ଯଦି ଆପଣ ଜଣେ ଗାଡି ମାଲିକ ଅଟନ୍ତି, ତେବେ ଏହି ଖବର ଆପଣଙ୍କ କାମରେ ହିଁ ଆସିବ । ବାସ୍ତବରେ, ଅକ୍ଟୋବର 1 ତାରିଖ 2022 ଠାରୁ ଆପଣଙ୍କ ଗାଡିର ଟାୟାର ଡିଜାଇନ ବଦଳିଯିବ । ଭାରତ ସରକାର ମୋଟର ହ୍ୱିକିଲ ଆକ୍ଟ୍ (MVA) ରେ ଅନେକ ନିୟମ ଲାଗୁ କରିଛନ୍ତି । ଏହି ପର୍ଯ୍ୟାୟରେ, ଅକ୍ଟୋବର 1 ତାରିଖରୁ ଦେଶରେ ନୂଆ ଡିଜାଇନ୍ ଟାୟାର ଆରମ୍ଭ ହେବ । ଲୋକଙ୍କୁ ନୂଆ ଟାୟାର ପାଇବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ, କିନ୍ତୁ ଏହି ସୁଯୋଗ ମାର୍ଚ୍ଚ 31 ପର୍ଯ୍ୟନ୍ତ ରହିବ । ଏପ୍ରିଲ 1 ତାରିଖ 2023 ରୁ ପ୍ରତ୍ୟେକ ଗାଡିରେ ଏହି ନୂଆଁ ଡିଜାଇନ୍ ଟାୟାର ଲଗାଇବା ବାଧ୍ୟତାମୂଳକ ହେବ । ଏପରି ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତୁ ଆପଣଙ୍କୁ ବିସ୍ତୃତ ଭାବରେ ଜଣାଇବା ନୂଆ ନିୟମ କ’ଣ ରହିଛି ।
କଣ ରହିଛି ମୋଟର ହ୍ୱିକିଲ ଆକ୍ଟରେ ପରିବର୍ତ୍ତନ ?
ଆପଣ ହୁଏତ ଧ୍ୟାନ ଦେଇନାହାଁନ୍ତି, କିନ୍ତୁ ବର୍ତ୍ତମାନ ଯେତେବେଳେ ଆପଣ ବଜାରରୁ ଗୋଟିଏ ଜିନିଷ କିଣନ୍ତି କିମ୍ବା ସେବା ନିଅନ୍ତି, ସେତେବେଳେ ଆପଣ ଏହାର ମୂଲ୍ୟାୟନ ମଧ୍ୟ ଦେଖନ୍ତି, କିନ୍ତୁ ଟାୟାର୍ କ୍ଷେତ୍ରରେ ଏହା ଏପର୍ଯ୍ୟନ୍ତ ଘଟୁ ନଥିଲା । ମୋଟର ହ୍ୱିକିଲ ଆକ୍ଟରେ କିଛି ପରିବର୍ତ୍ତନ କରି ସରକାର ବର୍ତ୍ତମାନ ଟାୟାର ପାଇଁ ଷ୍ଟାର ରେଟିଂ ବାଧ୍ୟତାମୂଳକ କରିଛନ୍ତି । ନୂତନ ସୁବିଧା ଅଧୀନରେ ଗ୍ରାହକ ଏହାକୁ କିଣିବା ପୂର୍ବରୁ ଟାୟାର ସମ୍ବନ୍ଧୀୟ ସମସ୍ତ ସୂଚନା ନେଇପାରିବେ ।
କେତୋଟି ପ୍ରକାରର ଟାୟାର ରହିଛି ?
ଟାୟାର ବିଷୟରେ ବିସ୍ତୃତ ଭାବରେ କହିବା ପୂର୍ବରୁ ଟାୟାର କେତେ ପ୍ରକାର ସେ ବିଷୟରେ ପ୍ରଥମେ ଜାଣିବା । ବିଶେଷଜ୍ଞଙ୍କ ଅନୁଯାୟୀ, ଟାୟାର 3 ପ୍ରକାରର ଅଛି । ପ୍ରଥମଟି ହେଉଛି C1 ଏବଂ ଏହା ଯାତ୍ରୀବାହୀ କାର ପାଇଁ ଉଦ୍ଦିଷ୍ଟ । ଦ୍ୱିତୀୟ ପ୍ରକାର ହେଉଛି C2 ଯାହା ଛୋଟ ବ୍ୟବସାୟିକ ଯାନରେ ବ୍ୟବହୃତ ହୁଏ । ଟାୟାରର ତୃତୀୟ ଶ୍ରେଣୀ ହେଉଛି C3, ଯାହା ଭାରୀ ବ୍ୟବସାୟିକ ଯାନରେ ବ୍ୟବହୃତ ହୁଏ ।
ଡିଜାଇନ୍ ବଦଳାଇବା ପଛର ଉଦ୍ଦେଶ୍ୟ :-
ଟାୟାର ସମ୍ବନ୍ଧରେ ସରକାର କରିଥିବା ପରିବର୍ତ୍ତନ ଅନୁଯାୟୀ, ବର୍ତ୍ତମାନ ଟାୟାର ପାଇଁ ତିନୋଟି ମାନକ ସ୍ଥିର କରାଯାଇଛି । ଏହି ତିନୋଟି ମାନକ ହେଉଛି ରୋଲିଙ୍ଗ ରେଜିଷ୍ଟେନ୍ସ, ୱେଟ ଗ୍ରିପ୍ ଏବଂ ରୋଲିଙ୍ଗ ସାଉଣ୍ଡ ଏମିସଂସ୍ । ଟାୟାର କମ୍ପାନୀଗୁଡିକୁ ବର୍ତ୍ତମାନ ଏହାକୁ ଅନୁସରଣ କରିବାକୁ ପଡିବ ଏବଂ BIS ମାନକ ଆଧାରରେ ଟାୟାର ତିଆରି କରିବାକୁ ପଡିବ । ନୂଆଁ ସିଷ୍ଟମ ସହିତ ନିର୍ମିତ ଟାୟାରଗୁଡ଼ିକ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରହିବ ।