି । ରାଜ୍ୟ କେବିନେଟ୍ ଏନେଇ ବିଲ୍ ପାରିତ ହୋଇ ସାରିଛି ।

ଏହି ଯୋଜନା ପାଇଁ ୭ ହଜାର କୋଟି ଟଙ୍କାର ବଜେଟ୍ ମଧ୍ୟ ପ୍ରସ୍ତୁତ କରାଯାଇ ସାରିଛି । ସରକାର ଏଭଳି ନିୟମ କରିବାର କାରଣ ହେଉଛି ମହିଳା ମାନେ ନିଜ ଗୋଡ଼ରେ ନିଜେ ଛିଡା ହୋଇ ପାରିବେ । ଏହି ଟଙ୍କା ସେମାନଙ୍କ ଘର ଚଳାଇବା ପାଇଁ ସାହାର୍ଯ୍ୟ କରିବ । ଏଥି ସହିତ ଗୃହିଣୀ ମାନେ ନିଜ ଇଚ୍ଛାରେ ଖର୍ଚ୍ଚ କରିପାରିବେ ।

Leave A Reply

Your email address will not be published.