ଗୋଟିଏ କୂଅରେ ପାଞ୍ଚଟି ଶବ,ଏହି ମୃତ୍ୟୁ ପାଇଁ ଦାୟୀ କିଏ ? ସିଷ୍ଟମ – ସମାଜ ନା ଅବସାଦ !

0

Get real time updates directly on you device, subscribe now.

ରାଜସ୍ଥାନର ଜୟପୁରରେ ଏକ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ମର ଶରୀର ଏକ କୂଅ ଭିତରୁ ମିଳିଛି। ମରିଥିବା ଲୋକଙ୍କ ମଧ୍ୟରେ ତିନିଜଣ ମହିଳା ଓ ଦୁଇଜଣ ଶିଶୁ ଥିଲେ। ଏବେ ଏହି ମାମଲାରେ ଯେଉଁ ସତ୍ୟତା ସାମ୍ନାକୁ ଆସିଛି ତାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ରିପୋର୍ଟ ମୁତାବିକ, ଯେଉଁ ତିନିଜଣ ମହିଳାଙ୍କ ହତ୍ୟା ହୋଇଛି ସେ ସମସ୍ତେ ଶିକ୍ଷିତ ଥିଲେ ଓ ଏମାନଙ୍କର ସ୍ୱାମୀ ମୂର୍ଖ ଥିଲେ ଓ ମଦ୍ୟପାନ କରି ତାଙ୍କୁ ପିଟୁଥିଲେ। ଏହାମଧ୍ୟ ସାମ୍ନାକୁ ଆସିଛି କି, ମୃତକ ମହିଳାଙ୍କ ବାଲ୍ୟ ବିବାହ ମଧ୍ୟ କରି ଦିଆଯାଇଥିଲା।

ଜୟପୁରର ଦୁଦୁ ଅଞ୍ଚଳରୁ ତିନିଜଣ ଭଉଣୀ ଓ ତାଙ୍କର ଦୁଇ ଶିଶୁଙ୍କ ମୃତ୍ୟୁ ଖବର ପ୍ରଶାସନ ପୋଲିସ ପାଇବାପରେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ଯେତେ ଯନ୍ତ୍ରଣାଦାୟକ ତାଙ୍କର ମୃତ୍ୟୁ ଥିଲେ ସେତେ ଲଜ୍ୟାଜନକ ଘଟଣା ମଧ୍ୟ ଥିଲା। ବାଲ୍ୟବିବାହ ଭଳି କୁପ୍ରଥା କାରଣରୁ ଏହି ମହିଳା ମାନଙ୍କୁ ପଢ଼ିବାର ମୌକା ମିଳିଲାନାହିଁ। ଯେତେବେଳେ ଏମାନେ ପଢ଼ିବାକୁ ଚାହିଁଥିଲେ ସେତେବେଳେ ଏମାନେ ନିଜ ପତିଙ୍କ ଅତ୍ୟାଚାରର ସାମ୍ନା କରିଥିଲେ।

ତିନିଜଣ ମହିଳାଙ୍କ ସ୍ୱାମୀ ଅଶିକ୍ଷିତ ଥିଲେ:-

ତିନି ଭଉଣୀ ପାଠପଢି ନିଜ ଜୀବନ ସୁଧାରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ମଦୁଆ ପତି ମାନେ ତାଙ୍କୁ ମଦ ପିଇ ମାଡ଼ ମାରୁଥିଲେ। ସୂଚନା ମୁତାବିକ, ଜୟପୁରର ମହାରାଣୀ କଲେଜରେ ପାଠପଢ଼ା ସାରି ମୃତକ ମହିଳା କମଲେଶ ସେଣ୍ଟ୍ରାଲ ୟୁନିଭରସିଟିରେ ନିଜ ନାମ ଦାଖଲ କରିଥିଲେ। ତାଙ୍କ ଆରୋପୀ ପତି ମାତ୍ର ପଞ୍ଚମ ଷଷ୍ଠ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ।

ତିନିଜଣ ଭଉଣୀ ପତି ମାନଙ୍କ ଅତ୍ୟାଚାର ସହ୍ୟ କରି ପାରୁନଥିଲେ ଓ ଏବେ କୂଅରୁ ଶବ ମିଳିବାପରେ ପ୍ରଶ୍ନ ଉଠିଛି କି, ଏହା ଆତ୍ମହତ୍ୟା ନା ହତ୍ୟା !

ଦୁଦୁ ଅଞ୍ଚଳରୁ ଦୁଇ କିଲୋମିଟର ଦୂରରେ ଏକ କୂଅ ଭିତରୁ ପୋଲିସକୁ 27 ବର୍ଷୀୟ କାଲୁ, 23 ବର୍ଷୀୟ ମମତା ଓ 20 ବର୍ଷୀୟ କମଲେଶଙ୍କ ଶବ ମିଳିଥିଲା। କୂଅରୁ ମଧ୍ୟ ନାବାଳିକ ପିଲାଙ୍କ ଶବ ମିଳିଲା।

ଜଣେ ଭଉଣୀଙ୍କ ଚୟନ ପୋଲିସ କନେଷ୍ଟବଳରେ ହୋଇଥିଲା:-

ଜଣାଇଦେଉଛୁ କି, କାଲୁଙ୍କ ଦୁଇ ଭଉଣୀ ମମତା ଓ କମଲେଶ ଗର୍ଭବତୀ ଥିଲେ ଓ ତାଙ୍କର ଏହି ସପ୍ତାହରେ ଡିଲିଭରୀ ହେବାର ଥିଲା। ମମତାଙ୍କ ଚୟନ ପୋଲିସ କନେଷ୍ଟବଳରେ ହୋଇଯାଇଥିଲା। ବଡ଼ ଭଉଣୀ କାଲୁ ବିଏ ଫାଇନାଲ ଇୟାର ପାଠ ପଢ଼ୁଥିଲେ ଓ ଛୋଟ ଭଉଣୀ କମଲେଶଙ୍କ ଦାଖଲ ସେଣ୍ଟ୍ରାଲ ୟୁନିଭରସିଟିରେ ହୋଇଥିଲା। ଏହି ତିନିଜଣଙ୍କ ବିବାହ 2003 ମସିହାରେ ହୋଇଥିଲା ଓ ସେତେବେଳେ ଏମାନେ ବହୁତ ଛୋଟ ଥିଲେ।

ସେହିପରି ମୃତକ ମହିଳାଙ୍କ ପତି ନରସୀ ଗୋରୟୋ ଏବଂ ମୁକେଶଙ୍କୁ ପୋଲିସ ଗିରଫ କଲା। ଏହି ତିନିଜଣ ପରସ୍ପର ଭାଇ ଅଟନ୍ତି। ମେ 25 ତାରିଖରୁ ମହିଳା ଓ ଦୁଇ ପିଲା ଗାୟବ ଥିଲେ।

ଏହାପରେ ତାଙ୍କ ପିତା ହଜିଯିବାର ମାମଲା ଦର୍ଜ କଲେ। ଏହାକୁ ନେଇ ମିଣା ସମାଜ ତରଫରୁ ଧାରଣା ମଧ୍ୟ ଦିଆଗଲା। ପୋଲିସ ଟିମ ଆଜି ସକାଳୁ ଅଞ୍ଚଳର କୂଅରୁ ଶବକୁ ଜବତ କରିଥିଲେ।

ଜମି ବିକ୍ରିକରି ନିଜ ଜୀବନ କାଟୁଥିଲେ ଆରୋପୀ:-

ଆଡ଼ିଶନାଲ ଏସପି ଦୀନେଶ ଶର୍ମା କହିଥିଲେ କି, ମାମଲା ଘରୋଇ ଝଗଡ଼ାର ଅଟେ। ପୂର୍ବରୁ ମଧ୍ୟ ସେମାନଙ୍କ ଘରେ ମାରପିଟ ହୁଏ କିନ୍ତୁ ପୋଲିସ ପାଖକୁ କେବେ ଖବର ଆସେନାହିଁ।

ଆରୋପୀ ମାନଙ୍କୁ ଗିରଫ କରାଯାଇଛି ଓ ଯାଞ୍ଚ କାର୍ଯ୍ୟ ଆରମ୍ଭ କରାଯାଇଛି। ମୃତକ ମହିଳାଙ୍କ ପଡ଼ୋଶୀଙ୍କ ମୁତାବିକ ତାଙ୍କର ପତି ମଦୁଆ ଓ ଅବସାଦ ମିଜାଜ ର ଲୋକ ଅଟନ୍ତି। ପୂର୍ବଜଙ୍କ ଜମି ବିକ୍ରି କରି ସେମାନେ ଚଳନ୍ତି ଓ କୌଣସି କାମ କରନ୍ତି ନାହିଁ।

Leave A Reply

Your email address will not be published.