ଆଶ୍ଚର୍ଯ୍ୟକର ଘଟଣା : ବ୍ୟକ୍ତିଙ୍କ ଏକାଉଣ୍ଟରେ ଅଚାନକ ଆସିଲା ୩୯୯୪୭୭୭୫୦୦୦୦୦ ଟଙ୍କା, ହୋଇଗଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ !
Man Becomes The 25th Richest Man:-
କଳ୍ପନା କରନ୍ତୁକି ଆପଣଙ୍କୁ ଫୋନରେ ଏକ ବ୍ୟାଙ୍କଜନିତ ସୂଚନା ଆସିଲା ଓ ଆପଣ ଦେଖିଲେକି ବ୍ୟାଙ୍କରେ ଅରବ ଟଙ୍କା ଜମା ହୋଇଛି। ଏହି ସୂଚନା ଆପଣଙ୍କ ହୋସ ଉଡାଇଦେବ ଓ ଚିନ୍ତାରେ ପଡିଯିବେକି ବାସ୍ତବରେ ଏ ପଇସା ଆସିଲା କେଉଁଠୁ। କିଛି ଏମିତି ଏକ ଆମେରିକାର ଜଣେ ବ୍ୟକ୍ତିଙ୍କ ସହିତ ହୋଇଛି। ସେ କିଛି ସମୟ ପାଇଁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିଲେ। ଡ୍ୟାରେନ ଜେମ୍ସ ନାମକ ଏହି ବ୍ୟକ୍ତି ଜଣକ କିଛି ଘଣ୍ଟା ପାଇଁ ଦୁନିଆର ୨୫ତମ ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିଲେ, ଯେତେବେଳେକି ତାଙ୍କ ବ୍ୟାଙ୍କ ଏକାଉଣ୍ଟରେ ୫୦ ବିଲିୟନ ଡଲାର(୩୯୯୪୭୭୭୫୦୦୦୦୦ ଟଙ୍କା) ଆସିଯାଇଥିଲା। ଆମେରିକାର ଲୁଝାସିୟାନାର ରହୁଥିବା ଏହି ବ୍ୟକ୍ତି ନିଜ ସହିତ ଏମିତି ହେବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଏହି ବ୍ୟକ୍ତିଙ୍କ ଏକାଉଣ୍ଟରେ ଆସିଗଲା ଅରବ ଟଙ୍କା:-
ଦ ଡେଲି ଷ୍ଟାରର ଅନୁସାରେ, ଡ୍ୟାରେନ ଏତିକିରେ ସ୍ତବ୍ଧ ଥିଲେ ଓ ତାଙ୍କ ଆଖିକୁ ଜମାରୁ ବିଶ୍ଵାସ ହେଉନଥିଲା। ସେ ମିଡିଆ ସହିତ କଥାବାର୍ତ୍ତା ସମୟରେ କହିଲେ,’ଏହା ଦେଖିବା ପାଇଁ ବହୁତ କ୍ରେଜି ଥିଲା ଓ ଏହା କେମିତି ଦେଖାଯାଏ କାରଣ ମୁଁ ମୋନ ଜୀବନରେ କେବେବି ଏତେ ସଂଖ୍ୟକ ଜିରୋ ଦେଖିନଥିଲି।’ ଡ୍ୟାରେନ ଜେମ୍ସ ଆଗକୁ କହିଲେକି, ‘ମୋତେ ଦେଖି ବହୁତ ଭଲ ଲାଗିଲା, କିନ୍ତୁ ମୋତେ ଏହା ଜଣାନଥିଲାକି କେଉଁଠୁ ଆସିଲା।’ ସେ ନିଜର ଇଣ୍ଟରଭ୍ୟୁରେ କହିଲେକି,’ ଆମ ପରିବାରର ସମସ୍ତ ଲୋକ ଚିନ୍ତା କରୁଥିଲେକି ପଇସା ଆସିବା ପରେ ଆମକୁ କେହି ଡାକିବ, କାରଣ ଆମେ କେବେବି ଏତେ ପଇସା ଏକ ସାଥୀରେ ଦେଖିନଥିଲୁ। ଓ ଏମିତି କୌଣସି ବ୍ୟକ୍ତିଙ୍କୁ ଜାଣିନଥିଲେ ଯିଏ ପଇସା ପଠାଇଥିବେ।
କିଛିଦିନ ପରେ ଏକାଉଣ୍ଟରୁ ପଇସା ଗାଏବ ହୋଇଗଲା:-
ଡ୍ୟାରେନ ଏହା ଚିନ୍ତା ମଧ୍ୟ କରିସାରିଥିଲେ ସେ ପଇସା କେଉଁଠି କେଉଁଠି ଖର୍ଚ୍ଚ କରିବେ। ସେ ପଇସାକୁ ଏକାଉଣ୍ଟରେ ରହିବାକୁ ଦେଲେ ଓ ପୁଣି ବ୍ୟାଙ୍କ ସହିତ କଥାବାର୍ତ୍ତା କରି ସଠିକ ମାଲିକଙ୍କୁ ପଇସା ଫେରେଇବାର ବ୍ୟବସ୍ଥା କରିବେ। ସେ କହିଲେ, ‘ମୁଁ ଜାଣିଥିଲି ଏ ପଇସା ମୋର ନୁହେଁ ଓ ମୁଁ ଏହାକୁ ଅର୍ଜନ କରିନାହିଁ, ସେଥିପାଇଁ ମୁଁ ଏହା ସହିତ କିଛିବି କରିଲି ନାହିଁ। ଡ୍ୟାରେନଙ୍କୁ ଜଣାଥିଲାକି ପଇସା ରଖିବା ଚୋରୀ ମନାଯାଏ। ଯେତେବେଳେ ଡ୍ୟାରେନ ବ୍ୟାଙ୍କକୁ ସୂଚନା ଦେଇଥିଲେ ସେତେବେଳେ ସେ ପଇସା ଫେରେଇବାର କାମ ଆରମ୍ଭ କରିଦେଲେ। କିନ୍ତୁ ବ୍ୟାଙ୍କ ଏହା କେବେ ଜଣାଇଲା ନାହିଁକି ପଇସା କେଉଁଠୁ ଆସିଲା ନା ଭୁଲ କେମିତି ହେଲା। କିଛିଦିନ ପରେ ଏକାଉଣ୍ଟରୁ ପଇସା ଗାଏବ ହୋଇଗଲା।