କ’ଣ ଆପଣ 50, 30, 20 ଫର୍ମୁଲା ବିଷୟରେ ଜାଣିଛନ୍ତି କି ? ଯଦି ଏହି ଫର୍ମୁଲାକୁ ଜୀବନରେ ବ୍ୟବହାର କରିବେ ତା ହେଲେ କେବେ ବି ଆଉ ପଇସାର ଅଭାବ ରହିବ ନାହିଁ !

0

Get real time updates directly on you device, subscribe now.

ଆଜିକାଲି ଯୁଗରେ ମଣିଷର ଖର୍ଚ୍ଚ ଏତେ ବଢିଯାଇଛି ଯେ ପଇସା ସେଭିଙ୍ଗ କରିବା ଅସମ୍ଭବ ହୋଇଗଲାଣି । ଲୋକମାନେ ଆଗାମୀ ସମୟକୁ ନେଇ ଚାପ ନେଇଥାନ୍ତି, ଯାହା ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । କିନ୍ତୁ ଏହି ମହଙ୍ଗା ଯୁଗରେ ଏପରି ସେଭିଙ୍ଗ ଫର୍ମୁଲା ମଧ୍ୟ ରହିଛି, ଯାହା ଦ୍ଵାରା ଜଣେ ଦିନ ମଜୁରିଆର ଖର୍ଚ୍ଚ ମଧ୍ୟ ପୁରା କରାଯାଇପାରେ ଏବଂ ସଞ୍ଚୟ ମଧ୍ୟ କରାଯାଇପାରେ । ଏହି ଫର୍ମୁଲାକୁ କୁହନ୍ତି 50:30:20 ର ଫର୍ମୁଲା । ଏହି ଫର୍ମୁଲା ଆମଦାନୀକୁ ତିନି ଭାଗରେ ବାଣ୍ଟିଥାଏ ।

ଏହି 50:30:20 ର ଫର୍ମୁଲା ସବୁଠାରୁ ଭଲ ଚାକିରୀ କରୁଥିବା ଲୋକଙ୍କ ପାଇଁ ପ୍ରମାଣିତ ହୁଏ । ଏଥିରେ ନିଜ ଦରମାକୁ ତିନି ଭାଗ କରି ମନି ମ୍ୟାନେଜମେଣ୍ଟ ଟ୍ରିକକୁ ଆପଣାଇ ପାରିବେ । ଏହାକୁ ଆପ୍ଲାଇ କରିବାପରେ ଭାରି ଖର୍ଚ୍ଚ ପରେ ମଧ୍ୟ ଦରମାର ଗୋଟେ ଭାଗ ସହଜରେ ବଞ୍ଚାଇ ପାରିବେ ।

କିପରି କାମ କରିଥାଏ ଏହି ଫର୍ମୁଲା ?

ସର୍ବପ୍ରଥମେ ଆପଣଙ୍କୁ ନିଜ ଦରମାକୁ ତିନି ଭାଗରେ 50%+30%+20% ହିସାବରେ ବାଣ୍ଟିବାକୁ ପଡ଼ିବ । ଉଦାହରଣ ଭାବରେ ଯଦି ଆପଣଙ୍କ ସ୍ୟାଲେରୀ 50000 ଟଙ୍କା ରହିଛି, ତେବେ ଏହାକୁ 25 ହଜାର + 15 ହଜାର + 10 ହଜାର ହିସାବରେ ଏହାକୁ ଭାଗ କରନ୍ତୁ ।

ଏହାର ପ୍ରଥମ ଭାଗ ଅର୍ଥାତ୍ 50% ରେ ନିଜର ଦୈନନ୍ଦିନ ସହ ଜଡ଼ିତ ଆବଶ୍ୟକତା ଉପରେ ଖର୍ଚ୍ଚ କରନ୍ତୁ । ଏଥିରେ ଖାଇବା, ପିଇବା, ଲାଇନ୍ ବିଲ, ପାଠ ପଢା, ଭଡ଼ା ଏବଂ ଏହିପରି ସାଧାରଣ ଖର୍ଚ୍ଚ ସାମିଲ କରନ୍ତୁ । ଏହାବ୍ୟତୀତ ଯଦି ହୋମ୍ ଲୋନର EMI ରହିଛି, ତେବେ ଏହାକୁ ମଧ୍ୟ ଏହି ଭାଗରେ ସାମିଲ କରନ୍ତୁ ଏବଂ ଘରୋଇ ଖର୍ଚ୍ଚର ମଧ୍ୟ ଗୋଟିଏ ଲିଷ୍ଟ କରି ଏଥିରେ ସେହି ସମସ୍ତ ଖର୍ଚ୍ଚ ପୁରା କରନ୍ତୁ ।

ଦ୍ୱିତୀୟ ଭାଗ ଅର୍ଥାତ୍ 30% ନିଜ ଲାଇଫ ଷ୍ଟାଇଲ ଉପରେ ଖର୍ଚ୍ଚ କରିପାରିବେ । ଯେପରିକି ବୁଲିବା, ଖାଇବା ପିଇବା କିମ୍ବା ନିଜ ପସନ୍ଦର ଜିନିଷ କିଣିବା । ପସନ୍ଦର ଜିନିଷରେ ଗ୍ୟାଜେଟ, ପୋଷାକ, କାର ଏବଂ ଏହିପରି ଆହୁରି ଜିନିଷ ସାମିଲ ହୋଇପାରେ । ଏହାବ୍ୟତୀତ ଯଦି କୌଣସି ରୋଗ ଅଛି, ତେବେ ଏହାର ଚିକିତ୍ସା ଖର୍ଚ୍ଚ ମଧ୍ୟ ଏଥିରେ ସାମିଲ କରନ୍ତୁ ।

ତୃତୀୟ ଭାଗ ଅର୍ଥାତ୍ 20% ହେଉଛି ସଞ୍ଚୟ ଭାଗ, ଯାହାକୁ ଆପଣ କିଛି ବି ଚିନ୍ତା ନ କରି ବଞ୍ଚାଇବାକୁ ଅର୍ଥାତ୍ ସଞ୍ଚୟ କରିବାକୁ ପଡ଼ିବ । ଏହି ଭାଗକୁ ଆପଣ ନିଜ ବ୍ୟାଙ୍କ୍ ଖାତାରେ ଜମା କରିପାରିବେ କିମ୍ବା ଆପଣ ଏହାକୁ କୌଣସି ସ୍ଥାନରେ ବିନିଯୋଗ ମଧ୍ୟ କରିପାରିବେ, ଯାହା ଦ୍ଵାରା ଆପଣଙ୍କୁ ବଦଳରେ ଫାଇଦା ହିଁ ମିଳିବ ।

Leave A Reply

Your email address will not be published.