ଦେଖନ୍ତୁ ଲାଇଭ ଭିଡ଼ିଓ : ଡ଼୍ୟାନ୍ସ କରୁଥିବା ସମୟରେ ଅଚାନକ ଚାଲିଗଲା ଜୀବନ ……..

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆରେ ଏକ ବିବାହର ଭିଡ଼ିଓ ଭାଇରାଲ ହୋଇଛି। କିନ୍ତୁ ଏହି ଭିଡ଼ିଓ ଭାଇରାଲ ହେବା ସମୟରେ କିଛି ଏମିତି ଘଟିଛି ଯାହାକି ସମ୍ପୂର୍ଣ୍ଣ ମାହୋଲକୁ ଦୁଃଖରେ ବଦଳାଇ ଦେଇଛି। ଡ଼୍ୟାନ୍ସ କରୁ କରୁ ଅଚାନକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ମସ୍ତିରେ ନାଚୁଥିଲା ବ୍ୟକ୍ତି ଜଣକ:-

ଏହି ବିବାହର ଭିଡ଼ିଓରେ ଜଣେ ବ୍ୟକ୍ତି ଏକ ମହିଳା ସହିତ ନାଚୁଥିବାର ନଜର ଆସିଥିଲେ। ଉଭୟ ହିଁ ରାଜେଶଙ୍କ ଫେମସ ଗୀତ ‘ବଦନ ପେ ସିତାରେ ଲପେଟ ହୁଏ’ ରେ ନାଚୁଥିଲେ। କିନ୍ତୁ କାହାକୁ ଜଣାଥିଲା କି, କିଛି ସମୟ ପରେ କଣ ଘଟିବ। ପୁରା ଭିଡ଼ିଓ ଜାଣିବା ପୂର୍ବରୁ ଆପଣ ମଧ୍ୟ ଭାଇରାଲ ଭିଡ଼ିଓକୁ ଜରୁରୀ ଦେଖନ୍ତୁ।

ହଇରାଣ କରିଛି ଏହି ଭିଡ଼ିଓ:-

ବିବାହର ଖୁସି ମାହୋଲରେ ଅଚାନକ ଏହି ବ୍ୟକ୍ତିଙ୍କୁ ହାର୍ଟ ଆଟାକ ଆସୁଛି ଓ ସେ ତଳେ ପଡ଼ି ଯାଉଛନ୍ତି। ଆଖି ପିଛୁଳାକେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଉଛି। ଏହି ଭିଡ଼ିଓକୁ ଦେଖିବାପରେ କେହିବି ବିଶ୍ବାସ କରିନପାରନ୍ତି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ନିଆଁ ଭଳି ଭାଇରାଲ ହେଉଛି।

ଆଖି ପିଛୁଳାକେ ବଦଳିଗଲା ମାହୋଲ:-

ଏହି ଭିଡ଼ିଓକୁ ଦେଖି ଆପଣ ମଧ୍ୟ ଭାବିବେ ଯେ, କେମିତି ଏକ ଖୁସିରେ ନାଚୁଥିବା ଲୋକଟି ଅଚାନକ ଦୁନିଆକୁ ଛାଡ଼ି ଚାଲିଯିବ। କିଛି ୟୁଜର୍ସ ଏହା ଉପରେ କହିଛନ୍ତି କି, ବହୁତ କମ ଲୋକଙ୍କୁ ଏହିପରି ହସି ହସି ଦୁନିଆରୁ ଚାଲିଯିବାର ଭାଗ୍ୟ ଥାଏ। କିଛିଲୋକ ଏହାଉପରେ ନିଜ ଦୁଃଖ ମଧ୍ୟ ଦେଖାଇଛନ୍ତି।

Leave A Reply

Your email address will not be published.