ବାବୁଶାନ ମହାନ୍ତିଙ୍କୁ ଘାରିଲା ଗିରଫ ଭୟ । ଆଗୁଆ ଜାମିନ୍ ପାଇଁ ହାଇକୋର୍ଟ ଗଲେ ବାବୁଶାନ୍ ।

0

Get real time updates directly on you device, subscribe now.

ପାରିବାରିବ ବିବାଦରେ ଫସିଥିବା ଓଲିଉଡ ଅଭିନେତା ବାବୁଶାନ ମହାନ୍ତିଙ୍କୁ ଗିରଫ ଭୟ ଘାରିଛି । ଏଥିପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଛନ୍ତି । ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଦାଏର ମାମଲାରେ ଅଭିଯୁକ୍ତ ଅଛନ୍ତି ବାବୁଶାନ । ତାଙ୍କ ନାଁରେ ଦଫା ୪୯୮(କ), ୫୦୬ରେ ମାମଲା ହୋଇଛି । ତେଣୁ ପୁଲିସ ତାଙ୍କୁ କୌଣସି ବି ମୁହୂର୍ତ୍ତରେ ଗିରଫ କରିପାରେ ବୋଲି ଆଶଙ୍କା କରାଯାଉଛି ।

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କ ରଖିଥିବା ବାବୁଶାନଙ୍କ ବିରୋଧରେ ପତ୍ନୀ ତୃପ୍ତି ଶତପଥୀ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାବୁଶାନଙ୍କ ବ୍ୟତିତ ସେ ପ୍ରକୃତି ମିଶ୍ରଙ୍କ ନାଁରେ ମଧ୍ୟ ଏଫ-ଆଇ-ଆର ଦେଇଛନ୍ତି । ତାଙ୍କ ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ ଦଫା ୪୯୮(କ) ଓ ୫୦୬ରେ ମାମଲା ରୁଜୁ କରି ବାବୁଶାନ ଓ ପ୍ରକୃତିଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲା । ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ପ୍ରକୃତିଙ୍କ ଘରକୁ ଯାଇ ତାଙ୍କୁ ୧ ଘଣ୍ଟା କାଳ ଜେରା କରିଥିଲା । ହେଲେ ବାବୁଶାନ ଓଡ଼ିଶା ଫେରି ନଥିବା କାରଣରୁ ପୁଲିସ୍‌ ନିକଟରେ ହାଜର ହୋଇ ନଥିଲେ । ଶନିବାର ଠାରୁ ଚେନ୍ନାଇରେ ରହିଥିଲେ ।

ବିବାଦ ବଢ଼ୁଥିବାରୁ ଆଜି ସକାଳେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିନାହାନ୍ତି । ବାବୁଶାନଙ୍କ ବିରୋଧରେ ଘରୋଇ ହିଂସା ଓ ଧମକ ଦେବା ଭଳି ଅଭିଯୋଗ ଥିବାରୁ ତାଙ୍କୁ ଜେରା ବେଳେ ପୁଲିସ ଗିରଫ ଦେବାର ଆଶଙ୍କା ରହିଛି । ତେଣୁ ସେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଆଜି ସନ୍ଧ୍ୟାରେ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ ଆଜି ସକାଳେ ଚେନ୍ନାଇ ରୁ ବିମାନ ଯୋଗେ ଆସି ଭୁବନେଶ୍ଵର ରେ ପହଂଚି ଥିଲେ ଅଭିନେତା ବାବୁଶାନ୍ ମହାନ୍ତି । ସେଠାରୁ ସେ ତାଙ୍କ ବାପା ମାଆଙ୍କ ବରମୁଣ୍ଡା ସ୍ଥିତ ଘରକୁ ଯାଇଥିଲେ । ତେବେ ବାବୁଶାନ୍ ମହାନ୍ତି ପ୍ରଥମେ ଘରକୁ ଯାଇ ବାପା ମାଆଙ୍କୁ ଭେଟିଛନ୍ତି । ପୋଲିସ୍ ଏତେ ପର୍ଯ୍ୟନ୍ତ ତାଙ୍କ ବୟାନ ନେଇ ନଥିବାର ସୂଚନା ରହିଛି । ବାବୁଶାନ ମଧ୍ୟ ପୋଲିସ୍ କିମ୍ବା ମିଡ଼ିଆ ସାମ୍ନାରେ ତାଙ୍କର କିଛି ଭି ପ୍ରତିକ୍ରିୟା ଏତେ ପର୍ଯ୍ୟନ୍ତ ରଖି ନାହାଁନ୍ତି ।

Leave A Reply

Your email address will not be published.