ଭାରତରେ ଗୋଟିଏ ପୁରୁଣା WhatsApp Scam ମାଧ୍ୟମରେ ପୁଣିଥରେ ୟୁଜରମାନଙ୍କୁ ଟାର୍ଗେଟ କରାଯାଉଛି । ସ୍କାମର୍ସ ‘KBC Jio’ ଲକି ଡ୍ରର ଫେକ ମେସେଜ ପଠାଇ ୟୁଜରମାନଙ୍କୁ ଫସାଇବାକୁ ଚେଷ୍ଟା କରିଥାନ୍ତି । ଏହିପରି ଗୋଟିଏ ମେସେଜ ଆମକୁ ମଧ୍ୟ ମିଳିଛି ।
ହ୍ୱାଟ୍ସଆପରେ ମିଳୁଥିବା ଏହି ମେସେଜରେ ଭିଡିଓ ମଧ୍ୟ ପଠା ଯାଇଥାଏ । ଭିଡ଼ିଓରେ ୟୁଜର ମାନଙ୍କୁ ପୁରସ୍କାର ଜିତିବାର ପୁରା ପ୍ରୋସେସ କୁହା ଯାଇଥାଏ । ଏହାବ୍ୟତୀତ ୟୁଜର ମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ସୂଚନା ମଧ୍ୟ ମଗା ଯାଇଥାଏ । ଏଥିରେ ଆଧାର କାର୍ଡ, ପାସପୋର୍ଟ ସାଇଜ ଫଟୋ ଏବଂ ଅନ୍ୟ ଡିଟେଲ ମଗା ଯାଇଥାଏ ।
ଡିଟେଲ ଦେବାପରେ ୟୁଜରକୁ ଗୋଟିଏ ଡକ୍ୟୁମେଣ୍ଟ ପଠାଯାଏ । ଯେଉଁଥିରେ ସେମାନଙ୍କୁ ଟ୍ୟାକ୍ସ ନାମରେ କିଛି ହଜାର ଟଙ୍କା ପଠାଇବାକୁ କୁହାଯାଏ । ସ୍କାମର୍ସ ଦାବି କରନ୍ତି ଯେ ଏହି ଆମାଉଣ୍ଟ ଦେବାପରେ ସେମାନଙ୍କ ଆକାଉଣ୍ଟକୁ ପଇସା କ୍ରେଡିଟ ହୋଇଯିବ ।
ଆଗକୁ ବଢିବା ପୂର୍ବରୁ ମନେରଖନ୍ତୁ ଯେ ଆପଣ ଏପରି କୌଣସି ପ୍ରକାରର ମେସେଜର ରିପ୍ଲାଏ କରନ୍ତୁ ନାହିଁ । KBC ଗୋଟିଏ ଲୋକପ୍ରିୟ ଶୋ ଅଟେ । ଏହି କାରଣରୁ ଅନେକ ଲୋକ ଏହି ସ୍କାମର୍ସଙ୍କ କଥାକୁ ବିଶ୍ୱାସ କରିଥାନ୍ତି । ସ୍କାମର୍ସ ହ୍ୱାଟ୍ସଆପରେ ମେସେଜ ସହିତ KBC ର ଲୋଗୋ ଏବଂ Sony Liv ର ଫୋଟୋ ମଧ୍ୟ ପଠାଇଥାନ୍ତି, ଯେପରିକି ୟୁଜର ବିଶ୍ୱାସ କରିବେ ।
ଏପରି ଫ୍ରଡ ବାଲା ମେସେଜରେ ଆପଣଙ୍କୁ ଅନେକ ଭୁଲ ମଧ୍ୟ ମିଳିଯିବ । ଇଂଲିଶ ଏବଂ ହିନ୍ଦୀ ଉଭୟ ଭାଷାରେ ସ୍କାମ ମେସେଜ ପଠାଯାଇ ଥାଏ । ଅନେକ କେସରେ ୟୁଜର ମାନଙ୍କୁ ଏହାକୁ ନେଇ ଭଏସ ମେସେଜ ମଧ୍ୟ ମିଳିଥାଏ । ଏଥିରେ ୟୁଜରଙ୍କୁ ଗୋଟିଏ ଲଟେରୀ ନମ୍ବର ମଧ୍ୟ ଦିଆଯାଏ, ଯାହା ଫେକ ହୋଇଥାଏ ।
ଏହାଠାରୁ ବଞ୍ଚିବା ପାଇଁ ଏପରି ମେସେଜକୁ ଦେଖି ରିପ୍ଲାଏ କରନ୍ତୁ ନାହିଁ । ଯଦି ଆପଣଙ୍କ ପାଖକୁ ଏପରି ବାରମ୍ବାର ମେସେଜ ଆସୁଛି, ତେବେ ଏହାକୁ ନିକଟସ୍ଥ ସାଇବର ପୋଲିସ ଷ୍ଟେସନରେ ରିପୋର୍ଟ୍ କରନ୍ତୁ ।