ବାବୁଶାନ୍ ଦୋଷୀ ବୋଲି ପ୍ରମାଣିତ ହେଲେ ୫ ବର୍ଷ ପାଇଁ ଜେଲ୍ ଯାଇ ପାରନ୍ତି !

0

Get real time updates directly on you device, subscribe now.

ବନ୍ଧୁଗଣ ସୂଚନାଯୋଗ୍ୟ, ବାବୁସାନଙ୍କ ଗୋଟିଏ ସତ ଫସାଇ ଦେବ ପ୍ରକୃତି ମିଶ୍ରଙ୍କୁ । ଯଦି ବାବୁସାନ ସତ କଥା ମାନି ଯାଆନ୍ତି ଯେ, ପ୍ରକୃତି ତାଙ୍କୁ ନିଶା ଦେଉଥିଲେ ବୋଲି ଏହାପରେ ଆରମ୍ଭ ହୋଇଯିବ ଅନେକ ସାରା ପ୍ରଶ୍ନୋତ୍ତରର ଖେଳ । ଆଉ ଯେଉଁଥିରେ ଏନ୍ସିବି ମାଡି ବସିବ ପ୍ରକୃତି ମିଶ୍ରଙ୍କ ଉପରକୁ । କାରଣ ଯଦି ପ୍ରକୃତି ବାବୁସାନଙ୍କୁ ନିଶା ଦେଉଥାନ୍ତି ତେବେ ଏହା ସେ କେଉଁଠୁ ଆଣୁଥିଲେ । କିଏ ତାଙ୍କୁ ଡ୍ରଗ୍ସ ଦେଉଥିଲା । ଏହି ସବୁ ପ୍ରଶ୍ନର ଉତ୍ତର ପଚାରିବା ପାଇଁ ତାଙ୍କ ପଛରେ ଲାଗିଯିବ ଏନ୍ସିବି ।

ଏନ୍ସିବି ଖୋଲତାଡ଼ କରିବ ଯେ, ମୁମ୍ବାଇ ମହାନଗରୀରେ ରହୁଥିବା ପ୍ରକୃତି ମିଶ୍ର କେଉଁଠାରୁ ଆଣୁଥିଲେ ଏହି ନିଶା ଦ୍ରବ୍ୟ । ଆଉ ଯଦି ପ୍ରକୃତି ମିଶ୍ର ବାସ୍ତବିକ ଏହି ସବୁ ନିଶା ଆଣି ବାବୁସାନଙ୍କୁ ଦେଉଥିଲେ ଏବଂ ସ୍ଵୟଂ ଏହାକୁ ସେବନ କରୁଥିଲେ ତେବେ ଏହା ଭୟାଭୟ ହୋଇଯିବ ଉଭୟଙ୍କ ପାଇଁ । ଏଥିପାଇଁ ଉଭୟଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିପାରେ । ଅନ୍ୟପଟେ ମଧ୍ୟ ପାରିବାରିବ ବିବାଦରେ ଫସିଥିବା ଓଲିଉଡ ଅଭିନେତା ବାବୁଶାନ ମହାନ୍ତିଙ୍କୁ ଗିରଫ ଭୟ ଘାରିଛି ।

କାରଣ ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଦାଏର ମାମଲାରେ ଅଭିଯୁକ୍ତ ଅଛନ୍ତି ବାବୁଶାନ । ତାଙ୍କ ନାଁରେ ଦଫା ୪୯୮(କ), ୫୦୬ରେ ମାମଲା ହୋଇଛି । ତେଣୁ ପୁଲିସ ତାଙ୍କୁ କୌଣସି ବି ମୁହୂର୍ତ୍ତରେ ଗିରଫ କରିପାରେ ବୋଲି ଆଶଙ୍କା କରାଯାଉଛି । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କ ରଖିଥିବା ବାବୁଶାନଙ୍କ ବିରୋଧରେ ପତ୍ନୀ ତୃପ୍ତି ଶତପଥୀ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ବାବୁଶାନଙ୍କ ବ୍ୟତିତ ସେ ପ୍ରକୃତି ମିଶ୍ରଙ୍କ ନାଁରେ ମଧ୍ୟ ଏଫଆଇଆର ଦେଇଛନ୍ତି । ତାଙ୍କ ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ ଦଫା ୪୯୮(କ) ଓ ୫୦୬ରେ ମାମଲା ରୁଜୁ କରି ବାବୁଶାନ ଓ ପ୍ରକୃତିଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲା । ଆଉ ଯଦି ଏଥିରେ ବାବୁଶାନ୍ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ତାଙ୍କୁ ୫ବର୍ଷ ପାଇଁ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ ।

ତେବେ ଗତକାଲି ପୁଲିସ୍‌ ପ୍ରକୃତିଙ୍କ ଘରକୁ ଯାଇ ତାଙ୍କୁ ୧ ଘଣ୍ଟା କାଳ ଜେରା କରିଥିଲା । ହେଲେ ବାବୁଶାନ ଓଡ଼ିଶା ଫେରି ନଥିବା କାରଣରୁ ପୁଲିସ୍‌ ନିକଟରେ ହାଜର ହୋଇ ନଥିଲେ । ଆଜି ବାବୁଶାନ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତେବେ ଆଗକୁ ପୋଲିସ୍ କୌଣସି ଭି ମୁହୂର୍ତ୍ତରେ ବାବୁଶାନ୍ ଙ୍କୁ ଜେରା କରିପାରେ ।

Leave A Reply

Your email address will not be published.