ଆସୁଛି ଆଉ ଏକ ଲଘୁଚାପ, ସେପ୍ଟେମ୍ବର ପହିଲାରୁ ପ୍ରବଳ ବର୍ଷିବ

0

Get real time updates directly on you device, subscribe now.

ମୌସୁମୀ ସମୟରେ ରାଜ୍ୟରେ ୯୩୪.୨ ମିମି ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ରୁ ଅଗଷ୍ଟ ୨୧ ମଧ୍ୟରେ ଏହି ବର୍ଷା ରେକର୍ଡ ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି । ସ୍ୱାଭାବିକ ଭାବେ ୮୧୧.୯ ମି.ମି ରେକର୍ଡ ହେବାର ଥିଲା କିନ୍ତୁ ଏବେ ଆଉ ୧୫ ପ୍ରତିଶତ ଅଧିକ ବର୍ଷା ହୋଇଛିି ।ଏହି ସମୟ ମଧ୍ୟରେ ବୌଦ୍ଧରେ ୬୨ ପ୍ରତିଶତ, କନ୍ଧମାଳରେ ୭୩ ପ୍ରତିଶତ ସ୍ୱାଭାବିକଠୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ଦେବଗଡରେ ୪୦ ପ୍ରତିଶତ, ଢେଙ୍କାନାଳରେ ୨୯ ପ୍ରତିଶତ, ଜଗତସିଂହପୁରରେ ୨୧ ପ୍ରତିଶତ, ନୟାଗଡରେ ୨୨ ପ୍ରତିଶତ, ନୂଆପଡାରେ ୨୦ ପ୍ରତିଶତ, କୋରାପୁଟରେ ୩୦ ପ୍ରତିଶତ, ରାୟଗଡାରେ ୩୩ ପ୍ରତିଶତ ଏବଂ ଗଜପତିରେ ୨୦ ପ୍ରତିଶତ ବର୍ଷା ରେକର୍ଡ ହୋଇଛି ।

ବାକି ୨୦ ଜିଲ୍ଲାରେ ମଧ୍ୟ ଏହି ସମୟରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।ଆସନ୍ତା ୨୯ରେ ରାଜ୍ୟରେ ପୁଣି ଏକ ଲଘୁଚାପ ହେବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ଉପକୂଳ ଓଡିଶାରେ ସେପ୍ଟେମ୍ବର ୧ରୁ ୩ ଯାଏ ବର୍ଷା ସମ୍ଭାବନା ଅଛି । ତେବେ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଅଧିକ ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ପୁଣି ବର୍ଷା ଆଶଙ୍କା । ଆଜି ପାଗ ଶୁଖିଲା ରହିବ ।

ଏହାପରଠୁ ଲଗାତର ୩ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି । ୨୩ରୁ ୨୪ ତାରିଖ ମଧ୍ୟରେ ଉପକୂଳ-ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

୨୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ରହିଛି ।ସମ୍ଭାବିତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ଭାବିତ ଜିଲ୍ଲାମାନଙ୍କ ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ରହିଛି । ଯେଉଁଠି ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏଥିସହ ବ‌ାଲେଶ୍ୱର, ଭଦ୍ରକ, ଯା‌ଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Leave A Reply

Your email address will not be published.