ନିଜର ସ୍ଵାମୀଙ୍କ ପାଇଁ ୩ଟି ଝିଅ ସନ୍ଧାନରେ ମହିଳା, କହିଲେ- ମୋର ସ୍ଵାମୀଙ୍କୁ ଖୁସି କରିଦିଅ, ବହୁତ ପଇସା ଦେବି

0

Get real time updates directly on you device, subscribe now.

ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ବଡ ଜଟିଳ ଅଟେ। ପ୍ରତ୍ଯେକ ବିବାହିତ ଯୋଡି ନିଜର ଜୀବନକୁ ନିଜ ଉପାୟରେ ବଞ୍ଚିବାକୁ ପସନ୍ଦ କରନ୍ତି। ଏମିତିରେ ପ୍ରତ୍ଯେକ ସମ୍ପର୍କକୁ ନେଇ ଅନେକ ଥର ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସେ। ବର୍ତ୍ତମାନ ଏହି ମହିଳାଙ୍କ କଥା ଦେଖନ୍ତୁ। ସେ ନିଜର ସ୍ବାମୀଙ୍କ ପାଇଁ ତିନୋଟି ଝିଅର ସନ୍ଧାନ କରିଲେ। ତାଙ୍କୁ ଏମିତି ଝିଅ ଦରକାର ଥିଲା ଯିଏକି ତାଙ୍କର ସ୍ବାମୀଙ୍କୁ ଖୁସି କରିପାରିବ। ଏହା ବଦଳରେ ସ୍ତ୍ରୀ ତାଙ୍କୁ ପଇସା, ଖାଇବା ଓ ରହିବା ପାଇଁ ମଧ୍ୟ ସ୍ଥାନ ଦେବେ। କିନ୍ତୁ ପ୍ରଶ୍ନ ହେଉଛିକି ତାଙ୍କର ସ୍ତ୍ରୀ ତାଙ୍କର ସ୍ଵାମୀଙ୍କ ପାଇଁ ଏମିତି କାହିଁକି କରୁଛନ୍ତି? ଆସନ୍ତୁ ଜାଣିବା।

ସାଧାରଣତଃ ଅଧିକାଂଶ ସ୍ଵାମୀଙ୍କ ସ୍ଵପ୍ନ ଥାଏକି ସେ ଏକ ସାଥିରେ ଅନେକ ଝିଅମାନଙ୍କ ସହିତ ମଜା କରିପାରିବେ। କିନ୍ତୁ ସ୍ତ୍ରୀ ଓ ସମାଜ ଡରରେ ସେ ଜୀବନଯାକ ଗୋଟିଏ ଝିଅ ଅର୍ଥାତ ନିଜର ସ୍ତ୍ରୀ ସହିତ ରହିବାକୁ ପସନ୍ଧ କରନ୍ତି। ଯଦି କୌଣସି ଅନ୍ୟ ଝିଅ ସହିତ ଏଫେୟାର ଚାଲେ ତେବେ ସେ ବିଷୟରେ ସ୍ତ୍ରୀ ସାମ୍ନାରେ କୁହନ୍ତି ନାହିଁ। ଯଦି ସ୍ତ୍ରୀଙ୍କୁ ସ୍ବାମୀଙ୍କର ଏଫେୟାର ବିଷୟରେ ଜଣାପଡିଯାଏ ତେବେ ତାଙ୍କର ଅବସ୍ଥା ଖରାପ ହୋଇଯାଏ।

ସ୍ବାମୀଙ୍କ ପାଇଁ ୩ଜଣ ଝିଅର ସନ୍ଧାନ କରିଛନ୍ତି ସ୍ତ୍ରୀ:-

କିନ୍ତୁ ଥାଇଲାଣ୍ଡର ପତ୍ଥିମା ନାମକ ଏକ ମହିଳା ନିଜର ସ୍ଵାମୀଙ୍କ ପାଇଁ ତିନୋଟି ଝିଅ ଖୋଜିଥିଲେ। ଏଥିପାଇଁ ସେ ଏକ ବିଜ୍ଞାପନ ମଧ୍ୟ ଦେଇଥିଲେ। ଏହି ବିଜ୍ଞାପନରେ କହିଲେକି ତାଙ୍କୁ ଏମିତି ୩ଟି ଝିଅର ସନ୍ଧାନ କରିଲେ ଯେଉଁମାନେ ତାଙ୍କର ସ୍ଵାମୀଙ୍କୁ ଖୁସି କରିପାରିବେ। ତାଙ୍କ ଘରର କାମରେ ସାହାଯ୍ୟ କରିପାରିବେ। ତାଙ୍କର ଭଲ ଦେଖରଖ କରିପାରିବେ। ଏହା ବଦଳରେ ଝିଅଙ୍କୁ ପ୍ରତ୍ଯେକ ମାସରେ ପଇସା, ଖାଇବା ଓ ରହିବା ସ୍ଥାନ ମଧ୍ୟ ଦିଆଯିବ।

ମହିଳା ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ସେମାନେ କେବଳ ୩୦ ରୁ ୩୫ ବର୍ଷ ବୟସର ମହିଳାମାନଙ୍କୁ ଖୋଜନ୍ତି। ମହିଳାଙ୍କର କୌଣସି ସନ୍ତାନ ହେବା ଉଚିତ ନୁହେଁ। ସେ ନିଶ୍ଚୟ ବୁଦ୍ଧିମାନ ହେବା ଉଚିତ। ଏହା ବ୍ୟତୀତ ଯେଉଁ ମହିଳା ଏହି ଚାକିରି ପାଇଁ ଆବେଦନ କରିବେ ତାଙ୍କୁ ମଧ୍ୟ ପ୍ରଥମେ ତାଙ୍କର ଏଚ.ଆଇ.ଭି ପରୀକ୍ଷା କରିବାକୁ ପଡିବ। ମହିଳା ଜଣକ ତାଙ୍କର ସ୍ୱାମୀଙ୍କ ପାଇଁ ଏକ ଝିଅ ମଧ୍ୟ ପାଇଛନ୍ତି। ବର୍ତ୍ତମାନ ଆଉ ଦୁଇ ଝିଅଙ୍କ ସ୍ଥାନ ଖାଲି ଅଛି। ତେଣୁ ଆମେ ବୁଲି ବୁଲି ସମାନ ପ୍ରଶ୍ନକୁ ଆସୁଛୁକି ଏହି ମହିଳା ଜଣକ ତାଙ୍କର ସ୍ୱାମୀଙ୍କ ପ୍ରତି ଏତେ ଦୟାଳୁ କାହିଁକି?

ଏହି କାରଣ ପାଇଁ ସ୍ଵାମୀଙ୍କ ଉପରେ ମେହରବାନ:-

ମହିଳା କହିଲେକି ତାଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ରୁହେ। ନିଜର ସ୍ଵାମୀଙ୍କୁ ସେ ଶାରୀରିକ ସୁଖ ଦେଇପାରନ୍ତି ନାହିଁ। ସେଥିପାଇଁ ସେ ଚାହାନ୍ତିକି ତାଙ୍କର ସ୍ଵାମୀଙ୍କୁ କୌଣସି ଅନ୍ୟ ଝିଅଙ୍କର ସହଯୋଗ ମିଳିଯାଉ। ଯାହାଫଳରେ ତାଙ୍କର ସ୍ଵାମୀ ଅଧିକ ଖୁସି ରହିବେ। ଏହ ସହିତ ତାଙ୍କୁ ଘରର କମରେ ମଧ୍ୟ ସାହାଯ୍ୟ ମିଳିଯିବ। ମହିଳାଙ୍କ ସ୍ଵାମୀଙ୍କୁ ଏହି ବିଷୟରେ କୌଣସି ଅନ୍ଦାଜ ନଥିଲାକି ତାଙ୍କର ସ୍ତ୍ରୀ ଏମିତି କିଛି ବିଜ୍ଞାପନ ଦେଇଛନ୍ତି। ଯେତେବେଳେ ସେ ଏହି ବିଜ୍ଞାପନକୁ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ।

ମହିଳାଙ୍କ ଏହି ଆଶ୍ଚର୍ଯ୍ୟକର ବିଜ୍ଞାପନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ଲୋକ ଏହି ଖବର ନିଜ ନିଜର ସ୍ତ୍ରୀଙ୍କ ସହିତ ସେୟାର କରୁଛନ୍ତି। କଣ ଆପଣ ଏହି ଖବର ନିଜର ସ୍ତ୍ରୀଙ୍କୁ ଦେଖାଇବାର ଦମ ରଖନ୍ତି କି? କଣ ଆପଣ ଚାହାନ୍ତିକି ଆପଣଙ୍କ ସ୍ତ୍ରୀ ଆପଣଙ୍କ ପାଇଁ କିଛି ଏମିତି କରନ୍ତୁ?

Leave A Reply

Your email address will not be published.