ବିଜନେସ ଆଇଡ଼ିଆ: ପଢ଼ା-ଲେଖା ଯୁବକଙ୍କ ପାଇଁ ଆସିଗଲା ସୁଯୋଗ, ଏହି ସହଜ ବ୍ୟବସାୟ ମାଧ୍ୟମରେ ଘରେ ବସି ହେବ ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ

0

Get real time updates directly on you device, subscribe now.

ଯଦି ଆପଣ ଭଲ ପଢା ଲେଖା ଜାଣିଛନ୍ତି ଓ ଆପଣଙ୍କ ପାଖରେ କୌଣସି ଚାକିରୀ ନାହିଁ ତେବେ ବର୍ତ୍ତମାନ ଟେନସନ ନେବାର କୌଣସି ଆବଶ୍ୟକ ନାହିଁ। କାରଣ ବର୍ତ୍ତମାନ ବିନା ଚାକିରୀରେ ପଇସା ଆୟ କରିପାରିବେ। ଆଧୁନିକ ଯୁଗରେ ପଇସା ଆୟ କରିବା ପାଇଁ ଆବଶ୍ୟକ ନୁହେଁକି ଆପଣଙ୍କ ନିକଟରେ ଚାକିରୀ ଥିବା ଆବଶ୍ୟକ, ଏହା ବ୍ୟତୀତ ବର୍ତ୍ତମାନ ଏମିତି ଅନେକ ପ୍ଲାଟଫର୍ମ ଅଛି, ଯେଉଁଥିରୁ ଆପଣ ଲାଭ ଆୟ କରିପାରିବେ।

କେବଳ ଏଥିପାଇଁ ଆପଣଙ୍କୁ ରିସ୍କ ନେବାକୁ ହେବ। ସରକାରଙ୍କ ସାହାଯ୍ୟରେ ଆପଣ ଏକ ଏମିତି ବ୍ୟବସାୟ ଆରମ୍ଭ କରିପାରିବେ, ଯେଉଁଥିରେ ଆପଣ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ ଓ ନିଜ ଘରର ଖର୍ଚ୍ଚ ଆଦିକୁ ସହଜରେ ଉଠାଇପାରିବେ। ସେଥିପାଇଁ ଆପଣଙ୍କୁ କେବଳ ରିସ୍କ ନେବାକୁ ଆବଶ୍ୟକ ଅଟେ।

ଆମେ କଥା ହେଉଛୁ କେସର ବ୍ୟବସାୟ ବିଷୟରେ, ଯେଉଁଥିରେ ଆପଣଙ୍କର ମୋଟା ଆୟ ହେବ। କେସରର ଚାଷ କରିବା ପାଇଁ ଆପଣଙ୍କୁ ସାମାନ୍ୟ ସମୟ ଦେବାକୁ ହେବ। ଯେଉଁଥିରେ ଆପଣଙ୍କର ସ୍ବପ୍ନକୁ ଉଡାଣ ମିଳିବ। କେସର ଚାଷ ବର୍ତ୍ତମାନ ରାଜସ୍ଥାନ ବ୍ୟତୀତ ଉତ୍ତର ପ୍ରଦେଶ ଓ ହରିୟାଣାରେ ବହୁତ ଦେଖିବାକୁ ମିଳୁଛି।

କେସର ଏତେ ମହଙ୍ଗା ଅଟେକି ଏହାକୁ ଲୋକ ଲାଲ ସୁନା ନାମରେ ଜାଣିଛନ୍ତି। ଭାରତ ବିଷୟରେ କହିଲେ, ବର୍ତ୍ତମାନ ସମୟରେ ଏହାର ମୂଲ୍ୟ ୨.୫ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ ଅଟେ। ସୂଚନା ପାଇଁ ଜଣାଇଦେଉଛୁକି କେସର ଚାଷରେ ଆୟ ଡିମାଣ୍ଡ ଉପରେ ନିର୍ଭର କରେ। ଦେଶରେ ନୁହେଁ, ବରଂ ବିଦେଶରେ ମଧ୍ୟ ଏହାର ବହୁତ ଡିମାଣ୍ଡ ଅଛି। ଏହା ଦୁନିଆର ସବୁଠାରୁ ମହଙ୍ଗା ମସଲାରେ ଗଣାଯାଏ।

ଜାଣନ୍ତୁ କସରର ଚାଷ ପାଇଁ କେମିତି ଋତୁ ଆବଶ୍ୟକ:-

ଯଦି ଆପଣ କେସର ଚାଷ କରନ୍ତି ତେବେ ପ୍ରଥମେ ଆପଣଙ୍କୁ ଋତୁ ବିଷୟରେ ଧ୍ୟାନ ରଖିବାକୁ ହେବ। କେସରରଚାଷ ସମୁଦ୍ର ଠାରୁ ୩୦୦୦ ମିଟର ଉଚ୍ଚତାରେ ସମ୍ଭବ ଅଟେ। ଗରମ ଋତୁରେ ମଧ୍ୟ ଏହି ଚାଷ ହୋଇପାରିବ। ଥଣ୍ଡା ଓ ବର୍ଷା ଋତୁ କେସର ଚାଷ ପାଇଁ ଉପଯୁକ୍ତ ନୁହେଁ।

ଏହାର ଚାଷ କରିବା ପାଇଁ ରେତିଲି, ଚିକନୀ, ବଲୁଇ କିମ୍ବା ଦୋମଟ ମାଟି ଆବଶ୍ୟକ। କେସରର ଚାଷ କରିବା ପାଇଁ ଜମିକୁ ଚୟନ କରନ୍ତୁ, ଯେଉଁଠି ପାଣି ଜମା ହେଉନଥିବ। ଏଥିପାଇଁ ୧୦ ଟି ବଲବ ବ୍ୟବହାର ଓ ଏହାର ମୂଲ୍ୟ ପାଖାପାଖି ୫୫୦ ଟଙ୍କା ଅଟେ।

ଜାଣନ୍ତୁ କେତେ ହେବ ଆୟ:-

କେସର ଚାଷରେ ଆପଣ ଭଲ ଆୟ କରିପାରିବେ। ଯଦି ଆପଣ ପ୍ରତ୍ୟେକ ମାସ ୨କିଲୋ କେସର ବିକ୍ରି କରୁଛନ୍ତି ତେବେ ଆପଣଙ୍କର ଆୟ ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରିବ। କେସରକୁ ଭଲ ଭାବରେ ପ୍ୟାକିଂ କରି କୌଣସି ନିକଟତମ ମଣ୍ଡିରେ ଭଲ ମୂଲ୍ୟରେ ବିକ୍ରି କରିପାରିବେ। ଖାସ କଥା ହେଉଛିକି ଆପଣ ଏହାକୁ ଅନଲାଇନରେ ମଧ୍ୟ ବିକ୍ରି କରିପାରିବେ। ଏହାର ଚାଷ ପାଇଁ ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ସବୁଠାରୁ ଭଲ ଅଟେ। କେସରର ଗଛ ଅକ୍ଟୋବରରେ ଫୁଲ ଦିଏ।

Leave A Reply

Your email address will not be published.