Petrol Price: ଏହି ବ୍ୟକ୍ତି ଲଗାଇଲେ ଏମିତି ଜୁଗାଡ, ଗୋଟେ ଚୁଟକିରେ ଫ୍ରିରେ ଫୁଲ ହୋଇଗଲା ପେଟ୍ରୋଲ ଟାଙ୍କୀ

0

Get real time updates directly on you device, subscribe now.

Petrol Price Hike: ଦୁନିଆରେ ଜୁଗାଡ କରୁଥିବା ଲୋକଙ୍କର କୌଣସି ଅଭାବ ନାହିଁ । କିନ୍ତୁ ଆମ ଦେଶରେ ରହୁଥିବା ଲୋକଙ୍କ ଜୁଗାଡର କୌଣସି ମୁକାବିଲା ନଥାଏ । ଦେଶରେ ରହୁଥିବା ସବୁ ଭାରତୀୟଙ୍କ ପାଖରେ ନିଜ କାମକୁ ସହଜ କରିବାପାଇଁ ଗୋଟିଏ ବଢି ଆଉ ଗୋଟିଏ ଜୁଗାଡ ରହିଥାଏ ।

କିନ୍ତୁ କିଛି ଲୋକଙ୍କର ଜୁଗାଡ ଏପରି ହୋଇଥାଏ, ଯାହାକୁ ଦେଖି ବାକି ଲୋକ ବିଲକୁଲ ଆଶ୍ଚର୍ଯ୍ୟ ହୋଇଯାନ୍ତି । ସୋସିଆଲ ମିଡିଆରେ ଏପରି ଗୋଟିଏ ଜୁଗାଡର ଭିଡିଓ ସେୟାର କରାଯାଇଛି । ଯାହାକୁ ଦେଖିବା ପରେ ଲୋକଙ୍କର ହସ କଣ୍ଟ୍ରୋଲ ହେଉନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୁବ୍ ସେୟାର କରାଯାଉଅଛି ।

କଣ ରହିଛି ଜୁଗାଡ ?

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଜଣେ ଯୁବକ ବାଇକ୍ ଚଳାଉଥିବା ଦେଖାଯାଉଛି । ଯାହାର ପେଟ୍ରୋଲ ମିଟର ଏଣ୍ଡ ଅର୍ଥାତ୍ ଶେଷ ହେଉଥିବାର ଦେଖାଯାଉଛି । କିନ୍ତୁ ଅଚାନକ ଏହି ଯୁବକ ଏପରି କିଛି କଲେ ଯେ ବାଇକ୍ ନ ଅଟକି ମିଟରରେ ମିଟରରେ ପେଟ୍ରୋଲ ଫୁଲ ଟାଙ୍କୀ ଦେଖାଇବାକୁ ଲାଗିଲା । ବାସ୍ତବରେ ବାଇକ୍ ଚଳାଉଥିବା ଏହି ଯୁବକ ବାଇକ୍ ଚଳାଇ ପେଟ୍ରୋଲ ମିଟରର କଭର ହଟାଇ ଦେଲେ ଏବଂ ମିଟରକୁ ନିଜ ଆଙ୍ଗୁଳି ଦ୍ଵାରା ଏଣ୍ଡରୁ ଫୁଲ ଆଡ଼କୁ ବୁଲାଇ ଦେଲେ । ଯାହାଦ୍ଵାରା ମିଟରରେ ପେଟ୍ରୋଲ ଫୁଲ ଟାଙ୍କୀ ଦେଖାଇବାକୁ ଲାଗିଲା ।

ଏଠାରେ ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଜୁଗାଡର ଭିଡିଓକୁ ଦେଖି ଲୋକମାନେ ବିଲକୁଲ ଆଶ୍ଚର୍ଯ୍ୟ ହେଉଛନ୍ତି, କିନ୍ତୁ ତଥାପି ସେମାନଙ୍କ ହସ ଅଟକୁ ନାହିଁ । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 45 ହଜାର ଥର ଦେଖାଯାଇଛି । ଏହାସହିତ ଏହି ଭିଡିଓକୁ 10 ହଜାରରୁ ଅଧିକ ଲାଇକ ମଧ୍ୟ ମିଳିଛି । ଏହାସହିତ ଏହା ଉପରେ ଲୋକମାନେ ମଜାଳିଆ ରିଆକ୍ସନ ମଧ୍ୟ ଦେଉଛନ୍ତି ।

Leave A Reply

Your email address will not be published.