ଟ୍ରେନରେ କିଲୋମିଟର ପିଛା ଲାଗିଥାଏ ଏତିକି ହଜାର ଲିଟର ଡିଜେଲ

0

Get real time updates directly on you device, subscribe now.

ଟ୍ରେନରେ ଭାରତର ଅନେକ ଲୋକ ଯାତ୍ରା କରିଥାନ୍ତି। କାରଣ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ସବୁଠୁ ଭଲ ବିକଳ୍ପ ବୋଲି ମନାଯାଏ। ଏହା ଖୁବ କମ ସମୟ ମଧ୍ୟରେ ଆମକୁ ସଠିକ ସ୍ଥାନରେ ପହଞ୍ଚାଇଥାଏ। ତେବେ ସାଇକେଲ କିମ୍ବା ଅନ୍ୟାନ୍ୟ କୌଣସି ଗାଡ଼ି ଭଳିଆ ଏହା ମନ ଇଚ୍ଛା ବେକ୍ର ମାରି ରହିଯାଏନି। ଏହା ସମସ୍ତଙ୍କୁ ଜଣା ଯେ ଟ୍ରେନ କେବଳ ଷ୍ଟେସନରେ ହିଁ ରହିଥାଏ। ତାହା ବି କିଛି ମିନିଟ ମାତ୍ର କେବଳ ଯାତ୍ରୀଙ୍କୁ ନେବା ପାଇଁ ।

ତେବେ ମନରେ ପ୍ରଶତନ ଆସୁଥିବ ନିଶ୍ଚୟ ଯେ ସବୁବେଳେ ଚାଲୁଥିବା ଏହି ଟ୍ରେନରେ ଦିନକୁ କେତେ ଲିଟର ତେଲ ବା ଡିଜେଲ ଖର୍ଚ୍ଚ ହେଉଥିବ। କାରଣ ତେଲ ଦରର ମହଙ୍ଗା ଯୁଗରେ ଏହାର ଉତ୍ତର ଜାଣିବା ମଧ୍ୟ ଜରୁରୀ। ତେବେ ଆଜି ଆମେ କହିବୁ ଏହାକୁ ନେଇ ସମସ୍ତ ତଥ୍ୟ। ଆମେ କିଲୋମିଟର ପିଛା ଆବଶ୍ୟକ ପଡୁଥିବା ଡିଜେଲ ସମ୍ପର୍କରେ କହିବୁ। ଯାହା ହୁଏତ ଆପଣ ପ୍ରଥମରୁ କେବେ ମଧ୍ୟ ଜାଣିନଥିବେ।

ଆପଣ ଜାଣିଛନ୍ତିକି ୧ କିଲୋମିଟର ଚାଲିବା ପାଇଁ ଟ୍ରେନକୁ କେତେ ଲିଟର ଡିଜେଲ ଆବଶ୍ୟକ ପଡିଥାଏ। ହୁଏତ ଜାଣିନଥିବେ ବର୍ତ୍ତମାନ ଏହାର ଉତ୍ତର ଆମେ ଆପଣଙ୍କୁ ଦେବାକୁ ଯାଉଛି। ତେବେ ଯାତାୟତରେ ଟ୍ରେନ ଆମ ଜୀବନରେ ଏକ ବଡ ଭୂମିକା ନେଇଥାଏ। ତେବେ ଆପଣ କେବେ ଜାଣିଛନ୍ତିକି ୧ ଲିଟର ଡିଜେଲରେ ଟ୍ରେନ କେତେ କିଲୋମିଟର ଯାଇପାରିବ।

ବଦଳୁଥିବା ସମୟ ସହ ସବୁ କିଛି ବଦଳିଥାଏ। ଆପଣ ଜାଣିରଖନ୍ତୁ ଭାରତୀୟ ରେଲୱେ ୩ଟି ଟାଙ୍କିରେ ଚାଲିଥାଏ। ଯେଉଁଥିରେ ପ୍ରଥମରେ ୫୦୦୦ ଲିଟର ଓ ଦ୍ୱିତୀୟରେ ୫୫୦୦ ଲିଟର ଓ ତୃତୀୟରେ ୬୦୦୦ ଲିଟର ଡିଜେଲ ରହିବାର କ୍ଷମତା ରହିଛି। ସୂଚନା ଅନୁସାରେ ଆଗରୁ କୋଇଲାରେ ଟ୍ରେନ ଚାଲୁଥିଲା କିନ୍ତୁ ଭାରତୀୟ ରେଲୱେ ବର୍ତ୍ତମାନ ଡିଜେଲ ଇଞ୍ଜିନ ଛାଡି ବିଦ୍ୟୁତ ଇଞ୍ଜିନ ଚଲେଇବା ଆରମ୍ଭ କରିଛି।

ତେବେ ଡିଜେଲ ଇଞ୍ଜିନରେ ଲୋଡ ହିସାବରେ ପ୍ରତି କିଲୋମିଟର ଆଭରେଜ ଜଣାପଡିଥାଏ। ଯଦି ଗାଡି ୨୪ଟି ଡବା ହୋଇଥାଏ ତେବେ ପ୍ରତି ୬ ଲିଟରରେ ୧ କିଲୋମିଟର ଆଭରେଜ ଦେଇଥାଏ। ଯଦି ୧୨ ଟି ଡବାର ପାସେଞ୍ଜର ଗାଡି ହେଇଥିବ ତେବେ ୧ କିଲୋମିଟରର ଆଭରେଜ ୬ ଲିଟର ଡିଜେଲ ହେବ। କାରଣ ପାସେଞ୍ଜର ଗାଡି ସବୁ ଷ୍ଟେସନରେ ରହିଥାଏ। ସେଥିପାଇଁ ବ୍ରେକ ଲଗାଇଲେ କିମ୍ବା ସ୍ପିଡ ବଢେଇଲେ ଡିଜେଲ୍ ଖର୍ଚ୍ଚ ହେଇଥାଏ। ସେମିତି ଏକ୍ସପ୍ରେସ ଗାଡିଲେ ୪.୫ ଲିଟର ତେଲରେ ୧ କିଲୋମିଟର ଯାଇଥାଏ। ବର୍ତ୍ତମାନ ଆପଣ ସମସ୍ତ ପ୍ରଶ୍ନର ଉତ୍ତର ଜାଣି ସାରିଥିବେ।

Leave A Reply

Your email address will not be published.