ଚାଇନା ଷଡ଼ଯନ୍ତ୍ର ହୋଇଗଲା Decode, ଜାଣନ୍ତୁ କାହିଁକି ଶ୍ରୀଲଙ୍କାରେ ଗୁପ୍ତଚର ଜାହାଜ ରହିବା ଭାରତ ପାଇଁ ଏକ ବଡ଼ ବିପଦ
ଶ୍ରୀଲଙ୍କାରେ ଚାଇନାର ଗୁପ୍ତଚର ଜାହାଜର ଏଣ୍ଟ୍ରି ଭାରତ ପାଇଁ ବିପଦପୂର୍ଣ୍ଣ ଅଟେ । ଭାରତ ଲକ୍ଷ ଲକ୍ଷ ଥର ମନା କରିବା ସତ୍ତ୍ୱେ ଶ୍ରୀଲଙ୍କାରେ ଚୀନ ନିଜ ଗୁପ୍ତଚର ଜାହାଜକୁ ଠିଆ କରିଦେଇଛି । ଚୀନର ଏହି ଜାହାଜ ହମ୍ବନଟୋଟା ପୋର୍ଟରେ ପହଞ୍ଚି ଗଲାଣି, ଯେଉଁଠାରେ ଚାଇନା ଲୋକମାନେ ବହୁତ୍ ଯୋସରେ ସ୍ବାଗତ କରିଛନ୍ତି । ସେହିପରି ଏହାଦ୍ବାରା ଭାରତର ଟେନସନ୍ ବଢିଯାଇଛି ।
ଶ୍ରୀଲଙ୍କା ହେଲା ଚାଇନା ଷଡ଼ଯନ୍ତ୍ରର ଢାଲ :-
ଚୀନର ୟୁଆନ ୱାଙ୍ଗ 5 ଜାହାଜ ଏହି ସମୟରେ ଶ୍ରୀଲଙ୍କାର ହମ୍ବନଟୋଟା ପୋର୍ଟରେ ଠିଆ ହୋଇଛି । ଏଠାରୁ ସେ ହିନ୍ଦ ମହାସାଗର ଏବଂ ଦକ୍ଷିଣ ଭାରତରେ ହେଉଥିବା ପ୍ରତ୍ୟେକ ବଡ ଗତିବିଧି ଉପରେ ନଜର ରଖିପାରେ । ଏବଂ ଏହି କାରଣରୁ ଭାରତ ଶ୍ରୀଲଙ୍କା ଠାରେ ଆପତ୍ତି କରିଥିଲା ଯେ ସେ ଏହି ଜାହାଜକୁ ଏଠାରେ ବୁଲିବାକୁ ଅନୁମତି ନ ଦେଉ ।
ଏହି ବିଷୟରେ ଡିଫେନ୍ସ ଏକ୍ସପୋର୍ଟ ପି କେ ସହଗଲ କହିଛନ୍ତି ଯେ ଭାରତର ଦକ୍ଷିଣରେ କୌଣସି ସାଟେଲାଇଟ କିମ୍ବା ମିଶାଇଲ ଲଞ୍ଚ ହେଲେ ଏହା ତାକୁ ଡିଟେକ୍ଟ କରିପାରେ । ଏହାର ଭାରତର ସୁରକ୍ଷା ଉପରେ ଯଥେଷ୍ଟ ପ୍ରଭାବ ପଡ଼ିବ ଏବଂ ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରୋଟେଷ୍ଟ କରିଥିଲା ଏବଂ ଆମେରିକା ପ୍ରୋଟେଷ୍ଟ କରିଥିଲା ।
ଭାରତ ଜାଣିଥିଲା ଯେ ୟୁଆନ ୱାଙ୍ଗ 5 ହିନ୍ଦ ମହାସାଗର ଉପରେ ନଜର ରଖୁଥିବା ଚୀନର ଗୁପ୍ତଚର ସାଟେଲାଇଟକୁ ଅଗଷ୍ଟରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସାହାଯ୍ୟ ଦେବ । ଏହି ଖବର ଆମେରିକା ମଧ୍ୟ ଜାଣିଥିଲା । ତେବେ ଭାରତ ଏବଂ ଆମେରିକା ଉଭୟ ଶ୍ରୀଲଙ୍କାକୁ ଚେତାବନୀ ଦେଇଥିଲେ ଯେ ସେ ଚୀନ ଜାହାଜକୁ ତା ସ୍ଥାନରେ ରହିବାକୁ ଅନୁମତି ନ ଦେଉ ।
ଭାରତର କେତେ ଏରିୟା କଭର କରିବ ?
ବାସ୍ତବରେ ହମ୍ବନଟୋଟା ପୋର୍ଟରୁ ତାମିଲନାଡୁର କନ୍ୟାକୁମାରୀର ଦୂରତା ପ୍ରାୟ 451 କିଲୋମିଟର୍ ଅଟେ । ଏହା ସତ୍ତ୍ବେ ଶ୍ରୀଲଙ୍କା ଏହାକୁ ହମ୍ବନଟୋଟା ପୋର୍ଟକୁ ଆସିବାକୁ ଅନୁମତି ଦେଲା । ବର୍ତ୍ତମାନ୍ ଭାରତ ଏହାକୁ ନେଇ ଆଲର୍ଟ ରହିଛି ।
ସୂଚନା ପାଇଁ କହିରଖୁଛୁ ଯେ ୟୁଆନ ୱାଙ୍ଗ 5 କୁ 2007 ମସିହାରେ ତିଆରି କରାଯାଇଥିଲା । ଏହା ମିଲିଟାରୀ ନୁହେଁ ବରଂ ପାୱାରଫୁଲ ଟ୍ରାକିଂ ସିପ ଅଟେ । ଏହା ନିଜର ଯାତ୍ରା ସେତେବେଳେ ଆରମ୍ଭ କରିଥାଏ, ଯେତେବେଳେ ଚୀନ କିମ୍ବା କୌଣସି ଅନ୍ୟ ଦେଶ ମିସାଇଲ ଟେଷ୍ଟ କରୁଥାଏ । ଏହି ସିପ ପ୍ରାୟ 750 କିଲୋମିଟର୍ ଦୁର ପର୍ଯ୍ୟନ୍ତ ସହଜରେ ସବୁକୁ ନିରୀକ୍ଷଣ କରିପାରେ । 400 କୄ ବାଲା ଏହି ସିପ ପ୍ୟାରାବୋଲିକ ଟ୍ରାକିଙ୍ଗ ଏଣ୍ଟିନା ଏବଂ ଅନେକ ସେଂଶର ସହିତ ସଜ୍ଜିତ ଅଟେ ।