ଭାରତ ବନାମ ଇଣ୍ଡିଜ ମଧ୍ୟରେ ଆଜି ପ୍ରଥମ ଟି-୨୦ ମ୍ୟାଚ, ରବୀନ୍ଦ୍ର ଜାଡେଜାଙ୍କ ଖେଳିବା ଉପରେ ସସପେନ୍ସ !

0

Get real time updates directly on you device, subscribe now.

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚଟି ମ୍ୟାଚର ଟି-୨୦ ସିରିଜର ପ୍ରଥମ ମୁକାବିଲା ଆଜି(୨୯ ଜୁଲାଇ) ତ୍ରିନିଦାଦର ବ୍ରାୟନ ଲାରା କ୍ରିକେଟ ଏକାଡେମୀରେ ଖେଳାଯିବ। ଭାରତ ଦଳ ଦିନକିଆ ସିରିଜରେ ଇଣ୍ଡିଜକୁ ୩-୦ ରେ ହରାଇ ସିରିଜକୁ କବଜା କରିଛି। ଦିନକିଆ ସିରିଜ ଅପେକ୍ଷା ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ନୂଆ ଦଳ ପଠାଯାଇଛି। ଓ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଅନେକ ପ୍ରମୁଖ ଖେଳାଳି ଫେରିଛନ୍ତି।

ଏହି ସିରିଜ ଭାରତୀୟ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ:-

ଟି-୨୦ ବିଶ୍ଵକପ ଏବଂ ଏସିଆ କପକୁ ଧ୍ୟାନରେ ରଖି ଭାରତୀୟ ଦଳ ପାଇଁ ଏହି ଟି-୨୦ ସିରିଜ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ। ଭାରତ ପାଖରେ ଟପ ଅର୍ଡରରେ ରୋହିତ ଶର୍ମା, ଋଷଭ ପନ୍ତ, ଶ୍ରେୟସ ଅୟର ପରି ଖେଳାଳି ଅଛନ୍ତି। ପୂର୍ବରୁ ମିଡ଼ିଲ ଅର୍ଡରରେ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକଙ୍କ ପରି ବ୍ୟାଟ୍ସମ୍ୟାନ ଅଛନ୍ତି। ବୋଲରରେ ରବିଚନ୍ଦ୍ରନ ଅଶ୍ଵିନୀ, ଭୁବନେଶ୍ୱର କୁମାରଙ୍କ ପରି ଅନୁଭବୀ ଖେଳାଳି ଅଛନ୍ତି।

ରୋହିତ ଶର୍ମାଙ୍କ ଅଜେୟ ରେକର୍ଡ:-

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ସିରିଜ ହାରିନାହିଁ। ସେହି କ୍ରମକୁ ବଜାୟ ରଖିଛନ୍ତି। ଦିନକିଆ ସିରିଜରେ ମିଳିଥିବା ୩-୦ ବିଜୟ ପରେ ନିକୋଲସ ପୁରନଙ୍କ ଅଧିନାୟକତ୍ୱରେ ୱେଷ୍ଟଇଣ୍ଡିଜ ଦଳ ବର୍ତ୍ତମାନ ଛୋଟ ଫର୍ମାଟରେ ଫେରିବାକୁ ଚାହିଁବ। ଇଣ୍ଡିଜ ଦଳରେ ବିପଦପୂର୍ଣ୍ଣ ବ୍ୟାଟ୍ସମ୍ୟାନଙ୍କର ଅଭାବ ନାହିଁ। ଓ ଦଳକୁ ଶୀମରନ ହେଟମେୟର, ଓଡ଼ିୟନ ସ୍ମିଥଙ୍କ ପରି ଖେଳାଳି ଦଳକୁ ଫେରିଛନ୍ତି। ଏମିତିରେ ଦେଖିବାକୁ ହେବକି ଭାରତୀୟ ବୋଲର କେଉଁ ପରି ତାଙ୍କୁ ବଲ ପକାଇବ। ଦଳରେ ରବୀନ୍ଦ୍ର ଜାଡେଜା ସାମିଲ ଅଛନ୍ତି। କିନ୍ତୁ ସେ ଖେଳିବେ କି ନାହିଁ କିଛି ଠିକ ହୋଇନାହିଁ।

ପ୍ରଥମେ ବୋଲିଂ କରିବା ଦଳକୁ ମିଳିବ ଲାଭ:-

ବ୍ରାୟନ ଲାରା କ୍ରିକେଟ ଏକାଡେମୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ମହିଳା ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି। ଯେଉଁଥିରେ ଦଳ ବୋଲିଂ ପ୍ରଥମେ ସମସ୍ତ ମ୍ୟାଚ ଜିତିଛି। ଅର୍ଥାତ ଯେଉଁ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବ। ଯାହାବି ହେଉ, କାରିବିଆନ ସ୍ଥିତିକୁ ଧ୍ୟାନରେ ରଖି, ଲକ୍ଷ୍ୟକୁ ଗୋଡ଼ାଇବା ଦଳଗୁଡିକ ପାଇଁ ଠିକ ରହିଥାଏ। ଯଦି ବର୍ଷା ଯୋଗୁଁ ମ୍ୟାଚ ପ୍ରଭାବିତ ହୁଏ, ତେବେ ପ୍ରଥମେ ବ୍ୟାଟିଂ କରିବା ଟିକେ କଷ୍ଟକର ହେବ। ଏହା ସହିତ ବୋଲରମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ପିଚ ମଧ୍ୟ ବିବେଚନା କରାଯାଏ।

ଭାରତୀୟ ଟି-୨୦ ସ୍କ୍ୱାର୍ଡ:-

ରୋହିତ ଶର୍ମା(ଅଧିନାୟକ), ଶ୍ରେୟସ ଅୟର, ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, ଦୀପକ ହୁଡ଼ା, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ଵିନୀ, ରବୀନ୍ଦ୍ର ଜାଡେଜା, ଦିନେଶ କାର୍ତ୍ତିକ, ଇଶାନ କିଶନ, ରିଷଭ ପନ୍ତ, ଅର୍ଶଦୀପ ସିଂ, ଆବେଶ ଖାନ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, କୁଲଦୀପ ଯାଦବ, ରବି ବିଶ୍ନୋଇ

ଇଣ୍ଡିଜ ଟି-୨୦ ସ୍କ୍ୱାର୍ଡ:-

ନିକୋଲସ ପୁରନ(ଅଧିନାୟକ), ରୋବସୋମ ପୱେଲ, ଶମରାହ ବୃକ୍ସ, ଶୀମରନ ହେଟମେୟର, ଜେସନ ହୋଲ୍ଡର, ଅକିଲ ହୁସେନ, ଅଲ୍ଜିରୀ ଜୋସେଫ, ବ୍ରେଣ୍ଡନ କିଙ୍ଗ, କାଇଲ ମେୟର୍ସ, ଓବେଡ ମେକୋୟ, କିମୋ ପୋଲ, ରୋମାରିୟୋ ସେଫର୍ଡ, ଓଡ଼ିୟନ ସ୍ମିଥ, ଡେବୋନ ଥମାସ, ହେଡନ ବଲ୍ସ ଜୁନିୟର

Leave A Reply

Your email address will not be published.