ପ୍ଲାଷ୍ଟିକ ଉପରେ ବ୍ୟାନ ଲଗାଇଲେ ସରକାର: ପ୍ଲାଷ୍ଟିକର ଏହି ଜିନିଷକୁ ବ୍ୟବହାର କଲେ ମିଳିପାରେ ଦଣ୍ଡ

0

Get real time updates directly on you device, subscribe now.

ପ୍ଲାଷ୍ଟିକ ପର୍ଯ୍ୟାବରଣକୁ କ୍ଷତି ପହଞ୍ଚାଇଥାଏ। ଏହି କଥା ଆମେ ସମସ୍ତେ ଭଲ ଭାବରେ ଜାଣିଛେ। ତଥାପି ଆମେ ଏହାକୁ ନିତିଦିନିଆ ଜୀବନରେ ବହୁତ ମାତ୍ରାରେ ବ୍ୟବହାର କରିଥାଉ। ପ୍ଲାଷ୍ଟିକ ବ୍ୟବହାର କରିବାପରେ ଆମେ ଏହାକୁ ଏଣେତେଣେ ଫିଙ୍ଗି ଦେଇଥାଉ। ଭାବିଥାଉ ଏହାଠାରୁ ଆମକୁ ଛାଡ଼ ମିଳିଗଲା। କିନ୍ତୁ ଏମିତି ନୁହେଁ। ଏହାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେବାପାଇଁ ବହୁତ ବର୍ଷ ଲାଗିଥାଏ। ଉଦାହରଣ ସ୍ୱରୂପ ଏକ ପ୍ଲାଷ୍ଟିଲ ବୋତଲ 70 ରୁ 450 ବର୍ଷ ଲାଗିଥାଏ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେବାପାଇଁ ସେହିପରି ଏକ ପ୍ଲାଷ୍ଟିକ ବ୍ୟାଗକୁ ନଷ୍ଟ ହେବାପାଇଁ 500 ରୁ 1000 ବର୍ଷ ଲାଗିଥାଏ।

ଜୁଲାଇ 1 ତାରିଖରୁ ବ୍ୟାନ ହେବ ସିଙ୍ଗଲ ୟୁଜ ପ୍ଲାଷ୍ଟିକ:-

ସରକାର ଓ କିଛି ଜାଗୃକ ଲୋକମାନେ ପ୍ଲାଷ୍ଟିକର କମ ରୁ କମ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥାନ୍ତି। କିନ୍ତୁ କିଛିଲୋକ ବହୁତ ବେଲଜ୍ୟା ହୋଇଥିବାରୁ ତାଙ୍କ ଉପରେ ଏସବୁ କିଛି ଜିନିଷ ଫରକ ପଡେନାହିଁ। ଏମିତିରେ ସରକାର ଏହି ଲୋକଙ୍କ ବିପଷରେ ଅଣ୍ଟା ଭିଡ଼ିଛନ୍ତି। ଦେଶରେ ଜୁଲାଇ 1 ତାରିଖରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ବ୍ୟାନ ଲାଗିବାକୁ ଯାଉଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ନେଇ ଏକ ନୂଆ ନିୟମ ବନାଇବାକୁ ଯାଉଛନ୍ତି। ଏହି ନିୟମରେ ସଫା ସଫା କୁହାଯାଇଛି କି, ଜୁଲାଇ 1 ତାରିଖ ପରଠାରୁ ଯଦି ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବିକ୍ରି କିମ୍ବା ବ୍ୟବହାର କରୁଥିବାର କେହି ଧରାପଡ଼େ ତାହେଲେ ତାଙ୍କ ଉପରେ କଡ଼ା କାର୍ଯ୍ୟବାହୀ କରାଯିବ।

କମ୍ପାନୀ ବନାଉଛି ବ୍ୟାକଫ୍ଲିପ ପ୍ରଡକ୍ଟ:-

ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନକୁ ନେଇ CPCB ଏକ ଲିଷ୍ଟ ଜାରି କରିଛନ୍ତି। ଏଥିରେ ବତାଯାଇଛି କେଉଁ ପ୍ରକାରର ପ୍ଲାଷ୍ଟିକକୁ ଜୁଲାଇ 1 ତାରିଖରୁ ବ୍ୟାନ କରାଯିବ। ସେହିପରି ଏହାଉପରେ ସମ୍ପୂର୍ଣ୍ଣ ମାତ୍ରାରେ ବ୍ୟାନ ଲାଗିବା ସହିତ 200 ଟି କମ୍ପାନୀକୁ ଏହାର ବ୍ୟାକଫ୍ଲିପ ପ୍ରଡକ୍ଟ ବନାଇବାକୁ ନିର୍ଦ୍ଦେଶ ଦିଆଯାଇ ସାରିଛି। ସବୁଠାରୁ ଭଲ କଥା ଏହାକି ଯେ, ପର୍ଯ୍ୟାବରଣ ଉପଯୋଗୀ ଏହି ପ୍ରଡକ୍ଟ କୁ ବନାଇବା ପାଇଁ କମ୍ପାନୀକୁ ଲାଇସେନ୍ସ ରିନ୍ୟୁ କରାଇବାର ଆବଶ୍ୟକତା ନାହିଁ।

ଏହି ଜିନିଷ ଗୁଡ଼ିକ ଉପରେ ଲାଗିବ ବ୍ୟାନ:-

ଜୁଲାଇ 1 ତାରିଖରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବାଲା ଏହି ଜିନିଷ ଉପରେ ବ୍ୟାନ ଲାଗିବାକୁ ଯାଉଛି। ପ୍ଲାଷ୍ଟିକ ଷ୍ଟିକ ଵାଲା ଇୟାର ବଡ୍ସ, ବେଲୁନର ପ୍ଲାଷ୍ଟିକ ଷ୍ଟିକ, ପ୍ଲାଷ୍ଟିକ ଫ୍ଲାଗ, କ୍ୟାଣ୍ଡି ଷ୍ଟିକ, ଆଇସକ୍ରିମ ଷ୍ଟିକ, ଥର୍ମକଲ, ପ୍ଲାଷ୍ଟିକ ପ୍ଲେଟସ, ପ୍ଲାଷ୍ଟିକ କପ, ପ୍ଲାଷ୍ଟିକ ପାକିଂ ଜିନିଷ, ପ୍ଲାଷ୍ଟିକରେ ତିଆରି ଇଂଭିଟେସନ କାର୍ଡ଼, ସିଗାରେଟ ପ୍ୟାକେଟସ,ପ୍ଲାଷ୍ଟିକ ଓ ପିଭିସି ବ୍ୟାନର ଇତ୍ୟାଦି।

ସିଙ୍ଗଲ ୟୁଜ ପ୍ଲାଷ୍ଟିକ କଣ?:-

ସିଙ୍ଗଲ ୟୁଜ ପ୍ଲାଷ୍ଟିକର ଅର୍ଥ ହେଉଛି ସେହି ପ୍ଲାଷ୍ଟିକ ଯାହାର ଥରେ ବ୍ୟବହାର କରିବାପରେ ଫିଙ୍ଗି ଦିଆଯାଏ। ଏହାକୁ ସହଜରେ ଡିସ୍ପୋଜ କରାଯାଇ ପାରେନାହିଁ। ଏହାସହିତ ଏହାକୁ ରିସାଇକେଲ ମଧ୍ୟ କରାଯାଇ ପାରେନାହିଁ। ଏହି କାରଣ ଅଟେ କି, ପ୍ରଦୂଷଣକୁ ବଢ଼ାଇବାରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ।

ନିୟମ ନମାନିଲେ ହେବ ଶକ୍ତ କାର୍ଯ୍ୟବାହୀ:-

ଯଦି ଜୁଲାଇ 1 ତାରିଖ ପରେ କୌଣସି ବି ଦୋକାନୀ ପ୍ଲାଷ୍ଟିକ ଜିନିଷର ବ୍ୟବହାର କରୁଥିବାର ନଜର ଆସନ୍ତି ତାହେଲେ ତାଙ୍କ ଉପରେ ଶକ୍ତ କର୍ଯ୍ୟବାହୀ କରାଯିବ। ତାଙ୍କ ଦୋକାନର ଟ୍ରେଡ଼ ଲାଇସେନ୍ସ ମଧ୍ୟ ରଦ୍ଧ କରାଯିବ। ସେହି ଦୋକାନୀକୁ ଆଉଥରେ ଲାଇସେନ୍ସ ପାଇଁ ଜରିମାନା ଦେଇ ଆପ୍ଲାଏ କରିବାକୁ ହେବ।

ଏମିତିରେ ଆପଣ ମଧ୍ୟ ପର୍ଯ୍ୟାବରଣ ପ୍ରତି ନିଜର ଦାୟିତ୍ୱ ବୁଝନ୍ତୁ ଓ ପ୍ଲାଷ୍ଟିକ ବ୍ୟବହାର କରନ୍ତୁ ନାହିଁ।

Leave A Reply

Your email address will not be published.