କିଏ ଏହି ମହିଳା ଯାହାଙ୍କ ସାମ୍ନାରେ ନତମସ୍ତକ ହେଉଛନ୍ତି ମୋଦି ? ପ୍ରକୃତରେ କଣ ପାଇଁ ଏମାନଙ୍କ ମଧ୍ୟରେ ହୋଇଥିଲା ଦେଖା ସାକ୍ଷାତ ?

0

Get real time updates directly on you device, subscribe now.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ପ୍ରାୟତଃ ଏକ୍ଟିଭ ରୁହନ୍ତି। ଖାସ ଭାବରେ ଟୁଇଟରରେ ନିଜର ଡେଲି ଏକ୍ଟିଭିଟି ପୋଷ୍ଟ କରନ୍ତି। ଗତ ଶୁକ୍ରବାର ଦିନ ସେ ଜେନ ବୃଦ୍ଧ ମହିଳାଙ୍କ ସହିତ ନିଜର କିଛି ଫୋଟ ସେୟାର କରିଥିଲେ। ଏହି ଫୋଟରେ ସେ ଏହି ବୃଦ୍ଧ ମହିଳାଙ୍କୁ ମୁଣ୍ଡ ନୂଆଇଁ ପ୍ରଣାମ କରୁଥିବାର ଦେଖାଯାଇଥିଲା। ସେହିପରି ମହିଳାଜଣକ ମଧ୍ୟ ବଡ ମମତାର ସହିତ ପ୍ରଧାନମନ୍ତ୍ରୀଙ୍କର ହାତ ଧରିଥିଲେ।

ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛିକି ଏହି ମହିଳାଜଣକ କିଏ। ଯାହାଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନତମସ୍ତକ ହୋଇଗଲେ। ଏହି ମହିଳା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବାକୁ କାହିଁକି ଆସିଲେ? ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ କଣ? ଦୁଇଜଣଙ୍କର ଏମିତି ଫୋଟ ସାମ୍ନାକୁ କହିକି ଆସିଲା? ତେବେ ଚାଲନ୍ତୁ ଆପଣଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ବିସ୍ତାର ଭାବରେ ଦେବା।

କିଏ ଏହି ମହିଳା ଯାହାଙ୍କ ସାମ୍ନାରେ ନତମସ୍ତକ ହେଲେ ମୋଦୀ:-

ଏହି ବୃଦ୍ଧ ମହିଳାଙ୍କ ନାମ ଉମା ସଚଦେବ। ସେ କର୍ନାଲ(ରିଟାୟର୍ଡ) ଏଚକେ ସଚଦେବଙ୍କ ସ୍ତ୍ରୀ। ଏଚକେ ସଚଦେବ ସେନାର ସମ୍ମାନିତ ଅଧିକାରୀ ଥିଲେ। ଉମା ସଚଦେବଙ୍କ ବୟସ ପାଖାପାଖି ୯୦ ବର୍ଷ ଅଟେ। କିନ୍ତୁ ବୟସ ଏତେ ଅଧିକ ହୋଇଥିଲେ ମଧ୍ୟ ସେମିତି ଉତ୍ସାହ ଓ ଉମଙ୍ଗ ଏବେବି ଭରପୁର ରହିଛି। ସେ ପୂର୍ବ ସେନା ପ୍ରମୁଖ ଜେନରାଲ ବେଦ ପ୍ରକାଶ ମଲିକଙ୍କର ଚାଚି ଅଟନ୍ତି।

ମୋଦୀ ଉମା ସଚଦେବଙ୍କ ସହ ତାଙ୍କର ସାକ୍ଷାତକୁ ଅତ୍ୟନ୍ତ ସ୍ମରଣୀୟ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତିଯେ ଏହି ବୟସରେ ମଧ୍ୟ ଉମାଙ୍କ ଉତ୍ସାହ ଏବଂ ଆଶାବାଦୀତା ବହୁତ ଅଧିକ ଅଛି। ଯେତେବେଳେ ସେ ମୋଦୀଙ୍କୁ ଭେଟିଥିଲେ, ତାଙ୍କୁ ଉପହାର ସ୍ୱରୂପ ୩ଟି ପୁସ୍ତକ ଦେଇଥିଲେ। ଏହି ପୁସ୍ତକଗୁଡ଼ିକ ତାଙ୍କ ସ୍ୱାମୀ ଏଚକେ ସଚଦେବ ଲେଖିଥିଲେ। ଏହି ଦୁଇଟି ପୁସ୍ତକ ଗୀତା ସହିତ ଜଡିତ। ଏକ ପୁସ୍ତକର ଆଖ୍ୟା ହେଉଛି ‘ରକ୍ତ ଏବଂ ଲୁହ’। ଏହି ପୁସ୍ତକରେ ଏଚକେ ସଚଦେବ ଭାରତ ଏବଂ ପାକିସ୍ତାନ ବିଭାଜନ ସମୟରେ ତାଙ୍କ ଅନୁଭୂତି ବିଷୟରେ ଉଲ୍ଲେଖ କରିଛନ୍ତି।

ଏହି ବିଷୟ ଉପରେ ହୋଇଥିଲା କଥାବାର୍ତ୍ତା:-

ଉମା ସଚଦେବଙ୍କ ସହିତ ସାକ୍ଷାତ ସମୟରେ ମୋଦୀଜି ଅନେକ ବିଷୟରେ ଚର୍ଚ୍ଚା କରିଥିଲେ। ଯେମିତି ୧୪ ଅଗଷ୍ଟକୁ ବିଭାଜନ ତ୍ରାସଦୀ ସ୍ମୃତି ଦିବସ ରୂପରେ ମନାଇବା ଉପରେ ଚର୍ଚ୍ଚା ହେଲା। ଏହି ଦିବସ ଭାଗ ବଣ୍ଟା ସମୟରେ ନିଜର ସବୁକିଛି ତ୍ୟାଗ କରି ଦେଶର ଉନ୍ନତିରେ ଯୋଗଦାନ ଦେଉଥିବା ବ୍ୟକ୍ତିମାନଙ୍କୁ ସ୍ମରଣ କରାଯାଏ। ଏହି ଲୋକ ଏକ ପ୍ରକାର ଧୈର୍ଯ୍ୟର ପ୍ରତୀକ ଅଟନ୍ତି।

ପୂର୍ବ ସେନା ପ୍ରମୁଖ ଜେନରାଲ ବେଦ ପ୍ରକାଶ ମଲିକ ସମ୍ପର୍କରେ ଉମା ସଚଦେବଙ୍କ ଭତିଜା ଅଟନ୍ତି। ସେ ୩୦ ସେପ୍ଟେମ୍ବର ୨୦୦୦ ପର୍ଯ୍ୟନ୍ତ ୧୯ତମ ସେନାର ପ୍ରମୁଖ ଥିଲେ। କାରଗିଲ ଯୁଦ୍ଧରେ ସେ ଆର୍ମୀ ଚିଫ ପଜିସନରେ ଥିଲେ। ସେ କାରଗିଲ ଯୁଦ୍ଧରେ ‘କାରଗିଲ: ଫ୍ରାମ ସରପ୍ରାଇଜ ତୁ ଭିକ୍ଟୋରି’ ନାମକ ଏକ ବହି ଲେଖିଛନ୍ତି। ଏହା ବ୍ଯତୀତ ସେ ‘ଇଣ୍ଡିଆଜ ମିଲିଟ୍ରି କନଫ୍ଲିକ୍ଟସ ଏଣ୍ଡ ଡିପ୍ଲୋମେସୀ: ଇନସାଇଡ ଭ୍ୟୁ ଅଫ ଡିସିଜନ ମେକିଙ୍ଗ’ ନାମକ ଏକ ବହିର ଲେଖକ ମଧ୍ୟ ଅଟନ୍ତି।

Leave A Reply

Your email address will not be published.