ଖାଲି ରାଜପ୍ରସାଦ ପରି ଘର ନୁହେଁ ଆହୁରି ଅର୍ଚ୍ଚନା କରିଛନ୍ତି ଦୁଇଟି ବଡ ବଡ଼ କମ୍ପାନୀ………..

0

Get real time updates directly on you device, subscribe now.

ଅର୍ଚ୍ଚନାଙ୍କ ପାଖରେ ଖାଲି ଆଲିସାନ ଘର ନଥିଲା, ତା ଛଡ଼ା ବର୍ଷକ ମଧ୍ୟରେ ଦୁଇଟି ବଡ ବଡ କମ୍ପାନୀ ମଧ୍ୟ ଛିଡ଼ା କରିଥିଲେ । ଆଜ୍ଞା ହଁ, ହୁଏତ ଏ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ କଥାଟି ବିଲକୁଲ ସତ ଅଟେ । ଅତି କମ୍ ସମୟରେ ଅର୍ଚ୍ଚନା ଦୁଇଟି ବଡ ବଡ଼ କମ୍ପାନୀ ଛିଡ଼ା କରିଛନ୍ତି । ପ୍ରତିଷ୍ଠିତ ନେତା, ଅଫିସର୍, ବ୍ୟବସାୟୀ ଓ ବିତ୍ତଶାଳୀ ବ୍ୟକ୍ତିଙ୍କୁ ହନିଟ୍ରାପରେ ଫସାଇବା ସହ ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟୁଥିବା ଅର୍ଚ୍ଚନା ଗତ ବର୍ଷକ ମଧ୍ୟରେ ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ବଡ କମ୍ପାନୀ ଛିଡ଼ା କରିଛନ୍ତି । ତା ସହିତ ଏହି ଆଲିସାନ ବଙ୍ଗଳା ମଧ୍ୟ କରିଛନ୍ତି ।

ବିଳାସପୂର୍ଣ୍ଣ ଘରେ ଜୀବନ ବିତାଉଥିବା ଅର୍ଚ୍ଚନା ନିଜ ଘରେ ଗୋଟିଏ ମିନି ବାର ଖୋଲି ରଖିଥିଲେ, ଯେଉଁଠି ବ୍ରାଣ୍ଡେଡ ମଦ ସବୁ ରହୁଥିଲା । ଆଜ୍ଞା ହଁ, ମିଳିଥିବା ସୂଚନା ଅନୁଯାୟୀ ପୋଲିସ ଗିରଫ କରିଥିବା ଅର୍ଚ୍ଚନା ନାଏକ ଏବଂ ତାଙ୍କ ଫେରାର ସ୍ଵାମୀ ଜଗବନ୍ଧୁ ଭୁବନେଶ୍ୱରର ସତ୍ୟବିହାର ଅଞ୍ଚଳରେ 2021 ଜାନୁଆରୀ ମାସରେ ଗୋଟିଏ ଆଲିସାନ ଘରର ପ୍ରତିଷ୍ଠା ଉତ୍ସବ ପାଳନ କରିଥିଲେ । ଆଉ ସେବେଠାରୁ ସେହି ଘରେ ଏଭଳି ସବୁକିଛି ଚାଲିଥିଲା ।

ଯେଉଁଥିରେ ବଡବଡିଆମାନେ ଫସିଲା ପରେ ଘର ଭିତରକୁ ଆସୁଥିଲେ ଏବଂ ଘର ଭିତରକୁ ଆସିବାପରେ ଅର୍ଚ୍ଚନା ନିଜ ସହ ବେଡ଼ରୁମକୁ ଧରି ଚାଲି ଯାଉଥିଲେ ଆଉ ବାହାରେ ସ୍ବାମୀ ଜଗି ରହୁଥିଲେ । ଆଉ ବେଡ଼ରୁମରେ ଲାଗିଥିବା ସିସିଟିଭି କ୍ୟାମେରାରେ ସବୁ କଏଦ ହେଲାପରେ ସେଇ ଭିଡିଓକୁ ଭାଇରାଲ କରିବାର ଧମକ ଦେଇ ଲକ୍ଷ ଲକ୍ଷ ଟଙ୍କା ମାଗୁଥିଲେ । ଆଉ ସେହି ଟଙ୍କାରେ ଏଭଳି ରାଜପ୍ରସାଦ ପରି ଘର ଗଢିଉଠିଛି ।

ତେବେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଗତ ତିନି ମାସ ପୂର୍ବରୁ ଗୋଲ୍ଡେନ ଏମ୍ପ୍ରସ ପ୍ରାଇଭେଟ୍ ଲିମିଟେଡ ନାମକ ଏକ କମ୍ପାନୀ ଗଠନ କରିଛନ୍ତି । ଯେଉଁଥିରେ ଉଭୟେ ନିର୍ଦ୍ଦେଶକ ଥିବାବେଳେ ଏହା ହୋଟେଲ, ରେଷ୍ଟୁରାଣ୍ଟ ଆଉ ସଟ ଷ୍ଟେ ଭଳି ବ୍ୟବସାୟ କରୁଥିଲେ । ଏହାସହିତ ଉଭୟ ସ୍ବାମୀ ସ୍ତ୍ରୀ ଗତ ବର୍ଷ ଆଦିତ୍ୟ ପ୍ରେଷ୍ଟିଜ୍ ଅଗ୍ରୋ ପ୍ରାଇଭେଟ୍ ଲିମିଟେଡ ନାମକ ଏକ କମ୍ପାନୀ ମଧ୍ୟ ଗଠନ କରିଥିଲେ । ଏଇ ଦୁଇ କମ୍ପାନୀ ସହିତ ଏବିଶି ମୋଟର ନାମରେ ଅର୍ଚ୍ଚନାଙ୍କ ପୁରୁଣା ଗାଡ଼ି ଶୋ ରୁମ୍ ମଧ୍ୟ ରହିଛି । ଆଉ ଏତେ ବଡ ବଡ କମ୍ପାନୀ ଓ ପୁରୁଣା ଗାଡ଼ି ଶୋ ରୁମ୍ ଏବଂ ତା ସହିତ ଏହି ରାଜପ୍ରସାଦ ପରି ଘର ଏତେ କମ୍ ସମୟ ମଧ୍ୟରେ ଅର୍ଚ୍ଚନା ଓ ଜଗବନ୍ଧୁ ମିଶି କିପରିକମାଇ ପାରିଲେ, ତାକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

Leave A Reply

Your email address will not be published.