ଏକ କପଲ୍ ରାତିରେ ନିଜ କାର ଭିତରେ ବସି ରୋମାନ୍ସ କରୁଥିଲେ । ଠିକ୍ ସେତିକିବେଳେ ସେମାନଙ୍କ ସହ ଏପରି ଦୁର୍ଘଟଣା ହୋଇଗଲା, ଯାହା ସେମାନେ ଜୀବନସାରା ମନେ ରଖିବେ । ବାସ୍ତବରେ ସୁନସାନ ରାସ୍ତାରେ କାର ପାର୍କ କରି ଠିଆ ହୋଇଥିବା କପଲଙ୍କ ଉପରେ କିଛି କ୍ରିମିନାଲଙ୍କ ନଜର ପଡ଼ିଗଲା । ଯେଉଁମାନେ କେବଳ କପଲଙ୍କ ମୋବାଇଲ ଏବଂ ପର୍ସ ଚୋରାଇ ନେଲେ ନାହିଁ ବରଂ ଦୁହିଁଙ୍କର ପୋଷାକ ମଧ୍ୟ ନେଇ ପଳାଇଗଲେ ।
ଅଗଷ୍ଟ 17 ତାରିଖରେ ଘଟିଥିବା ଏହି ଘଟଣା ବ୍ରାଜିଲର ଅଟେ । ଯାହାର ସିସିଟିଭି ଫୁଟେଜ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କପଲ୍ ଧଳା ରଙ୍ଗର କାର ଭିତରେ ରୋମାନ୍ସ କରୁଥିଲେ । ଠିକ୍ ସେତିକିବେଳେ ଚୋର ମାନଙ୍କର ଗୋଟିଏ ଗ୍ରୁପ ସେମାନଙ୍କୁ ଘେରି ପକାନ୍ତି । ଚୋରମାନେ କପଲଙ୍କ ପଇସା ଏବଂ ପୋଷାକ ଲୁଟିନେଇ ସେମାନଙ୍କୁ ଏପରି ରାସ୍ତା ମଝିରେ ନେକେଡ ଅବସ୍ଥାରେ ଛାଡି ଦେଲେ ।
ଡେଲି ମେଲର ରିପୋର୍ଟ୍ ଅନୁଯାୟୀ, ଘଟଣା ରାତିରେ ପ୍ରାୟ 9 ଟା ସମୟରେ ଘଟିଥିଲା । କାର ଗୋଟିଏ ସୁନସାନ ଜାଗାରେ ପାର୍କିଂ ହୋଇଥିଲା । ଭିତରେ କପଲ୍ ଥିଲେ । ଠିକ୍ ସେତିକିବେଳେ ଚୋରମାନେ ସେମାନଙ୍କ ଉପରେ ଆକ୍ରମଣ କରିଦିଅନ୍ତି । ଜଣେ ବ୍ୟକ୍ତି ଜବରଦସ୍ତି କାରର ଡୋର ଖୋଲେ, ଯେତେବେଳେ କି ଆଉ ଜଣେ ବ୍ୟକ୍ତି କପଲଙ୍କ ଜିନିଷ ଚୋରି କରିନିଏ । କପଲ୍ ଯେତେବେଳେ ଏହାକୁ ବିରୋଧ କଲେ, ସେତେବେଳେ ସେମାନେ ତାଙ୍କୁ ଧମକାଇବା ଆରମ୍ଭ କଲେ ।
କେବଳ ଏତିକି ନୁହେଁ, ଚୋରମାନେ କପଲଙ୍କୁ ବାହାରକୁ ଟାଣି ସେମାନଙ୍କ କାର ମଧ୍ୟ ନେଇଗଲେ । କପଲଙ୍କ କାର ନେଇ ପଳାଇ ଯାଉଥିବା ବେଳେ ସେମାନେ ତାଙ୍କ ପୋଷାକ ଝରକାରୁ ବାହାରକୁ ଫିଙ୍ଗି ଦେଲେ । ଯାହା ପରେ କପଲ୍ ତୁରନ୍ତ ନିଜ ପୋଷାକ ଉଠାଇ ପିନ୍ଧି ପକାଇଲେ । ତଥାପି କିଛି ପୋଷାକ କାର ଭିତରେ ରହି ଯାଇଥିଲା ।
ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବାପରେ ପୋଲିସ ଅଜଣା ଅପରାଧୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । ରିପୋର୍ଟ୍ ଅନୁଯାୟୀ, ବ୍ରାଜିଲରେ ପବ୍ଲିକ ପ୍ଲେସରେ ସମ୍ପର୍କ ରଖିବା ଆଇନ୍ ବିରୁଦ୍ଧ ଅଟେ । ଏପରି ପରିସ୍ଥିତିରେ କପଲଙ୍କୁ ଜୋରିମାନା ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ ।