ଅଭିନେତା ବାବୁସାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ହଇଚଇ । ପରିବାର ଭିତରେ ଉଠିଛି ଝଡ଼ । ବିଚ୍ ରାସ୍ତାରେ ହାତାହାତି ହୋଇଛନ୍ତି ବାବୁସାନ ଓ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ । କଥାଟି ହେଉଛି, ସ୍ବାମୀ-ସ୍ତ୍ରୀଙ୍କ ଭିତରେ ସନ୍ଦେହର ମଞ୍ଜି ବୁଣିଲା କିଏ? ପିଲା ଦିନର ସାଥୀ ତୃପ୍ତିଙ୍କୁ ସାରା ଜୀବନର ସାଥୀ କରିଥିଲେ ବାବୁସାନ । ସେମାନଙ୍କ ଗୋଟେ ପୁଅ ଅଛନ୍ତି । ଏହା ସତ୍ତ୍ବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ନଥିଲା ଭଲ ସମ୍ପର୍କ । ହେଲେ ଏହି ସମ୍ପର୍କରେ ଏଣ୍ଟ୍ରି ମାରିଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର ଆଉ ଫାଟ ସୃଷ୍ଟି କଲେ ।
ଯାହାଙ୍କ ପାଇଁ ଦିନ ଦିନ ଧରି ଘରକୁ ଆସୁ ନଥିଲେ ବାବୁସାନ୍ । ଏଥି ପାଇଁ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦାୟୀ କରୁଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି । ପ୍ରକୃତିଙ୍କ ପାଇଁ ତାଙ୍କ ପରିବାର ଛାରଖାର ହୋଇଗଲା । ସେ ବାବୁସାନଙ୍କୁ ବ୍ଲାକ୍ମେଲ୍ କରୁଥିଲେ ବୋଲି ସଙ୍ଗୀନ ଅଭିଯୋଗ ଆଣିଥିଲେ ମଧ୍ୟ ତୃପ୍ତି । ତୃପ୍ତିଙ୍କ ଅଭିଯୋଗ ପରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ବିରୁଦ୍ଧରେ ୪୯୮(ଏ), ଓ ୫୦୬ ଦଫାରେ ମାମଲା ରୁଜୁ କଲା ପୋଲିସ ।
ଖାରବେଳ ଥାନାକୁ ଯାଇଥିଲେ ତୃପିଙ୍କ ସହିତ ଶାଶୁ ଅପରାଜିତା ମହାନ୍ତି ଓ ମାଉସୀ ସଙ୍ଗୀତା ପ୍ରହରାଜ । ଦୁଇ ଘଣ୍ଟା ଧରି ଥାନାରେ ଚାଲିଥିଲା ଆଲୋଚନା । ପ୍ରକାଶ ଥାଉକି ଗତ ଦୁଇ ବର୍ଷ ହେଲାଣି ଏକାଠି ରହୁଥିଲେ ବାବୁସାନ ଓ ପ୍ରକୃତି । ତୃପ୍ତିଙ୍କୁ କୋଭିଡ ହୋଇଥିବା ସମୟରେ ମଧ୍ୟ ସେ ତାଙ୍କୁ ଦେଖିବାକୁ ଆସିନିଥିଲେ । ଧରା ପଡ଼ିଯିବା ଭୟରେ ବାବମ୍ବାର ଘର ବଦଳାଉଥିଲେ ବାବୁସାନ ।
ଆଉ ସବୁ ଜାଣିଥିଲେ, ପ୍ରକୃତିଙ୍କ ପରିବାର । ଏହା କହିଛନ୍ତି ତୃପ୍ତିଙ୍କ ମାଉସୀ ସଙ୍ଗୀତା ପ୍ରହରାଜ । କିଛି ଦିନ ତଳେ ସେ ମନ୍ମଥ ମିଶ୍ରଙ୍କ ଘରକୁ ଯାଇ ଝିଅକୁ ବୁଝାଇବାକୁ କହିଥିଲେ । ମାତ୍ର ତାଙ୍କ ଝିଅ ତାଙ୍କ ଅଧୀନରେ ନାହିଁ । ଥାନାରେ ଏତଲା ଦେବାକୁ କାଳେ ପରାମର୍ଶ ଦେଇଥିଲେ ପ୍ରକୃତିଙ୍କ ବାପା । ତେବେ ବର୍ତମାନ ସମୟରେ ପ୍ରକୃତିଙ୍କୁ ଜେରା ହେବା ପରେ ବାବୁଶାନ୍ ଙ୍କୁ କେବେ ଜେରା କରିବ ପୋଲିସ୍ ସେନେଇ ପ୍ରଶ୍ନ ଉଠିଛି । ତେବେ ଯଦି ବାବୁଶାନ୍ ଙ୍କ ଦୋଷ ପ୍ରମାଣିତ ହୁଏ ତେବେ ସେ ଜେଲ୍ ମଧ୍ୟ ଯାଇପାରନ୍ତି । ତେଣୁ ସେହି ଭୟରେ ଆଗୁଆ ଜାମିନ ଆବେଦନ କରି ବାବୁଶାନ୍ ହାଇକୋର୍ଟ ଯାଇଥିବାର ସୂଚନା ମଧ୍ୟ ରହିଛି ।