ଡ୍ୟାମର କାନ୍ଥ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି ଜଣକ, ତାପରେ ଯାହା ଦୁଃଖଦ ଘଟଣା ଘଟିଲା ତାହାକୁ ଦେଖି ଅନେକ ଲୋକ ଚିଲେଇବାକୁ ଲାଗିଲେ; ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ହସ ମଜାକରେ ଅନେକ ଥର କିଛି ଲୋକ ଏମିତି ହରକତ କରିଦିଅନ୍ତି, ଯାହାପରେ ତାଙ୍କୁ ପଶ୍ଚାତାପ ହୁଏ। ଗତ କିଛିଦିନରେ ଏମିତି ଅନେକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଲୋକ ଷ୍ଟଣ୍ଟ ଦେଖାଇବା ଚକ୍କରରେ ଫସିଗଲେ। କିଛି ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ବ୍ୟକ୍ତି ଲୋକଙ୍କୁ ଷ୍ଟଣ୍ଟ ଦେଖାଇବାକୁ ଚାହାନ୍ତି। ଷ୍ଟଣ୍ଟ ଦେଖାଇବା ସମୟରେ ଏମିତି ଏକ ଘଟଣା ଘଟିଲା, ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କର ନିଃଶ୍ୱାସ ଅଟକି ଯାଇଥିଲା। କର୍ଣ୍ଣାଟକର ଚିକବଲାପୁରରେ ଏକ ବଡ ଡ୍ୟାମ ଅଛି, ଯେଉଁଠାରେ ଲୋକ ପ୍ରାୟତଃ ବୁଲିବା ଓ ଡ୍ୟାମରୁ ବାହାରୁଥିବା ପାଣିକୁ ଦେଖିବା ପାଇଁ ଯାଆନ୍ତି। ଏଠାରେ ଜଣେ ବ୍ୟକ୍ତି ଷ୍ଟଣ୍ଟ କରିବାର ପାଗଳାମୀ କରିଲେ।

ଡ୍ୟାମରେ ମଜାକ କରିବା ପଡ଼ିଲା ଭାରି:-

ମଜାକ କରିବା ଅନେକ ଥର ବିପଦପୂର୍ଣ୍ଣ ହୋଇଥାଏ। ଏହି ଘଟଣା ଚିକବଲାପୁରର ଶ୍ରୀନିବାସ ଡ୍ୟାମର ଅଟେ। ଡ୍ୟାମରେ ଲଗାତାର ପାଣି ଝରୁଅଛି ଓ ଜଣେ ବ୍ୟକ୍ତି ଏହି ଝରୁଥିବା ପାଣି ମଧ୍ୟରେ ଏହି ଡ୍ୟାମ କାନ୍ଥ ଉପରେ ଚଢ଼ିବାକୁ ଚେଷ୍ଟା କରନ୍ତି। ସେ ଅଧାରୁ ଅଧିକ ଦୂର ପର୍ଯ୍ୟନ୍ତ ଚଢ଼ିଯାଏ। ଓ ତଳେ ଛିଡା ହୋଇଥିବା ଲୋକଙ୍କୁ ଦେଖୁଥାଏ। କିଛି ଲୋକ ସେହି ବ୍ୟକ୍ତିର ଭିଡିଓ କରୁଥିଲେ, କିନ୍ତୁ ସେତେବେଳେ ଏକ ଏମିତି ଘଟଣା ଘଟିଲା ଯାହାକୁ ନେଇ ସମସ୍ତେ ଡରିଗଲେ।

ଦେଖନ୍ତୁ ଭିଡିଓ:-

ସିଧା କାନ୍ଥ ଉପରେ ପାଖାପାଖି ୩୦ ଫୁଟ ଉପରକୁ ଚଢ଼ିଗଲା:-

ଚିକବଲାପୁରର ଶ୍ରୀନିବାସ ଡ୍ୟାମରେ ଅବସ୍ଥିତ ଲୋକ ପାଣିର ତୀବ୍ର ପ୍ରବାହର ଆନନ୍ଦ ନେଉଥିଲେ। ଏକ ଯୁବକ ଡ୍ୟାମର ସିଧା କାନ୍ଥ ଉପରେ ପାଖାପାଖି ୩୦ ଫୁଟ ଉପରକୁ ଚଢ଼ିଗଲା। ଏହା ବହୁତ ବିପଦପୂର୍ଣ୍ଣ ଓ ଜାନଲେବା ଷ୍ଟଣ୍ଟ ଥିଲା। କିଛି ବାଟ ଚଢିବା ପରେ ନିଜର ବଲାନ୍ସ ସମ୍ଭଳିପାରିଲେ ନାହିଁ ଯାହଫଳରେ ସେ ସିଧାସଳଖ ତଳେ ଆସି ପଡିଗଲେ। ତଳେ ପଡ଼ୁଥିବା ଏହି ବ୍ୟକ୍ତିଙ୍କର ଭିଡ଼ିଓ କେହି ଜଣେ ନିଜର ମୋବାଇଲର କ୍ୟାମେରାରେ ରେକର୍ଡ କରିନେଲେ। ଯୁବକଙ୍କର ଜୀବନ ବଞ୍ଚିଗଲା କିନ୍ତୁ ସାମାନ୍ୟ ଆହାତ ହୋଇଥିଲେ। ଏହି ଘଟଣା ପରେ ଯୁବକଙ୍କୁ ତୁରନ୍ତ ହସ୍ପିଟାଲ ଯିବାକୁ ପଡିଲା, ଯେଉଁଠାରେ ତାଙ୍କର ଚିକିତ୍ସା ହେଉଅଛି।

Leave A Reply

Your email address will not be published.