ମାତ୍ର ୭୭ଟି ବଲର ଖେଳ। ଆଉ ଏହି ୭୭ ବଲରେ ଲାଗିଛି ୨୨ଟି ଛକା ଆଉ ୧୭ଟି ଚୌକା। ଏହାପରେ ଟି-୨୦ କ୍ରିକେଟ ଇତିହାସରେ ଯୋଡି ହୋଇଯାଇଛି ରେକର୍ଡର ଆଉ ଏକ ସୁନେଲି ଫର୍ଦ୍ଦ। ଟି-୨୦ ଫର୍ମାଟରେ ପ୍ରଥମ ଖେଳାଳି ଭାବେ ସେ ଡବଲ ସେଞ୍ଚୁରୀ ହାସଲ କରିଛନ୍ତି। ତାହା ପୁଣି ମାତ୍ର ୭୭ ବଲରେ ଆଉ ୨୫୦ରୁ ଅଧିକ ଷ୍ଟ୍ରାଇକ ରେଟରେ। ଏହା ସହିତ ନିଜ ନାଁ ଆଗରେ ଯୋଡି ଦେଇଛନ୍ତି ଆଉ ଏକ ବିଶ୍ୱ ରେକର୍ଡ।
ଟି-୨୦ ଫର୍ମାଟରେ ଅର୍ଦ୍ଧଶତକ ହାସଲ କରିବା ମଧ୍ୟ ଅନେକ ସମୟରେ କଷ୍ଟକର ହୋଇପଡେ। କିନ୍ତୁ ରୋହିତ ଶର୍ମା, ବାବର ଆଜମଙ୍କ ଭଳି ଖେଳାଳିଙ୍କୁ ନେଇ ଏହା ଆଶା କରାଯାଇପାରେ। ତେବେ ଏମାନଙ୍କ ପୂର୍ବରୁ କିନ୍ତୁ ଏକ ଟି-୨୦ ମ୍ୟାଚରେ ଏହି କାରନାମା କରି ଦେଖାଇଛନ୍ତି ଜଣେ ଖେଳାଳି। ସେ ମାତ୍ର ୭୭ ବଲରୁ ସେ ହାସଲ କରି ନେଇଛନ୍ତି ଟି-୨୦ ଇତିହାସର ପ୍ରଥମ ଡବଲ ସେଞ୍ଚୁରୀ। ୱେଷ୍ଟଇଣ୍ଡିଜର ରଖିମ କର୍ଣ୍ଣୱାଲ, ଯିଏ କି ଆଜି ବିପକ୍ଷ ଦଳର ବୋଲରମାନଙ୍କ ପାଇଁ ସାଜିଥିଲେ ଏକ ଭୟଙ୍କର ଝଡ ତୋଫାନ।
ସେ ୭୭ଟି ବଲ ଖେଳି ସେଥିରୁ ୩୯ ଥର ବଲକୁ ବାଉଣ୍ଡ୍ରି ବାହାରକୁ ପଠାଇଛନ୍ତି। ଏହି ପାଳିରେ ୨୨ଟି ଛକା ଏବଂ ୧୭ଟି ଚୌକା ମାରିଛନ୍ତି ରକିମ। ଆଉ ତାଙ୍କର ଏହି ରୂପରେ ଥରି ଉଠିଛି ବିପକ୍ଷ ଦଳର ଡ୍ରେସିଙ୍ଗ ରୁମ। ବ୍ୟକ୍ତିଗତ ଭାବେ ୭୭ ବଲରେ ୨୦୫ ରନର ଏକ ବିଶାଳ ସ୍କୋର କରି ନିଜ ନାଁରେ ବିଶ୍ୱ ରେକର୍ଡ ମଧ୍ୟ କରିନେଇଛନ୍ତି। ପ୍ରଥମ ଖେଳାଳି ଭାବେ ଟି-୨୦ ଫର୍ମାଟରେ ସେ ଦ୍ୱିଶତକ ହାସଲ କରିଛନ୍ତି।
ARE YOU NOT ENTERTAINED?!
Rahkeem Cornwall put Atlanta Fire on top with a DOUBLE century going 205*(77) with 2️⃣2️⃣ MASSIVE sixes 🤯🤯🤯 pic.twitter.com/1iRfyniiUw
— Minor League Cricket (@MiLCricket) October 6, 2022
ଆମେରିକାର ଅଟଲାଣ୍ଟା ଓପନ ଟି-୨୦ ଲିଗରେ ଦେଖିବାକୁ ମିଳିଛି କର୍ଣ୍ଣୱାଲଙ୍କ ଏହି ଚମତ୍କାର ପାଳି। ଅଟଲାଣ୍ଟା ଫାୟାର ତରଫରୁ ଖେଳି ସ୍କ୍ୱାର ଡ୍ରାଇଭକୁ ଏମିତି ଏକ ହାର୍ଟ ଆଟାକ ରଖିମ କର୍ଣ୍ଣୱାଲ ଦେଇଛନ୍ତି। ଏହି ଭୟଙ୍କର ଇନିଂସରେ ସ୍କ୍ୱାର ଡ୍ରାଇଭର ସମସ୍ତ ବୋଲର ମୁଣ୍ଡ ନୁଆଇଁଥିଲେ। ପ୍ରଥମ ୪୩ ବଳରେ ସେ ଶତକ ଅର୍ଜନ କରିଥିବା ବେଳେ ୭୭ ବଲରେ ୨୦୦ ରନ ପାର କରିଛନ୍ତି।
ନିଜର ଓଜନ ଏବଂ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥିବା ଏହି କାରବିୟନ ପ୍ଲେୟର ଆଜି ନିଜ ଧମାକାଦାର ଇନିଂସ ପାଇଁ ବିଶ୍ୱ ରେକର୍ଡର ଅଧିନାରୀ ହୋଇ ପାରିଛନ୍ତି। ଅନେକ ଥର ୱେଷ୍ଟଇଣ୍ଡିଜ ପାଇଁ ସେ ମ୍ୟାଚ ୱିନିଙ୍ଗ ପାରି ଖେଳିଛନ୍ତି। କିନ୍ତୁ ଏହି ମ୍ୟାଚ ତାଙ୍କ ପାଇଁ ଖୁବ ସ୍ପେଶାଲ ଏବଂ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି। ତେବେ ଏହି ମ୍ୟାଚ ପରେ ଏବେ ୱେଷ୍ଟଇଣ୍ଡିଜ ତରଫରୁ ଟି-୨୦ ଫର୍ମାଟରେ ତାଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି।