ପିଲାମାନଙ୍କ ଶରୀର ଉପରେ ହେଉଛି ଟମାଟୋ ପରି ଚିହ୍ନ, ଟମାଟୋ ଫ୍ଲୁ ବିଷୟରେ ଜାଣନ୍ତୁ ସବୁକିଛି

0

Get real time updates directly on you device, subscribe now.

ଟମାଟୋ ଫ୍ଲୁ କଣ ? ରୋଗର ଏହି ନାମ କାହିଁକି ରଖାଗଲା ?

ଡାକ୍ତରୀ ଶବ୍ଦରେ ଟମାଟୋ ଫ୍ଲୁ କିମ୍ବା ଟମାଟୋ ଫିଭର୍ ଗୋଟିଏ ପ୍ରକାରର ‘ହାତ, ପାଦ ଏବଂ ପାଟି’ ରୋଗ ଅଟେ । ଅର୍ଥାତ୍ ଏହାର ପ୍ରଭାବ ହାତ, ପାଦ ଏବଂ ପାଟିରେ ମୁଖ୍ୟତ ଦେଖାଯାଏ । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଟମାଟୋ ଫ୍ଲୁରେ ଚର୍ମରେ ଲାଲ ଚିହ୍ନ ସହିତ ବଡ ବଡ଼ ଦାଗ ଦେଖାଯିବାକୁ ଲାଗେ । ନାଲି ଫୁଲା କାରଣରୁ ଏହି ରୋଗର ନାମ ଟମାଟୋ ଫ୍ଲୁ ରଖାଯାଇଛି ।

ଟମାଟୋ ଫ୍ଲୁ କିପରି ବ୍ୟାପେ ? ଏହି ରୋଗରେ କାହାକୁ ଅଧିକ ବିପଦ ରହିଛି ?

ବର୍ତ୍ତମାନ୍ ସୁଦ୍ଧା ଅନୁଭବ କହିଥାଏ ଯେ ‘ଟମାଟୋ ଫ୍ଲୁ’ ଦ୍ଵାରା ଜୀବନ ପ୍ରତି ଅଧିକ ବିପଦ ନାହିଁ, କିନ୍ତୁ ଏହା ବହୁତ୍ ସଂକ୍ରାମକ ଅଟେ । ଏହି ରୋଗ କାହିଁକି ହୁଏ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । କିଛି ଲୋକ କହୁଛନ୍ତି ଯେ ଏହା ଡେଙ୍ଗୁର ସାଇଡ ଇଫେକ୍ଟ ମଧ୍ୟ ହୋଇପାରେ । ଡାକ୍ତରଙ୍କ କହିବାନୁସାରେ, ପିଲାମାନଙ୍କଠାରେ ଏହି ରୋଗ ବ୍ୟାପିବାର ଆଶଙ୍କା ଅଧିକ ରହିଛି । ଏପରି ପରିସ୍ଥିତିରେ ପିଲାମାନଙ୍କର ସ୍ୱଚ୍ଛତା ପ୍ରତି ସାବଧାନ ରୁହନ୍ତୁ ।

‘ ଦି ଲାନସେଟ’ ନିଜ ରିପୋର୍ଟରେ ଦେଲା ଚେତାବନୀ :-

ଗୋଟେ ପଟେ ବର୍ତ୍ତମାନ ଆମେ କୋଭିଡ଼-19 ର ଚତୁର୍ଥ ଲହରକୁ ନେଇ ଆଶଙ୍କିତ ଅଛୁ । ଅନ୍ୟ ପଟରେ ଭାରତର କେରଳ ରାଜ୍ୟ 5 ବର୍ଷରୁ କମ ବୟସର ପିଲାମାନଙ୍କ ମଧ୍ୟରେ ଟମାଟୋ ଫ୍ଲୁ କିମ୍ବା ଟମାଟୋ ଫିଭର୍ ନାମକ ନୂତନ ଭାଇରସ ସାମ୍ନାକୁ ଆସିଛି ।

ଟମାଟୋ ଫ୍ଲୁର ଲକ୍ଷଣ କଣ କଣ ରହିଛି ? ଜ୍ଵର ହୁଏ କି ?

ଟମାଟୋ ଫ୍ଲୁର ଲକ୍ଷଣ ମଙ୍କି ପକ୍ସ ଏବଂ ଚିକେନ୍ ପକ୍ସ ପରି ହୋଇଥାଏ । ‘ଦ ଲାନସେଟ୍’ ଅନୁଯାୟୀ, ଭାରତରେ ଯେଉଁ ମାମଲା ସାମ୍ନାକୁ ଆସିଛି, ସେଥିରେ ଶିଶୁମାନଙ୍କ ଶରୀରରେ ଦାଗ ହୋଇଯାଇଛି । ଟମାଟୋ ଫ୍ଲୁର ନାମ ପୁରା ଶରୀରରେ ହେଉଥିବା ଲାଲ ଏବଂ ଯନ୍ତ୍ରଣାଦାୟକ ଉଭୟ ଆଧାରରେ ରଖାଯାଇଛି, ଯାହା ଧୀରେ ଧୀରେ ବଡ ହୋଇ ଟମାଟୋ ଆକାରରେ ହୋଇଯାଏ । ଟମାଟୋ ଫ୍ଲୁ ହେତୁ ଚର୍ମରେ ଦାଗ ମଧ୍ୟ ଦେଖାଯାଏ, ଯେଉଁ କାରଣରୁ ରୋଗୀମାନେ ଚର୍ମରେ ଜଳାପୋଡା ଅନୁଭବ କରନ୍ତି ।

ଏହି ରୋଗରେ ଥକ୍କା, ବାନ୍ତି, ଝାଡ଼ା, ଜ୍ୱର, ଡିହାଇଡ୍ରେସନ୍, ଜଳର ଅଭାବ, ଶରୀର ଯନ୍ତ୍ରଣା ଏବଂ ସାଧାରଣ ଇନଫ୍ଲୁଏଞ୍ଜା ଭଳି ଲକ୍ଷଣ ଦେଖାଯାଏ । ଡାକ୍ତରମାନେ ଏହାର ଦାଗର ତୁଳନା ମଙ୍କିପକ୍ସ ସହ କରିଛନ୍ତି ଏବଂ ଜ୍ୱରର ଲକ୍ଷଣକୁ ଡେଙ୍ଗୁ, ଚିକେନ ପକ୍ସ ସହିତ କରିଛନ୍ତି । ଅନୁସନ୍ଧାନକାରୀମାନେ ବର୍ତ୍ତମାନ ମଧ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଏହି ଲକ୍ଷଣଗୁଡ଼ିକ କେଉଁ କାରଣରୁ ଶରୀରରେ ଦେଖାଯାଉଛି ।

ଟମାଟୋ ଫ୍ଲୁ ପାଇଁ ଚିକିତ୍ସା କଣ୍ ରହିଛି ?

ବର୍ତ୍ତମାନ୍ ଟମାଟୋ ଫ୍ଲୁ ଦ୍ଵାରା ପୀଡିତ ପିଲାମାନଙ୍କର ସାଧାରଣ ଚିକିତ୍ସା ପାରାସିଟାମୋଲ, ବିଶ୍ରାମ ଏବଂ ପ୍ରଚୁର ତରଳ ପଦାର୍ଥ ଦ୍ବାରା କରାଯାଉଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଲକ୍ଷଣ ଦେଖାଯିବା ପରେ ପିଲାମାନଙ୍କୁ ସାତ ଦିନ ପାଇଁ କ୍ୱାରଣ୍ଟିନ୍ କରାଯିବା ଉଚିତ । ଏହି ଫ୍ଲୁ ବୟସ୍କ ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରେ ।

Leave A Reply

Your email address will not be published.