ମୁକେଶ ଅମ୍ବାନୀଙ୍କ ପିଲାବେଳର ଏହି ୫ଟି କଥା ଜାଣିନଥିବେ ଆପଣ, ଫୋଟରେ ଦେଖନ୍ତୁ କେମିତି ବିତିଥିଲା ତାଙ୍କର ଜୀବନ

0

Get real time updates directly on you device, subscribe now.

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ କିଏ ବା ନଜାଣେ। ତାଙ୍କର ଗଣନା ଭାରତରେ ନୁହେଁ ବରଂ ଏସିଆର ଟପ ବ୍ୟବସାୟୀ ଅଟନ୍ତି। ଆଜି ତାଙ୍କ ପାଖରେ ଅରବ ଦୌଲତ ଅଛି। ସେ ମୁମ୍ବାଇର ସବୁଠାରୁ ମହଙ୍ଗା ଓ ଆଲିଶାନ ୨୭ ମହଲା ବିଶିଷ୍ଟ ‘ଏଣ୍ଟିଲିୟା’ରେ ରୁହନ୍ତି। କିନ୍ତୁ ଏକ ସମୟ ଏମିତି ମଧ୍ୟ ଥିଲା ଯେତେବେଳେ ମୁକେଶ ଅମ୍ବାନୀଙ୍କୁ ଲାଇଫରେ ସଂଘର୍ଷର ଦିନ ଦେଖିବାକୁ ପଡିଥିଲା। ଆଜି ଆମେ ଆପଣଙ୍କୁ ମୁକେଶ ଅମ୍ବାନୀଙ୍କୁ ପିଲାଦିନର କିଛି ରୋଚକ କଥା କହିବାକୁ ଯାଉଛୁ।

ମୁକେଶ ଅମ୍ବାନୀଙ୍କ ପିଲାଦିନର କିଛି ରୋଚକ କଥା:-

୧। ମୁକେଶ ଅମ୍ବାନୀଙ୍କ ଜନ୍ମ ୧୯ ଏପ୍ରିଲ ୧୯୫୭ ମସିହାରେ ୟମନର ଅଦେନ ସହରରେ ହୋଇଥିଲା। ତାଙ୍କର ପିତା ଧୀରୁଭାଇ ଅମ୍ବାନୀ ପାଖାପାଖି ୮ ବର୍ଷ ପର୍ଯ୍ଯନ୍ତ ରହିଥିଲେ। ପୁଣି ସେ ମୁମ୍ବାଇ ଆସି ମସଲାର ବ୍ୟବସାୟ କରିବାକୁ ଲାଗିଲେ। ଏଠାରେ ସେ ନିଜର ପତ୍ନୀ କୋକିଲାବେନ ଓ ଚାରୋଟି ପିଲା ମୁକେଶ ଅମ୍ବାନୀ, ଅନିଲ ଅମ୍ବାନୀ, ଦୀପ୍ତି ସଲାଗୋନକାର ଓ ନିନା କୋଠାରୀ ସହିତ ଦୁଇଟି ରୁମରେ ସାଧାରଣ ବିଲଡିଙ୍ଗରେ ରହୁଥିଲେ। ଏହି ଘର ଭୁଲେଶ୍ଵର ଜୟ ହିନ୍ଦ ଷ୍ଟେଟ(ଯାହାକୁ ଆଜି ବିନିଲାଲ ହାଉସଙ୍କ ନାମରେ ଜଣାଶୁଣା) ଥିଲା। ଏହି ବିଲଡିଙ୍ଗରେ ସେ ୧୯୭୦ ମସିହା ପର୍ଯ୍ଯନ୍ତ ଥିଲେ।

୨। ଧୀରୁଭାଇ ଅମ୍ବାନୀ ନିଜର ବ୍ୟବସାୟକୁ ନିଜର ବୁଦ୍ଧି ଲଗାଇ ଶୀର୍ଷରେ ପହଞ୍ଚାଇଥିଲେ। ସେ ଭଲ ପଇସା ଆୟ କରିବାକୁ ମଧ୍ୟ ଲାଗିଲେ। ସେ ଭୁଲେଶ୍ଵରର ଘରକୁ ଛାଡି କୋଲାବା ସ୍ଥିତ ସୀ ୱିନ୍ଡ ଅପାର୍ଟମେଣ୍ଟରେ ଘର ନେଲେ। ଆଶ୍ଚର୍ଯ୍ୟର କଥା ହେଉଛିକି ଏଠାରେ ସେ ୧୪ଟି ଫ୍ଲୋର ଥିବା ସମ୍ପୂର୍ଣ ବ୍ଲକକୁ କିଣିନେଲେ।

୩। ମୁକେଶ ଅମ୍ବାନୀ ଏକ ସାକ୍ଷାତକାରରେ କହିଥିଲେଯେ ସେ ପିଲାଦିନରୁ ଟଙ୍କା ରୋଜଗାର କରିବାକୁ ଆଗ୍ରହୀ ନୁହଁନ୍ତି। ସେ କେବଳ ନୂଆ ଜିନିଷ ଶିଖିବାକୁ ଆଗ୍ରହୀ ଥିଲେ। ମୁକେଶ ନିଜର ସ୍କୁଲ ପେଡର ରୋଡରେ ଥିବା ହିଲ ଗ୍ରେଞ୍ଜ ହାଇସ୍କୁଲରୁ କରିଥିଲେ। ସେ ଥରେ ଫିଲ୍ମ ‘ଦି ଗ୍ରାଜୁଏଟ’ ଦେଖିଥିଲେ। ଏହା ତାଙ୍କୁ କେମିକାଲ ଇଞ୍ଜିନିୟରିଂ କରିବାକୁ ଇଚ୍ଛା କଲା। ଏଭଳି ସ୍ଥିତିରେ ସେ ମଥୁଙ୍ଗା ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜିରୁ କେମିକାଲ ଇଞ୍ଜିନିୟରିଂରେ ବିଏ ହାସଲ କରିଥିଲେ। ସେ ଆଇଆଇଟି ବମ୍ବେରେ ମଧ୍ୟ ମନୋନୀତ ହୋଇଥିଲେ।

୪। ଏହା ପରେ ମୁକେଶ ଅମ୍ବାନୀ ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟକୁ ଏମବିଏ କରିବାକୁ ଯାଇଥିଲେ। ଯଦିଓ ତାଙ୍କ ପିତା ବିଶ୍ଵାସ କରୁଥିଲେଯେ ଅଧ୍ୟୟନ ଅପେକ୍ଷା ମଣିଷ ତାଙ୍କର ସଂଘର୍ଷରୁ ଅଧିକ ଶିକ୍ଷା କରେ। ସେ ବ୍ୟବହାରିକ ଜ୍ଞାନରେ ଅଧିକ ବିଶ୍ୱାସ କରୁଥିଲେ। ସେଥିପାଇଁ ସେ ମୁକେଶଙ୍କ ଶିକ୍ଷାକୁ ମଧ୍ୟଭାଗରୁ ବାହାର କରିଦେଲେ। ତାଙ୍କୁ ଭାରତକୁ ଡାକିଲେ ଏବଂ ପଲିଷ୍ଟର ଫିଲାମେଣ୍ଟ ସୂତା (PFY) ଉତ୍ପାଦନ ପ୍ରକଳ୍ପ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ମୁକେଶ ମଧ୍ୟ ଏହି ଦାୟିତ୍ୱର ଭାରକୁ ଭଲ ଭାବରେ ପୂରଣ କରିଥିଲେ ଏବଂ ତାଙ୍କର ପରିଶ୍ରମ ଏବଂ ଦକ୍ଷତା ସହ ପିତାଙ୍କର ଏହି ବ୍ୟବସାୟକୁ ଏକ ନୂତନ ସ୍ତରକୁ ନେଇଗଲେ।

୫। ମୁକେଶ ଅମ୍ବାନୀ ଏକ ଇଣ୍ଟରଭ୍ୟୁରେ କହିଥିଲେକି ତାଙ୍କୁ ପଢା-ପଢି କରିବାରେ ବହୁତ ଇଚ୍ଛା ଥିଲା। ଅନେକଥର ସେ ରାତି ୨ଟା ପର୍ଯ୍ଯନ୍ତ ପାଠ ପଢୁଥିଲେ। ତାଙ୍କୁ ବିଜ୍ଞାନ ଓ ଟେକ୍ନୋଲୋଜିରେ ଅଧିକ ଇଚ୍ଛା ଥିଲା। ବୋଧେ ତାଙ୍କର ଏହି ଇଚ୍ଛା ପାଇଁ ସେ ଆଜି ଜିଓକୁ ଭାରତରେ ଡିଜିଟାଲ ଇଣ୍ଡିଆର ଫୋଟକୁ ପରିବର୍ତ୍ତନ କରିଦେଲେ।

Leave A Reply

Your email address will not be published.