ଦିଗ ବଦଳିଲା ବାତ୍ୟା,୧୨ ଟି ଜିଲ୍ଲା କୁ ହାଇ ଆଲର୍ଟ ଜାରି।

0

Get real time updates directly on you device, subscribe now.

ଏବେ କା ସମୟରେ ବର୍ଷା କଥା କିଛି କହିହବନି କେତେ ବେଳେ କୋଉଠି ହଉଚି କିଛି କହିହବନି ।ଏଇ ବର୍ଷା ପାଇଁ ଏବେ ବହୁତ ଲୋକ ଦୁଃଖ ପାଉଛନ୍ତି ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ସାରା ରାଜ୍ୟରେ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ହଜାର ହଜାର ଲୋକ ଜଳବନ୍ଦୀ ହୋଇପଡ଼ିଛନ୍ତି । ଅନ୍ୟପକ୍ଷରେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଏହି କ୍ଷେତ୍ର ସୃଷ୍ଟି ହେବାର ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।ମିଳିଥିବା ସୂଚନାନୁଯାୟୀ ମାଲକାନାଗିରି ଜିଲ୍ଲାରେ ଅବସ୍ଥା ସଙ୍ଗୀନ ରୂପ ଧାରଣ କରିଛି । ଜିଲ୍ଲାର ସିଲେରୁ, ସାବେରୀ, କୋଟେରୁ ଓ କାଙ୍କୁରୁକୋଣ୍ଡା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ବହୁ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ସେହିପରି ୩୨୬ ନଂ ଜାତୀୟ ରାଜପଥ ଉପରେ ୫ଫୁଟ୍‌ ଉପର ପାଣି ପ୍ରବାହିତ ହେଉଥିବାରୁ ମାଲକାନଗିରି ଓ ଆନ୍ଧ୍ର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଅନ୍ୟପକ୍ଷରେ ଗୋଦାବରୀ ନଦୀରେ କ୍ରମଶଃ ଜଳସ୍ତର ବୃଦ୍ଧି ପାଉଥିବାରୁ ମୋଟୁରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି । ଲଗାଣ ବର୍ଷାରେ କାଲିମେଳା ବ୍ଲକ୍‌ର ଭୁବନପାଲି ପଞ୍ଚାୟତର ଏମ୍‌ଭି-୯୬ ଗାଁରେ କେତେକ କଚ୍ଚା ଘର ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି ।

ଅନ୍ୟପଟରେ କେଉଁଝର ଜିଲ୍ଲା ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ବିଦ ସଙ୍କେତ ୩୮.୩୬୦ ମିଟର ରହିଥିବାବେଳେ ଜଳସ୍ତର ରହିଛି ୩୭.୪୪୫ମିଟର । ସେହିପରି ବରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି । ବରଗଡ଼ରୁ ବରପାଲୀକୁ ସଂଯୋଗ କରୁଥିବା ପୁରୁଣା ଜୀରା ନଦୀର ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି । ଫଳରେ ବରଗଡ଼ ସହରକୁ ସଂଯୋଗ କରୁଥିବା ଅମ୍ବାପାଲୀ, ବରପାଲୀ, ବଲାଙ୍ଗିର, ପଦ୍ମୁର ଓ ସୋହେଲାକୁ ଯିବା ପାଇଁ କାଠିକର ପାଠ ହୋଇପଡ଼ିଛି । ଫୁଲବାଣୀ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଘାଟିରୁ ମାଟି ଅତଡ଼ା ଖସିବା ସହ ବଡ଼ବଡ଼ ଗଛ ମଧ୍ୟ ଉପୁଡ଼ି ପଡ଼ିଛି । ଫଳରେ ଗାଡ଼ିମଟର ଯିବାରେ ପ୍ରତିବନ୍ଧକ ଦେଖାଦେଇଛି । ଜିଲ୍ଲାର ସବୁଠୁ ବଡ଼ ଘାଟି କଳିଙ୍ଗ ଘାଟି, ରାଣୀପଥର ଘାଟି, ମାଧପୁର ଘାଟି, ସାରଙ୍ଗଗଡ଼ ଘାଟି ଇତ୍ୟାଦିରେ ମାଟି ଅତଡ଼ା ଖସି ବିରାଟ ଗଛମାନ ଉପୁଡ଼ି ପଡ଼ିଛି । ବର୍ଷା ଲାଗି ରହିଥିବାରୁ ଏସବୁ ସଫା କରିବା ପାଇଁ ବିଳମ୍ବ ଘଟୁଛି । ସେହିରି ହେକ୍ଟର ହେକ୍ଟର ଚାଷଜମିରେ ବର୍ଷା ଓ ବନ୍ୟାପାଣି ମାଡ଼ିଯାଇ ବ୍ୟାପକ ଫସଲହାନୀ ହେବାର ଆଶଙ୍କା ଦେଖାଦେଇଛି ।ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବାରୁ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି । ସବୁ ଚାଷୀ ଭାଇ ମାନେ ନିଜ ମୁଣ୍ଡ ରେ ହାତ ଦେଇଦେଇଛନ୍ତି ।ଏବେ ସେମାନେ କଣ କରିବେ କିଛି ବି ଚିନ୍ତା କରିପାରୁନାହାନ୍ତି ସେମାନେ ବହୁତ ଦୁଃଖ ରେ ଅଛନ୍ତି ସେମାନେ ।ଏମିତି ରେ ଏହୀ ବର୍ଷା କମିବାକୁ ନାଁ ଧରୁନାହିଁ ଏମିତି ହେଲେ କେମିତି ହବ ବୋଲି ଚାଷୀ ମାନେ କହୁଛନ୍ତି।

କାମାକ୍ଷାନଗର ବ୍ଲକ୍‌ ତୁମୁସିଂହା ଠାରେ ଆପ୍ରୋଚ ରୋଡ୍‌ ଧୋଇଯିବାରୁ ଗମନାଗମନ ଠପ୍‌ ହୋଇପଡ଼ିଛି । ପ୍ରାୟ ୧୫ଟି ପଞ୍ଚାୟତ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହି ରି ବାଲେଶ୍ୱର-ମୟୁରଭଞ୍ଜ ଜିଲ୍ଲାକୁ ସଂଯୋଗ କରୁଥିବା ନୀଳଗିରି-କପ୍ତିଦା ରାସ୍ତାର ଟାଙ୍ଗଣାବନ୍ଧ ପୋଲରୁ ମାଟି ଅତଡ଼ା ଖସିବା ଫଳରେ ପୋଲଟି ବିଦପୂର୍ଣ୍ଣ ଅବସ୍ଥାରେ ରହିଛି । ୪୦ ଫୁଟ୍‌ ଲମ୍ବ ଏହି ପୋଲ ଉପରେ ୨ଟି ବଡ଼ବଡ଼ ଗାତ ହୋଇଥିବାରୁ ଯାତାୟାତକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି ।

Leave A Reply

Your email address will not be published.