ବନ୍ଧୁଗଣ ବର୍ତମାନ ସମୟର ଯେଉଁ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ଚୀନର ଚାଙ୍ଗସା ସହରରେ ଥିବା ଏକ ୪୨ ମହଲା ବିଶିଷ୍ଟ ଉଚ୍ଚ ଅଟାଳିକାରେ ଭୟଙ୍କର ନିଆଁ ଲାଗିଯାଇଛି । ଆଉ ନିଆଁ ଲାଗି ଏହି ଅଟାଳିକାର ୧୨ ରୁ ଅଧିକ ଫ୍ଲୋରରେ ଜଳିପୋଡି ପୋଡି ପାଉଁସ ହୋଇ ଯାଇଛି । ତେବେ କୌଣସି ମୃତ୍ୟୁ ହୋଇନଥିବା ସୂଚନା ମିଳିଥିବା ବେଳେ କୋଟି କୋଟି ଟଙ୍କା ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ୨୧୮ ମିଟର ତଥା ୭୧୫ ଫୁଟ ଉଚ୍ଚତାର ଏହି ଅଟାଳିକା ୨୦୦୦ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା।
ଏହି ବିିଲ୍ଡିଂରେ ଚାଇନା ଟେଲିକମ କମ୍ପାନୀ ସହ ଚୀନର ଅନ୍ୟ ବଡ ବଡ ସଂସ୍ଥାର କାର୍ଯ୍ୟାଳୟ ଥିବା ସୂଚନା ମଳିଛି । ଏହି ଭୟଙ୍କର ଅଗ୍ନିକାଣ୍ଡର ଭିଡିଓ ଏବେ ଇଣ୍ଟରନେଟରେ ଦେଖିବାକୁ ମିଳିଛି । ନିଆଁ ଲାଗିଯିବାରୁ ସ୍ଥାନୀୟ ଅଞ୍ଚଳ ପୁରା ଧୁଆଁ ମୟ ହୋଇ ଯାଇଥିଲା । ଘଟଣା ସ୍ଥଳରେ ନିଆଁ ଲିଭା ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମଳିଛି । ଚାଙ୍ଗସା ସହରରେ ୧୦ ମିଲିୟନରୁ ଅଧିକ ଲୋକେ ବସବାସ କରନ୍ତି ।
This afternoon, the building of China Telecom building in Changsha长沙caught fire, no casualties reported yet, stay safe everyone! 🙏 pic.twitter.com/QNnezk2Mxk
— China in Pictures (@tongbingxue) September 16, 2022
ତେବେ ଚୀନର ହୁନାନ ରାଜ୍ୟରେ ଥିବା ଚାଙ୍ଗସା ସହରରେ ଆଜି ଏପରି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । କିନ୍ତୁ ସେଠାରେ ଉପସ୍ଥିତ କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ମାତ୍ର ୨୦ ମିନିଟରେ ୬୨୦ ଫୁଟ ଉଚ୍ଚ ଏହି କୋଠାକୁ ନିଆଁ ହୁ ହୁ ହୋଇ ବ୍ୟାପି ଯାଇଥିଲା । କୋଠା ଚାରିପଟେ ଲାଗିଥିବା କେତେକ ଦହନଶୀଳ ସାମଗ୍ରୀ (ଫ୍ଲେକ୍ସ ଇତ୍ୟାଦି) ଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା । ସୂଚନା ଯୋଗ୍ୟ ଏହି ନିଆଁକୁ ଲିଭାଇବାକୁ ୩୬ଟି ଫାୟାର ଇଂଜିନକୁ ନିୟୋଜିତ କରା ଯାଇଥିଲା ।
ବିଶେଷ ସୂତ୍ରରୁ ଖବର ମିଳିଥିଲେ ହେଁ ଏପର୍ଯ୍ୟନ୍ତ ଚୀନ ସରକାର ଏ ନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ଜାରି କରିନାହାନ୍ତି । ତେବେ ଚୀନ୍ ଏକ ପ୍ରଗତିଶୀଳ ଦେଶ ଅଟେ । ସେଠାକାର ଉଚ୍ଚ ଅଟ୍ଟାଳିକା ସବୁ ୨/୪ ଦିନରେ ବନେଇ ଦିଆଯାଏ । କିନ୍ତୁ ବର୍ତମାନ ସମୟରେ ଏପରି ଦୁର୍ଘଟଣା ଜନ ସାଧାରଣଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।