ଯଦି ଏହି ୪ଟି ସଂକେତ ଦେଖିବାକୁ ମିଳୁଛି, ତା ହେଲେ ତୁରନ୍ତ ଚେକ୍ କରାଇ ନିଅନ୍ତୁ,ନହେଲେ ସବୁ ଦିନ ପାଇଁ ଅନ୍ଧ ହୋଇଯିବେ !
ଭାରତରେ ପ୍ରାୟ ୩୦ ରୁ ୪୦ ପ୍ରତିଶତ ଲୋକ ଆଖିରେ କୌଣସି ସମସ୍ୟା ଦେଖାଗଲେ ବହୁତ ଡେରିରେ ପରୀକ୍ଷା କରାନ୍ତି | ଡାଇବେଟିସ ରେଟିନୋପାଥି ରୋଗୀଙ୍କ ମଧ୍ୟରୁ କେବଳ ୧୧% ରୋଗୀ ହିଁ ନିଜ ଦୃଷ୍ଟି ଶକ୍ତି ବଞ୍ଚାଇ ପାରନ୍ତି | ତେଣୁ ଡାକ୍ତର ଭାବରେ ଆମେ ଏହାର ପ୍ରତିରୋଧ ଉପରେ ଅଧିକ ଗୁରୁତ୍ୱ ଦେଇଥାଉ |
ଡାଇବେଟିସ ରେଟିନୋପାଥି (DR) ଏବଂ ବୟସ ସମ୍ବନ୍ଧୀୟ ମାକୁଲାର ଡିଜେନରେସନ(AMD) ହେଉଛି ଆଖିରେ ହେଉଥିବା ରୋଗ ଅଟେ | ସୁଗାର ରୋଗୀଙ୍କ କ୍ଷେତ୍ରରେ ରେଟିନାକୁ ରକ୍ତ ବହନ କରୁଥିବା ରକ୍ତବାହୀକୁ DR କ୍ଷତି ପହଞ୍ଚାଏ | ଯେଉଁଥିପାଇଁ ସେମାନଙ୍କର ଦୃଷ୍ଟି ଶକ୍ତି କମିଯାଏ | ତା’ପରେ ସେମାନେ ସବୁଦିନ ପାଇଁ ଅନ୍ଧ ହୋଇଯାନ୍ତି |
ସେହିପରି ମାକୁଲାର ଟିସୁର କ୍ଷତି AMD ରୋଗୀ, ବିଶେଷକରି ବୃଦ୍ଧମାନଙ୍କରେ କେନ୍ଦ୍ରୀୟ ଦୃଷ୍ଟି ଶକ୍ତି ହରାଇଥାଏ | ୬୫ ବର୍ଷରୁ ଅଧିକ ଲୋକଙ୍କ ଦୃଷ୍ଟି ଶକ୍ତି ହ୍ରାସର AMD ମଧ୍ୟ ଏକ ପ୍ରମୁଖ କାରଣ ହୋଇଥାଏ |
ପ୍ରାରମ୍ଭିକ ଲକ୍ଷଣ ଏବଂ ସଂକେତକୁ କିପରି ଚିହ୍ନିବେ ?
ଡାକ୍ତରମାନେ କହିଛନ୍ତି ଯେ ସମସ୍ତ AMD ଏବଂ DR ରୋଗୀମାନଙ୍କ ମଧ୍ୟରେ ଅସ୍ପଷ୍ଟ ଦେଖାଯିବାର ଲକ୍ଷଣ ଦେଖାଯାଏ | DR ରୋଗୀମାନେ ରାତିରେ ରଙ୍ଗ ଚିହ୍ନି ନ ପାରିବା ଏବଂ ରାତିରେ କିଛି ବି ଦେଖାନଯିବା ପରି ଅନୁଭବ କରିପାରନ୍ତି | ଚକ୍ଷୁ ସମ୍ବନ୍ଧୀୟ ରୋଗ ନିର୍ଣ୍ଣୟ କରିବା ପାଇଁ ଏକ ବିଶେଷ ପ୍ରକାରର ଉପକରଣ ଆବଶ୍ୟକ ହୋଇଥାଏ, ଯେଉଁଥିପାଇଁ ଆଖିର ନିୟମିତ ଭାବେ ଚେକଅପ କରାଇବା ଉପରେ ଗୁରୁତ୍ୱ ଦିଆଯାଉଛି |
ରେଟିନା ସମ୍ବନ୍ଧୀୟ ରୋଗ କେଉଁ ଲୋକଙ୍କ ପ୍ରତି ଅଧିକ ବିପଦ ଥାଏ ?
ଦୃଷ୍ଟିଶକ୍ତି ହ୍ରାସ ବାର୍ଦ୍ଧକ୍ୟ ପ୍ରକ୍ରିୟାର ଏକ ପ୍ରାକୃତିକ ଅଂଶ ଅଟେ | କିନ୍ତୁ ଏହାକୁ ଭଲ ଭାବରେ ମ୍ୟାନେଜ କରାଯାଇପାରିବ ଏବଂ ଆପଣଙ୍କ ଆଖିକୁ ଅଧିକ କ୍ଷତି ହେବାରୁ ଅଟକାଇହେବ | ଏହାବ୍ୟତୀତ ଆଖିର ଶୁଷ୍କତା ପାଇଁ ବୟସ ଏକମାତ୍ର କାରଣ ନୁହେଁ ବରଂ ପିଲାଦିନର ୬୦% ଅନ୍ଧତା ଜେନେଟିକ କାରଣରୁ ମଧ୍ୟ ହୋଇଥାଏ | ଏହି ପରିପ୍ରେକ୍ଷୀରେ, AMD ଦ୍ୱାରା ପୀଡିତ ୧୫ ରୁ ୨୦ ପ୍ରତିଶତ ଲୋକଙ୍କର ନିକଟ ସମ୍ପର୍କୀୟ ଯେପରିକି ଭାଇଭଉଣୀ କିମ୍ବା ବାପାମା ଏହି ରୋଗରେ ପୀଡିତ ହୁଅନ୍ତି |
ବାର୍ଷିକ ଚକ୍ଷୁ ଚେକଅପ ଆବଶ୍ୟକ :-
ପୁଣେରେ ଏସୀୟ ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡ ଶ୍ରୁତିକା କାଙ୍କରିଆ କହିଛନ୍ତି ଯେ ଲୋକଙ୍କ ମଧ୍ୟରେ ବଂଶାନୁକ୍ରମିକ କିମ୍ବା ଜେନେଟିକ ପ୍ରଭାବ ଏବଂ ବୟସ ସମ୍ବନ୍ଧୀୟ ମାକୁଲାର ଡିଜେନେରେସନ ଏବଂ ଡାଇବେଟିସ ରେଟିନୋପାଥି ହେବାର ୩୦ ରୁ ୪୦ ପ୍ରତିଶତ ସମ୍ଭାବନା ରହିଥାଏ | ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ପରିବାରରେ ଏହି ରୋଗ ଅଛି, ତେବେ ରୋଗର ଯାଞ୍ଚ କରିବା ପାଇଁ ବାର୍ଷିକ ଚେକଅପ କରିବା ଉଚିତ |
ଶୀଘ୍ର ହସ୍ତକ୍ଷେପ ଜରୁରୀ :-
ରୋଗୀମାନେ ନିୟମିତ ଚକ୍ଷୁ ଯାଞ୍ଚର ଗୁରୁତ୍ୱକୁ ଅନୁଭବ କରିବା ଉଚିତ | ରେଟିନାଲ କ୍ଷତି ପାଇଁ କୌଣସି ମରାମତି କିମ୍ବା ଚିକିତ୍ସା ନାହିଁ | ଏଭଳି ପରିସ୍ଥିତିରେ ଆଖିର ସ୍ୱାସ୍ଥ୍ୟ ପାଇଁ ରକ୍ତଚାପ, ଗ୍ଲୁକୋଜ ସ୍ତର ଏବଂ କୋଲେଷ୍ଟ୍ରଲ ଉପରେ ନଜର ରଖିବା ଜରୁରୀ ଅଟେ |ଅପ୍ଟୋମେଟ୍ରିଷ୍ଟ କିମ୍ବା ଚକ୍ଷୁ ବିଶେଷଜ୍ଞ ଏହି ରୋଗଗୁଡିକୁ ବଢ଼ିବାରୁ ରୋକିପାରିବେ | ଲଗାତାର ବଢୁଥିବା AMD ପରି ରୋଗରେ ପ୍ରାରମ୍ଭିକ ଅବସ୍ଥାରେ ଲକ୍ଷଣ ଦେଖାଯାଏ ନାହିଁ, କିନ୍ତୁ ଯଦି ରୋଗୀ ଠିକ ସମୟରେ ଚିକିତ୍ସା ନକରାନ୍ତି ଏବଂ ପର୍ଯ୍ୟାପ୍ତ ଦେଖାଶୁଣା ନ କରାନ୍ତି, ତେବେ ଏହି ରୋଗର ଆଡ଼ଭାନ୍ସ ଷ୍ଟେଜରେ ତାଙ୍କର ଦୃଷ୍ଟି ଶକ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ |