ଗାର୍ଲଫ୍ରେଣ୍ଡ ନେଲା ପ୍ରତିଶୋଧ, ବୟଫ୍ରେଣ୍ଡ ଠାରୁ ପ୍ରେମରେ ଧୋକା ମିଳିବାରୁ ପୁଅର ବାପା ସହ କଲା ବିବାହ, ଆଉ ତା’ପରେ…

0

Get real time updates directly on you device, subscribe now.

ଆପଣ ଅନେକ ପ୍ରକାରର ଲଭ୍ ଷ୍ଟୋରୀ ବିଷୟରେ ଶୁଣିଥିବେ, କିନ୍ତୁ ଏପରି ଅଜବ ଲଭ୍ ଷ୍ଟୋରୀ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଲଭ୍ ଷ୍ଟୋରୀ ସମସ୍ତଙ୍କର ହୋସ ଉଡ଼ାଇ ଦେଇଛି । କୁହାଯାଉଛି ଯେ ଯୁବତୀ ଜଣେ ଯୁବକଙ୍କ ସହିତ ସମ୍ପର୍କରେ ଥିଲା, କିନ୍ତୁ ତାପରେ ତାକୁ ଏମିତି କିଛି ଜଣାପଡ଼ିଲା ଯେ ତାର ହୃଦୟ ଭାଙ୍ଗିଗଲା । ଆପଣଙ୍କୁ କହିରଖୁଛୁ ଯେ ଯୁବକ ଯୁବତୀଙ୍କୁ ଧୋକା ଦେଲା, ଥରେ ନୁହେଁ ତା ପୁଣି ଦୁଇଥର ଧୋକା । ଯୁବତୀଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଯୁବତୀ ଯୁବକଙ୍କ ବାପାଙ୍କ ସହ ହିଁ କଲେ ବିବାହ :-

ଏହି ଯୁବତୀଙ୍କ ନାମ ଅଗଷ୍ଟା ହବଲ ଏବଂ ସେ ଆମେରିକାର ବାସିନ୍ଦା ଅଟନ୍ତି । ଯେତେବେଳେ ସେ 21 ବର୍ଷର ଥିଲେ, ସେତେବେଳେ ଜଣେ 30 ବର୍ଷୀୟ ଯୁବକଙ୍କୁ ସେ ଭଲପାଇ ବସିଲେ । ତାଙ୍କ ସମ୍ପର୍କ ଆରମ୍ଭ ହେବା ମାତ୍ରେ ହିଁ ସବୁକିଛି ଏକଦମ ପର୍ଫେକ୍ଟ୍ ଥିଲା । ଯୁବତୀଙ୍କ ଅନୁଯାୟୀ ଯୁବକ ଫୁଲ ଆଣୁଥିଲା, ଗିଫ୍ଟ ଦେଉଥିଲା ଏବଂ ବିବାହ ବିଷୟରେ ମଧ୍ୟ ପଚାରୁଥିଲା ।

ଭିଡ଼ିଓରେ ଶୁଣାଇଲା ନିଜ କାହାଣୀ :-

ଗୋଟିଏ ଭିଡ଼ିଓରେ ଯୁବତୀ କହିଛନ୍ତି ଯେ ଏ ଦୁହିଁଙ୍କ ସମ୍ପର୍କ 2 ବର୍ଷ ପର୍ଯ୍ୟନ୍ତ ଚାଲିଲା, କିନ୍ତୁ ତାପରେ ଯୁବତୀଙ୍କୁ ଜଣାପଡ଼ିଲା ଯେ ଯୁବକ ତା ସହ ଅନ୍ୟାୟ କରୁଛି । ବାସ୍ତବରେ ଯୁବକ ଯୁବତୀଙ୍କ ସାଙ୍ଗ ସହ ମିଶି ଯୁବତୀଙ୍କୁ ଧୋକା ଦେଉଥିଲା । ଏହି କଥାକୁ ଯୁବତୀଙ୍କ ବୟଫ୍ରେଣ୍ଡ୍ ମଧ୍ୟ ମାନିଲା । ଯୁବତୀ ଯୁବକଙ୍କୁ ଦ୍ୱିତୀୟ ଥର ପାଇଁ ସୁଯୋଗ ମଧ୍ୟ ଦେଲେ, କିନ୍ତୁ ଯୁବକ ପୁଣିଥରେ ରେଡହ୍ୟାଣ୍ଡରେ ଧରାପଡିଲେ ।

ଲୋକମାନେ ହେଲେ ଆଶ୍ଚର୍ଯ୍ୟ :-

ଦୁଇଥର ଧୋକା ଖାଇବାପରେ ଯୁବତୀ ନିଜ ବୟଫ୍ରେଣ୍ଡ୍ ସହିତ ବ୍ରେକଅପ କରି ଦେଲେ । ଏହାପରେ ଯୁବତୀଙ୍କୁ ବୟଫ୍ରେଣ୍ଡର ବାପା ବହୁତ୍ ପସନ୍ଦ ହୋଇଗଲେ ଏବଂ ସେ ତାଙ୍କ ସହିତ ବିବାହ କଲେ । ଗୋଟିଏ ଟିକଟକ ଭିଡ଼ିଓରେ ହବଲ୍ କହିଛନ୍ତି ଯେ ସେ ନିଜ ଏକ୍ସର ବାପାଙ୍କ ସହିତ ପଞ୍ଚମ ଆନିଭର୍ଷରି ମନାଇଲେ ଏବଂ ବର୍ତ୍ତମାନ ଯୁବତୀ ନିଜ ଭଲପାଇବା ସହିତ ବହୁତ୍ ଖୁସି ଅଛନ୍ତି ।

Leave A Reply

Your email address will not be published.