ଓଡ଼ିଶାର ସୁନା ଖଣିରେ KGF ଲିଙ୍କ, ଏହିସବୁ ଅଞ୍ଚଳରେ ରହିଛି ପ୍ରବଳ ସୁନାଖଣି

0

Get real time updates directly on you device, subscribe now.

ଓଡ଼ିଶାରେ ଏବେ KGF, ମାଟି ତଳେ ରହିଛି ସୁନା। ଡ୍ରିଲ କରି ଦେଖିଲା ସିଜିଏସଆଇ। ମାଟି ତଳେ ଗଚ୍ଛିତ ରହିଛି ସୁନା। ଗୋଟିଏ କି ଦୁଇଟି ନୁହେଁ ରହିଛି ଅନେକ ସାରା ସୁନା ଖଣି । ତେବେ ସୁନାର ଦର ଉପରେ ସାରା ବିଶ୍ଵର ନଜର ରହିଛି। ମାର୍କେଟରେ ସୁନାର ଚାହିଦା ବହୁତ ରହିଛି।ସୁନାର ଦର ଏତେ ବଢ଼ି ଚାଲିଛି ଯାହାକି ସାଧାରଣ ମଣିଷ ପକ୍ଷରେ କିଣିବା ଅସମ୍ଭବ ହୋଇ ପଡ଼ିଛି। ତେବେ ସୁନାର ଚାହିଦା ଆଜି ନୁହେଁ ବହୁ ଦିନରୁ ରହି ଆସିଛି।

ଏମିତି କି ସୁନା ପାଇଁ ଯୁଦ୍ଧ ମଧ୍ୟ ହୋଇଛି।ତେବେ ତେଲୁଗୁ ଫିଲ୍ମ୍ KGF ଯେଉଁ ଭଳି ଭାବେ ବକ୍ସ ଅଫିସରେ ଧୁମ୍ ମଚାଇ ଥିଲା ତାହା ସମସ୍ତେ ଦେଖିଛନ୍ତି।ତେବେ ସେହି ଫିଲ୍ମ୍ ର ସବୁଠୁ ମୁଖ୍ୟ ଆକର୍ଷଣ ଥିଲା KGF ସ୍ଥାନଟି। ତେବେ KGF ହେଉଛି ଗୋଟିଏ ବହୁତ ବଡ ସୁନା ଖଣି। ସେହି ସୁନା ଖଣିକୁ ନେଇ ପୁରା କାହାଣୀ ପ୍ରସ୍ତୁତ କରା ଯାଇଥିଲା। ଏବେ ବଡ଼ ଚର୍ଚ୍ଚାର କଥା ଯେ ଓଡ଼ିଶାରେ KGF।

ହଁ ଆଜ୍ଞା ଓଡ଼ିଶାର ମାଟି ତଳେ ରହିଛି ପ୍ରଚୁର ମାତ୍ରାରେ ସୁନା, ଯାହାକି ଏବେ ପରୀକ୍ଷା ପରେ ଜଣା ପଡ଼ିଛି।ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ସର୍ବେକ୍ଷଣ ସଂସ୍ଥା (GSI) ମାଧ୍ୟମରେ ପ୍ରାରମ୍ଭିକ ଅନୁସ-ନ୍ଧାନ କରାଯାଇ ରାଜ୍ୟର ୩ଟି ଜିଲ୍ଲାରେ ମାଟି ତଳେ ସୁନା ଭଣ୍ଡାର ରହିଥିବା ଜଣାପଡ଼ିଛି । ସେହି ଜିଲ୍ଲାଗୁଡ଼ିକ ହେଉଛି ଦେଓଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ । ଏହି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ରହିଛି ।

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗୃହରେ ସୂଚନା ଦେଇଛନ୍ତି ଯେ, କେନ୍ଦୁଝର ଜିଲ୍ଲାର ଡିମିରିମୁଣ୍ଡା, କୁଶାକାଲା, ଗୋଟିପୁର ଏବଂ ଗୋପୁର; ମୟୂରଭଞ୍ଜ ଜିଲ୍ଲାର ଯୋଶିପୁର, ସୁରିଆଗୁଡା, ରୁଆନସିଲା, ଧସୁରା ପାହାଡ଼ ଏବଂ ଦେଓଗଡ଼ ଜିଲ୍ଲାର ଆଦାସ ଅଞ୍ଚଳରେ ସୁନା ଖଣି ରହିଛି । ତିନୋଟି ଜିଲ୍ଲାରେ ସୁନା ପଥରର ଉପସ୍ଥିତି ସମ୍ପର୍କରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୟାନ ଓଡିଶାବାସୀଙ୍କ ପାଇଁ ଏକ ନୂଆ ଆଶା ଆଣିଦେଇଛି ।

Leave A Reply

Your email address will not be published.