ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ

0

Get real time updates directly on you device, subscribe now.

ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଲଘୁଚାପ ଏବଂ ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆଜ୍ଞା ହଁ, 17 ରୁ 18 ତାରିଖ ମଧ୍ୟରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି 20 ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଅବପାତର ରୂପ ନେବ । ଆଉ ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ କିମ୍ବା ବାତ୍ୟାର ରୂପ ନେବ ବୋଲି କୁହାଯାଉଛି ।

ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀଙ୍କ କହିବା କଥା ହେଉଛି 20 ତାରିଖ ପରେ ବାତ୍ୟାର ରୂପ ନେଇ କିଛି ସ୍ପଷ୍ଟ ଚିତ୍ର ଆସିବ ଏବଂ 22 ତାରିଖରେ ବାତ୍ୟା ହେବ କି ନାହିଁ ବୋଲି ସ୍ପଷ୍ଟ ହୋଇଯିବ । ଆଉ ତାଙ୍କ କହିବା କଥା ଯେ ବାତ୍ୟା ପାଇଁ କିନ୍ତୁ ପାଗ ଅନୁକୂଳ ଅଛି, ଅର୍ଥାତ୍ ବାତ୍ୟା ହୋଇପାରେ । ଅନ୍ୟ କିଛି ମଡେଲ ମଧ୍ୟ ସମାନ ଆକଳନ କରିଛନ୍ତି । ତେବେ 18 ରୁ 22 ତାରିଖ ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ କହିଛି ।

ତେବେ ବାତ୍ୟାକୁ ନେଇ ଲୋକଙ୍କ ମନରେ ଦ୍ଵନ୍ଦ ରହିଛି । ଯଦି ବାତ୍ୟା ହେବ, କେବେ ହବ, କେଉଁଠି ଲ୍ୟାଣ୍ଡଫଲ୍ କରିବ ଏବଂ ବାତ୍ୟା ସମୟରେ ପବନର ବେଗ କେତେ ରହିବ, ଏବେ ଏପରି ଅନେକ ଗୁଡ଼ିଏ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ତେବେ ଏଠି କହିରଖୁଛୁ ଯେ 18 ରୁ 20 ତାରିଖ ଭିତରେ ବର୍ଷା ହୋଇପାରେ ଏବଂ 22 ତାରିଖ ପରେ ହିଁ ସ୍ପଷ୍ଟ ହେବ ଯେ ବାତ୍ୟା ହେବ କି ନାହିଁ । କିନ୍ତୁ ବାତ୍ୟା ହେବାପାଇଁ ପାଗ ଅନୁକୂଳ ଅଛି ।

Leave A Reply

Your email address will not be published.