କେତେବେଳେ ଘର ଭଡ଼ା ତ ଆଉ କେତେବେଳେ ଦେହକୁ ଭଡ଼ାରେ ଲଗାଇ ଅର୍ଚ୍ଚନା ପୂଳା ପୁଳା ଟଙ୍କା ରୋଜଗାର କରୁଥିଲେ । ଆଉ ସେହି ଭଡ଼ା ଟଙ୍କାରେ ହିଁ ଏହି ଶଙ୍ଖ ମଲ ମଲ ରାଜଉଆସ ଗଢ଼ି ଉଠିଥିଲା । ସେହି ଭଡ଼ା ଟଙ୍କାରେ ଘର ବି ରଙ୍ଗୀନ୍ ଏବଂ ରାତି ବି ରଙ୍ଗୀନ୍ ହେଉଥିଲା । ଆଜ୍ଞା ହଁ ଅର୍ଚ୍ଚନାଙ୍କ ଯେଉଁ ଶଙ୍ଖ ମଲ ମଲ ରାଜଉଆସ ଭାଇରାଲ ହେଉଛି, ଦିନରେ ଭଡ଼ା ଲାଗୁଥିଲା ଏବଂ ଏହାର ଦିନକୁ ଦାମ୍ ଥିଲା 20 ହଜାର ଟଙ୍କା ।
ଆଉ ଅର୍ଚ୍ଚନା ଏବଂ ଅର୍ଚ୍ଚନାଙ୍କ ସାଙ୍ଗସାଥୀମାନେ ମଧ୍ୟ ରାତିରେ ଭଡ଼ା ଲାଗୁଥିଲେ । ଆଉ ଯାହାର ଦାମ 50 ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଥିଲା ବୋଲି ବର୍ତ୍ତମାନ ଚର୍ଚ୍ଚା କରାଯାଉଛି । ଏଠି ଆମେ କହିରଖୁଛୁ ଯେ ଏ ଘରକୁ ସିନେମା ପ୍ରଯୋଜକମାନେ ଭଡ଼ା ନେଉଥିଲେ । କୁଆଡେ ଏ ଘରେ ସିନେମା ଏବଂ ସିରିଏଲ୍ ସୁଟିଙ୍ଗ ହେଉଥିଲା । ଆଉ ଦିନକୁ ଘର ମାଲିକାଣୀ ଅର୍ଚ୍ଚନା ଘର ବାବଦକୁ 20 ହଜାର ଟଙ୍କା ଭଡ଼ା ନେଉଥିଲେ ।

ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ଏହି 20 ହଜାର ଟଙ୍କା ମଧ୍ୟରେ ଲାଇନ୍ ବିଲ ନଥିଲା । ଏହି ଲାଇନ୍ ବିଲ ସିନେମା ପ୍ରଯୋଜକ ଅଲଗା ଦେଉଥିଲେ । ଆଉ ସେହି ସମୟରେ ଯଦି ମନ ଦିଆନିଆ ହେଲା, ଭାବର ଆଦାନପ୍ରଦାନ ହେଲା, ସେତେବେଳେ ସେ ରାତି ସେହି ଘରେ ରଙ୍ଗୀନ୍ ହେଉଥିଲା । କିନ୍ତୁ ଏହା ଟିକେ ଅଧିକ ପଇସାରେ ଆଉ ଅଧିକ ଭଡ଼ା ଥିଲା । ଆଉ ତାପରେ ରାତି ପାହି ସକାଳ ହେଲା ବେଳକୁ ଲୋକେ କୁହନ୍ତି ଯେ ରାତିରେ ଯାଇ ହାତିଏ ଆଣିଲା ।

ଆଉ ତାପରେ ମିଛ ସାମ୍ରାଜ୍ୟ ବଢ଼ିଚାଲିଲା ଏବଂ ଯୋଉଥିପାଇଁ ଅର୍ଚ୍ଚନା ଏତେ କମ୍ ସମୟ ମଧ୍ୟରେ କୋଟି କୋଟି ଟଙ୍କା ରୋଜଗାର କରିପାରିଲେ । ଅମାପ ସମ୍ପତ୍ତିର ଅଧିକାରିଣୀ ହୋଇପାରିଲେ ଏବଂ ଏ କଥାକୁ କେହି ବି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଏବେ ସେହି ପେନଡ୍ରାଇଭରେ ଥିବା ଫଟୋ ଆଉ ଭିଡ଼ିଓ ଉପରେ ସମସ୍ତଙ୍କ ନଜର ରହିଛି । ଯେଉଁ ପେନଡ୍ରାଇଭକୁ ପୋଲିସ ଅର୍ଚ୍ଚନାଙ୍କ ଠାରୁ ଜବତ କରିଛି । ସେ ପେନଡ୍ରାଇଭରେ କେଉଁ କେଉଁ ପ୍ରଭାବଶାଳୀ ଲୋକଙ୍କ ଫଟୋ ସବୁ ଅଛି, ସେ ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ବଢ଼ିଗଲାଣି । ତେବେ ଦେଖିବାକୁ ବାକି ରହିଲା ଯେ ଏସବୁ ଫଟୋ ଏବଂ ଭିଡିଓ କେବେ ସାମ୍ନାକୁ ଆସୁଛି ।