ଖଗେଶ୍ବର ପାତ୍ରର ବଡ ବଡ କଥା : “କୋଟି କୋଟି ଟଙ୍କା କ’ଣ ମୁଁ କାହା ଠୁ ପାଞ୍ଚ ଟଙ୍କା ବି ନେଇନି

0

Get real time updates directly on you device, subscribe now.

ସମାଜ ମନୁଷ୍ୟ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଏ ସମାଜ ଗର୍ବିତ ଓ କିଛି ଲୋକଙ୍କ ଖରାପ କାମ ପାଇଁ ଏ ସମାଜ କଳଙ୍କିତ।ଏହିପରି କିଛି ଖରାପ କାମ କରି ସମାଜ କୁ କଳଙ୍କିତ କରିଛନ୍ତି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ।

ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣ ମିଶି ଭୁବନେଶ୍ୱର ରେ ସେକ୍ସ ରାକେଟ ଚଲାଇ ବଡ଼ ବଡ଼ିଆ ମାନଙ୍କୁ ନିଜ ମାୟା ଜାଲ ରେ ପକାଇ ସେମାନଙ୍କୁ ବ୍ଲାକମେଲ୍ କରି କମାଇଥିଲେ କୋଟି କୋଟି ଟଙ୍କା।ତାଙ୍କୁ ଏହି କାମ ରେ ସହଯୋଗ କରିଥିଲେ ଅର୍ଚ୍ଚନା ଙ୍କ ପୁରୁଣା ପ୍ରେମିକ ଖଗେଶ୍ବର ପାତ୍ର।କିନ୍ତୁ ଶ୍ରଦ୍ଧାଞ୍ଜଳି ଙ୍କ ଅଭିଯୋଗ ଅନୁସାରେ ପୋଲିସ ସମସ୍ତଙ୍କୁ ଗିରଫ କରିଥିଲା ଆଉ ଇଡି ଏବେ ଏହି କେସ ର ଯାଞ୍ଚ କରୁଛି।

ଶ୍ରଦ୍ଧାଞ୍ଜଳି ଏହି କେସ ରେ ଇଡି ଙ୍କୁ ସହାୟତା କରୁଛନ୍ତି କିଛି କିଛି ତଥ୍ୟ ଦେଇ।ସେ ଏହା କହିଛନ୍ତି ଯେ ଅର୍ଚ୍ଚନା ଲୋକ ମାନଙ୍କୁ ତାର ଜାଲ ରେ ଫସାଇ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଆଣୁଥିଲା ଓ ଖଗା ସେଇ କଳା ଟଙ୍କା କୁ ଧଳା ଟଙ୍କା କରୁଥିଲା ।କିନ୍ତୁ ଆଜି ଇଡି ଖଗେଶ୍ବର କୁ ଯେତେବେଳ କୋର୍ଟ ରେ ହଜାର କରିବା ପାଇଁ ନେଉଥିଲା ସେତେବେଳେ ସେ ଗଣମାଧ୍ୟମ କୁ ରୋକ୍ ଠୋକ୍ କହିଲା ଯେ ସେ କାହାଠୁ ପାଞ୍ଚ ଟଙ୍କା ବି ନେଇଁନି କୋଟି କୋଟି ତ ଦୂର ର କଥା ।

ଏଭଳି କଥା କହି ଗଣମାଧ୍ୟମ କୁ ସ୍ତବ୍ଧ କରି କୋର୍ଟ ଭିତରକୁ ନେଇଯାଇଥିଲେ ଇଡି ର ଅଧିକାରୀ।ତେବେ ଏହା ଜଣା ପଡ଼ିଛି ଯେ ଖଗା ପୂର୍ବ ରୁ ହିଁ ଇଡି କୁ ଏହି ମାମଲା ରେ ଜେରା କରିବ ପାଇଁ ସହାୟତା କରୁନାହିଁ।

ସେଥିପାଇଁ ୧୩ଦିନ ପରେ ଇଡି ପୁଣି ତାକୁ ରିମାଣ୍ଡ ରେ ନେବା ପାଇଁ କୋର୍ଟ ରେ ଆବେଦନ କରିଛି।ଖାଲି ଖଗା ର ନୁହେଁ ଅର୍ଚ୍ଚନା ଓ ଜଗବନ୍ଧୁ ଙ୍କୁ ମଧ୍ୟ ରିମାଣ୍ଡ ରେ ନେବା ପାଇଁ ଆବେଦନ କରିଛି।ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ଗତକାଲି ଇଡି ର ତଦନ୍ତ ର ସାମ୍ନା କରିବା ପାଇଁ ଆସିଥିଲେ।

ତଦନ୍ତ ପରେ ଅକ୍ଷୟ ପରିଜା ହସ ହସ ମୁହରେ କାର୍ଯ୍ୟାଳୟ ରୁ ବାହାରିଥିବା ବେଳେ ଶ୍ରଦ୍ଧାଞ୍ଜଳି ଗଣମାଧ୍ୟମ କୁ କିଛି ଉତ୍ତର ଦେଇନଥିଲେ ।ଜଣା ପଡ଼ୁଛି ଅର୍ଚ୍ଚନା ଙ୍କୁ ନେଇ ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟ ଙ୍କ ମଧ୍ୟରେ ଯେଉଁ ଦ୍ଵନ୍ଦ ଉଠିଥିଲା ତାହା ବୋଧ ହୁଏ ସମାଧାନ ହୋଇ ଯାଇଥାଇ ପାରେ

ବୋଧ ହୁଏ ଅକ୍ଷୟ ଶ୍ରଦ୍ଧାଞ୍ଜଳି ଙ୍କ ସହ ମିଶି ଅର୍ଚ୍ଚନା ନାଗ ଙ୍କ କଳାସମ୍ରାଜ୍ୟ କୁ ଧ୍ଵଂସ କରିବାରେ ଇଡି କୁ ସହାୟତା କରିପାରନ୍ତି।ଖାଲି ଏହା ଦେଖିବାକୁ ବାକି ରହିଲା ଯେ କେବେ ଅର୍ଚ୍ଚନା,ଜାଗା ଓ ଖଗା ପୁଣି ଥରେ ଇଡି ର ତଦନ୍ତ ର ସାମ୍ନା କରୁଛନ୍ତି।

Leave A Reply

Your email address will not be published.