ବାରବାଟି ଷ୍ଟାଡିୟମ୍ ଖେଳ : VIP ବକ୍ସରେ କେଉଁ ନେତାଙ୍କ ସହ ଥିଲେ ଅର୍ଚ୍ଚନା ?

0

Get real time updates directly on you device, subscribe now.

ଦର୍ଶକ ବନ୍ଧୁ ଦଶମରେ ପଢୁଥିବା ବେଳେ ଗାଁରୁ ରାଗି ଭୁବନେଶ୍ବର ଚାଲି ଆସିଥିଲେ ଅର୍ଚ୍ଚନା ନାଗ । ଏଠାରେ ଦୀର୍ଘ ଦିନ ଧରି ଏକ ବିଉଟି ପାର୍ଲରରେ କାମ କରୁଥିଲେ । ପାର୍ଲରରେ ଆସୁଥିବା ସମ୍ଭ୍ରାନ୍ତ ମହିଳା ମାନଙ୍କୁ ଦେଖି ମନେ ମନେ ସ୍ତିର କରିଦେଇଥିଲେ ଯେ, ସେ ବି ଦିନେ ଧନୀ ହେବେ । ହେଲେ ଏଥିପାଇଁ ସେ ଯେଉଁ ବାଟ ବାଛିଲେ ତାହା ଆଜି ତାଙ୍କୁ ଜେଲ ଚାରି କାନ୍ଥ ଭିତରେ ବନ୍ଦୀ କରି ଦେଇଛି ।ମହିଳା ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହେବା ପରେ ତାଙ୍କ କଳା କାର୍ଣ୍ଣମାର ପରଦାଫାସ ହେଇଛି । ଅର୍ଚ୍ଚନା ପ୍ରଥମେ ନିଜ ଚେହେରାରେ ପରିବର୍ତ୍ତନ ଆଣିଥିଲେ । ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରି ସେ ନିଜ କଳା ଚେହେରାକୁ ଗୋରା କରିଥିଲେ, ପରେ ସେହି ଚେହେରାର ମାୟା ଜାଲରେ ଜଣେ ପରେ ଜଣେ ବଡ ବଡିଆ ମାନଙ୍କୁ ଫସାଇ ଥିଲେ ।ଗୁପ୍ତ କ୍ୟାମେରାରେ ସେମାନଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରି ପରେ ତାଙ୍କୁ ବ୍ଲାକ ମେଲ କରୁଥିଲେ ।

କେବଳ ନିଜେ ନୁହେଁ ଅନ୍ୟ ଯୁବତୀ ମାନଙ୍କୁ ଏଥିରେ ସାମିଲ କରି ଖରାପ କାମରେ ଲଗାଉ ଥିଲେ । ଏହି ଉପାୟରେ କଳାହାଣ୍ଡି କେଶିଙ୍ଗାର ଆଦିବାସୀ ଅଞ୍ଚଳରୁ ଆସିଥିବା ଅର୍ଚ୍ଚନା ମାତ୍ର 6-7 ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ମାଲିକିଆଣୀ ହୋଇଗଲେ ।ସେ ଏମିତି ମାୟା ରଚୁ ଥିଲେ ଯେ, ନେତାଙ୍କ ଠାରୁ ଆରମ୍ଭ କରି ସୁନା ଗହଣା ବିକୁ ଥିବା ଅନେକ ବଡ ବଡ ବିଜନେସ ମ୍ୟାନ ତାଙ୍କ ପାଖରେ ଫସି ଯାଉଥିଲେ । ଏମିତି କି ଫିଲ୍ମ ପ୍ରଯୋଜକ ମାନେ ବି ଫସି ଯାଉଥିଲେ । ହେଲେ ଚଳଚିତ୍ର ଜଗତର ଲୋକପ୍ରିୟ ପ୍ରଯୋଜକ ଅକ୍ଷୟ ପରିଜା ତାଙ୍କ ଜାଲରେ ଫସି ଯାଇଥିଲେ ।ଏହା ପରେ ଅର୍ଚ୍ଚନାଙ୍କୁ ମହଙ୍ଗା ପଡିଗଲା । ସେ ପୋଲିସ ଜାଲରେ ଫସି ଗଲେ ।ତେବେ ଅର୍ଚ୍ଚନାଙ୍କ ଏହି ବିଶାଳ କଳା ସାମ୍ରାଜ୍ୟ ଛିଡା ହେବା ପଛରେ ଆଉ କିଛି ବଡ ବଡିଆ ଲୋକଙ୍କ ହାତ ଥିବା ଜଣା ପଡିଛି ।

ଜଣା ପଡିଛି ଯେ, ଅର୍ଚ୍ଚନା ବିଉଟି ପାର୍ଲରରେ କାମ କରୁଥିବା ବେଳେ ଏକ ଫିଲ୍ମ ପ୍ରଯୋଜକଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠି ଥିଲା । ରାକେଟର ମୁଖ୍ୟ ହୋଇ ସେ ଏସବୁ କରୁଥିଲେ ଆଉ ତାଙ୍କ ସହ ଥିଲେ ଜଣେ ହାସ୍ୟ ଅଭିନେତା ।ଆଉ ସେ ଛୋଟ ବେଳେ ଲାଲଜିଗଡ ସ୍କୁଲରେ କୁଆଡେ ପାଠ ପଢୁଥିଲେ ।ଏହାପରେ ଭୁବନେଶ୍ବର ଆସି ବାଲେଶ୍ଵରରେ ବାହା ହେଇଥିଲେ ଆଉ ତା ପରେ ନିଜ ସହ ନିଜ ସାକ୍ଷୀ ମାନଙ୍କର ରୂପ ଓ ଯୌବନର ମାୟା ଜାଲ ବିଛାଇ ଗଢି ଥିଲେ ଏହି ସାମ୍ରାଜ୍ୟ । ଆଉ ଆଜି ଅର୍ଚ୍ଚନାଙ୍କ ଠିକଣା ବଦଳି ଯାଇଛି ଅର୍ଚ୍ଚାନାଙ୍କ ଠିକଣା ହେଉଛି ଝାରପଡା ଜେଲ ।ଏବେ ଖବର ଆସିଛି କି ସେ ତାଙ୍କ ସହ ବହୁତ ମାନଙ୍କୁ ମଧ୍ୟ ଜାଲରେ ପକେଇଛନ୍ତି ।ଯେତେ ବେଳେ ବାରବାଟୀରେ ଖେଳ ହବାର ଥିଲା ସେତେବେଳେ ଲୋକ ମାନେ ଶୁଣି ନଖାଇ ନ ପିଇ ଯାଇକି ଲାଇନରେ ଠିଆହଇଥିଲେ ଟିକେଟ ପାଇଁ ଆଉ ବହୁତ ଲୋକ ଆହତ ମଧ୍ୟ ହୋଇଥିଲେ ଆଉ ବହୁତ ଲୋକ ମାଡ ମଧ୍ୟ ଖାଇଥିଲେ ସେହି ଟିକେଟ ପାଇଁ।

ବୁଢା ପାଖରୁ ଆରମ୍ଭ କରିକି ଟୋକା ପର୍ଯ୍ୟନ୍ତ ସବୁ ଲାଇନରେ ଠିଆ ହୋଇ ଟିକେଟ କାଟିଥିଲେ ।ଆଉ କାହାକୁ ଟିକେଟ ମିଳିଥିଲା ତୋ ଆଉ କାହାକୁ ମିଳି ନଥିଲା ।କିନ୍ତୁ ଏପଟେ ଅର୍ଚନାଙ୍କ ପାଖରେ ଥିଲା ୫୦ ଟି ଟିକେଟ ଆଉ ସେହି ଟିକେଟ ସବୁ ତାଙ୍କ ସହ ଜାଗୀଙ୍କୁ ଦେଇଥିଲେ ଆଉ ସେ ମାନେ ଫୋଟୋ ପୋଷ୍ଟ କରିକି ଅର୍ଚନଙ୍କୁ ଧନ୍ୟବାଦ ଦେଇଥିଲେ ।ଆଉ ଅର୍ଚନା ମଧ୍ୟ ଯାଇଥିଲେ ଖେଳ ଦେଖିବା ପାଇଁ ଆଉ ସେଠୁ ତାଙ୍କୁ ଅପେକ୍ଷା କରିଥିଲେ ଗୋଟେ ବଡ଼ ନେତା ।ସେ ଯେତେ ବେଳେ ବାରବାଟୀରେ ପହଁଚିଥିଲେ ସେତେ ମହିଳା ଜଣଙ୍କ ତାଙ୍କୁ ଭିଆଇପି ସିଟରେ ନେଇକି ବସାଉଥିଲେ ଆଉ ସେଠି ଥିଲେ ଜଣେ ନେତା ।ସେହି ନେତା ଜଣଙ୍କ କିଏ ଅଟେ ପର୍ଯନ୍ତ ଜଣ ପଡ଼ିନାହିଁ ।ତାଙ୍କ ସ୍ୱାମୀ ଆଉ ତାଙ୍କ ପୁଅକୁ ନ ନେଇକି ସେ ନିଜେ ଯାଇଥିଲେ ।ଆଉ ସେହି ନେତା ପାଖ ରେ ବସିକି ଖେଳକୁ ଉପଭଗ କରୁଥିଲେ ତାଳି ଉପରେ ତାଳି ମାରୁଥିଲେ ଦୁହେଁ ।ଦେଖା ଯାଉ ଆଗାମୀ ଦିନ ଆଉ କଣ ଖବର ଆସୁଛି ।

Leave A Reply

Your email address will not be published.