ମୁଁ ବାହା ହେଇନି କିନ୍ତୁ ମୋ ପୁଅ ପାଇଁ ସିନ୍ଦୁର ପିନ୍ଧିଛି..ଦୀନେଶ ମାନୁନାହାନ୍ତି,କିନ୍ତୁ ମୁଁ ବି ହାର ମାନିବାରେ ନାହିଁ !

0

Get real time updates directly on you device, subscribe now.

ମୁଁ ବାହା ହେଇନି ସତ କିନ୍ତୁ ଆଜି ମୁଁ ସିନ୍ଦୁର ପିନ୍ଧିଛି। କେବଳ ଆଉ କେବଳ ଆମ ଛୁଆ ପାଇଁ। ବାହା ହେବେ ବୋଲି ପ୍ରତିଶୃତି ଦେଇ ମୋ ସହିତ ଶାରୀରିକ ସମ୍ପର୍କ ରଖିଲେ, ଆଉ ଛୁଆ ହେବା ପରେ କେମିତି ତାକୁ ଛାଡିଦେବି। ମୋ ପୁଅ ଦେହରେ ବହୁଛି ମୋ ସ୍ଵାମୀଙ୍କର ରକ୍ତ। କିନ୍ତୁ ସେ ଆମ ସମ୍ପର୍କକୁ ମାନିବାକୁ ସମ୍ପୂର୍ଣ ରୂପରେ ନାରାଜ। କିନ୍ତୁ ମୁଁ ହାର ମାନିବି ନାହିଁ, ମୋତେ ନ୍ୟାୟ ନମିଳିବା ପର୍ଯ୍ଯନ୍ତ ତାଙ୍କ ଘର ଆଗରେ ସେମିତି ବସି ରହିବି।

ଦୀପିକା କହିଲେକି, ମୋତେ ଆଉ ମୋ ପୁଅକୁ ସ୍ତ୍ରୀ ଆଉ ବାପାର ପରିଚୟ ମିଳିବା ଦରକାର। ସେ ଆସି ମୋତେ ସମସ୍ତଙ୍କ ଆଗରେ ମୋତେ ମୋର ପରିଚୟ ଦେଉ। ଏହା ସହିତ ମୁଁ ଆଜି ଯେଉଁ ଖରା ଓ ବର୍ଷାରେ ଏଠାରେ ବସିଛି, ମୁଁ ତାକୁ ସେଥିପାଇଁ ଫ୍ୟାମେଲି କୋର୍ଟକୁ ମଧ୍ୟ ଡ଼ାକିଥିଲି। ସେଠାରେ ମଧ୍ୟ ସେ ଦେଖା ଦେଇନଥିଲା। ସେଥିପାଇଁ ମୁଁ ବର୍ତ୍ତମାନ ଚାହୁଁଛି ସେ ଏଠିକି ଆସି ମୋତେ ମୋର ପରିଚୟ ଦେଉ। ମୁଁ ଚାହୁଁଛି ସେ ମୋତେ ବୈଦିକ ରୀତିନୀତିରେ ମୋତେ ବାହା ହେଉ। ସାରା ଦୁନିଆକୁ ଜଣାନ୍ତୁ ମୁଁ ତାଙ୍କର ସ୍ତ୍ରୀ ବୋଲି।

ଏହି ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲାର ବଡ ବଜାରରେ। ଏହି ଘଟଣାରେ ଦିନେଶ ହେଉଛନ୍ତି ସ୍ତ୍ରୀର ହକ ପାଇଁ ଲଢୁଥିବା ଦୀପିକାଙ୍କର ପ୍ରେମିକ। ଯେତେ ପର୍ଯ୍ଯନ୍ତ ମତେ ସ୍ତ୍ରୀର ମର୍ଯ୍ୟାଦା ମୋତେ ନମିଳିଛି ସେତେ ପର୍ଯ୍ଯନ୍ତ ମୁଁ ଦିନେଶଙ୍କ ଘର ଆଗରେ ଧାରଣା ଦେବି ବୋଲି କହିଛନ୍ତି। ବାହା ନହୋଇ ମଧ୍ୟ ଦୀପିକା ଆଜି ମଥାରେ ସିନ୍ଦୁର ପିନ୍ଧିଛନ୍ତି। ମୁଁ ବାହା ହୋଇନାହିଁ କିନ୍ତୁ ମୁଁ ମୋର ଛୁଆ ପାଇଁ ପିନ୍ଧିଛି ସିନ୍ଦୁର। ଏହି ଘଟଣାଟି ଆରମ୍ଭ ହୋଇଥିଲା ଭେସପା ଶୋରୁମ। ଭେସପା ଶୋରୁମରୁ ପ୍ରେମ ଆରମ୍ଭ ହୋଇଥିଲା। ଧୀରେ ଏହି ପ୍ରେମ ଲିଭ ଇନରେ ପରିଣତ ହେଲା। ତାପରେ ଉଭୟ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ। କିନ୍ତୁ ଦିନେଶ ଅନ୍ୟତ୍ର ବିବାହ କରିବେ ବୋଲି ଜଣାପଡିଥିଲା ଦୀପିକାଙ୍କୁ, ତାପରେ ଦୀପିକା ଦିନେଶଙ୍କ ଘର ଆଗରେ ଯାଇ ଧାରଣା ଦେଇଥିଲେ।

Leave A Reply

Your email address will not be published.