ନିଶକୁ ନେଇ ଗର୍ବ କରନ୍ତି ଏହି ମହିଳା,ଟାହିଟାପରା ସତ୍ତ୍ୱେ କାଟନ୍ତିନି ନିଜ ନିଶ ………

0

Get real time updates directly on you device, subscribe now.

ସଂପ୍ରତି କେରଳର ଜଣେ ମହିଳା କେବଳ ଭାରତୀୟ ମିଡିଆ ନୁହେଁ ବରଂ ବିଦେଶୀ ଅନଲାଇନ୍ ମିଡିଆରେ ମଧ୍ୟ ଛାଇ ଯାଇଛନ୍ତି । ଏହି ମହିଳା ନିଜର ନିଶକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ମହିଳା ଜଣକ ଅନେକ ଲିଙ୍ଗଗତ ଭେଦଭାବକୁ ଭାଙ୍ଗିବାର କାମ କରିଛନ୍ତି । ମହିଳାଙ୍କ ନିଶ ଦେଖି ଲାଗୁଛି ଏହା କୌଣସି ପୁରୁଷଙ୍କ ନିଶ । ସଂପ୍ରତି ମହିଳାଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ମହିଳା ଜଣକ କେରଳର କୁନ୍ନୁର ଜିଲ୍ଲା ବାସିନ୍ଦା । ବିବିସିର ଏକ ରିପୋର୍ଟ ଅନୁଯାୟୀ, ୩୫ ବର୍ଷୀୟ ଏହି ମହିଳାଙ୍କ ନାମ ହେଉଛି ଶାୟଜା ।

ପ୍ରଥମେ ପ୍ରଥମେ ତାଙ୍କୁ ଲୋକେ ଥଟ୍ଟା ପରିହାସ କରୁଥିଲେ । କିନ୍ତୁ  ଶାୟଜାକୁ ଏଥିରେ କୌଣସି ଫରକ ପଡେ ନାହିଁ ଯେ, ଲୋକେ ତାଙ୍କୁ ନେଇ କଣ କହୁଛନ୍ତି । ତାଙ୍କୁ ମୁହଁରେ ନିଶ ରଖିବା ଭଲ ଲାଗେ ବୋଲି କହିଛନ୍ତି । ଗଣମାଧ୍ୟମରେ ପ୍ରକାଶ ଏକ ରିପୋର୍ଟ ଅନୁଯାୟୀ, ତାଙ୍କ ଓଠ ଉପରେ ଚୁଟି ଶୀଘ୍ର ବଢି ଯାଉଛି । ଏହା ବ୍ୟତୀତ ତାଙ୍କର ଭ୍ରୁଲତା ଅର୍ଥାତ୍ ଆଖିପତା ଉପର ଅଂଶର ଚୁଟି ମଧ୍ୟ ଶୀଘ୍ର ଉଠି ଯାଉଛି ।

ତେବେ ଧିରେ ଧିରେ ଶାୟଜା ଏଥିରେ ଖାପ ଖୁଆଇ ନେଇଥିଲେ । ଏବେ ସେ ଚୁଟିକୁ ସଫା କରୁ ନାହାନ୍ତି । ଏଥିପାଇଁ ତାଙ୍କୁ ଘର ଲୋକଙ୍କଠୁ ଗାଳି ଶୁଣିବାକୁ ପଡିଥାଏ । ଲୋକେ ତାଙ୍କୁ ଏହାକୁ ନେଇ ଅନେକ ପ୍ରଶ୍ନ କରୁଛନ୍ତି । ଶାୟଜାଙ୍କ କହିବା କଥା ପ୍ରଥମେ ପ୍ରଥମେ ସେ ନିଜର ଫେସିୟାଲ ହେୟାର୍ସକୁ ସର୍ବଦା ସଫା କରୁଥିଲେ । ମାତ୍ର ପାଖାପାଖି ପାଞ୍ଚ ମାସ ହେବ ସେ ଆଉ ସଫା କରୁ ନାହାନ୍ତି । ତାଙ୍କ ଆଖିପତା ଉପରର ଚୁଟି ଅଧିକ ଘନ ହେବାରୁ ଶାୟଜା ଏହାକୁ ସଫା କରିବା ବନ୍ଦ କରି ଦେଇଥିଲେ । ଏବେ ତାଙ୍କୁ ଚୁଟି ରଖିବାକୁ ଭଲ ଲାଗୁଛି । ପ୍ରକାଶଯୋଗ୍ୟ ଯେ ଶାୟଜା ଅନେକ ବର୍ଷ ଧରି ସ୍ଵାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ । ଗତ ୧୦ ବର୍ଷରେ ତାଙ୍କର ଛଅଟି ସର୍ଜରୀ ହୋଇଛି ।

ଗୋଟିଏ ସର୍ଜରୀ କରାଯାଇ ତାଙ୍କ ସ୍ତନରୁ ମାଂସ ପିଣ୍ଡୁଳା କଢା ଯାଇଥିଲା । ଅନ୍ୟ ସର୍ଜରୀରେ ତାଙ୍କ ଗର୍ଭାଶୟରୁ ଟ୍ୟୁମର କଢାଯାଇଥିଲା । ପାଞ୍ଚ ବର୍ଷ ପୂର୍ବେ ତାଙ୍କର ଶେଷ ସର୍ଜରୀ ଗର୍ଭାଶୟକୁ ହଟାଇବା ପାଇଁ କରାଯାଇଥିଲା । ଅନେକ ସ୍ଵାସ୍ଥ୍ୟ ସମସ୍ୟାରୁ ମୁକୁଳିବା ପରେ ଶାୟଜାଙ୍କ ମନୋବଳ ଆହୁରି ଦୃଢ ହୋଇ ଯାଇଛି ଏବଂ ନିଜକୁ ସେ ଅଧିକ ମଜବୁତ କରି ନେଇଛନ୍ତି ।

Leave A Reply

Your email address will not be published.