ରାଜଧାନୀରୁ ମଦ କିଣିଲେ ଯିବେ ଜେଲ୍ !

0

Get real time updates directly on you device, subscribe now.

ଦେଶର ରାଜଧାନୀ ଦିଲ୍ଲୀରେ ମଦ ବିକ୍ରି ଉପରେ MRP ଉପରେ ୨୫% ପର୍ଯ୍ୟନ୍ତ ଛାଡ଼ ପରିସର କୁ ବଢିପାରେ। ୨୦୨୨-୨୩ ପାଇଁ ସରକାର ଏକ୍ସାଇଜ୍ଜ୍ ପୋଲିସି ଘୋଷଣା କରିବାକୁ ଯାଉଛନ୍ତି, ଯେଉଁଥିରେ ନିର୍ଦ୍ଦିଷ୍ଟ ରିହାତି ସୀମା ହଟାଯାଇପରେ। ଏହି ହିସାବରେ ମଦ ଦୋକାନୀ ମାନେ ମଧ୍ୟ ସେହି ହିସାବରେ ରିହାତି ଦେଇ ମଦ ବିକ୍ରି କରିବାକୁ ସକ୍ଷମ ହେବେ। ଜୁନ ୧ ରୁ ଏହି ନୀତି କାର୍ଯ୍ୟକାରୀ ହେବ।

ଏଥିରେ ଅନ୍ୟାନ୍ୟ ପରିବର୍ତ୍ତନ ମଧ୍ୟ କରାଯାଇପାରେ। ଦିଲ୍ଲୀ ସରକାର ଙ୍କ ଏକ୍ସାଇଜ୍ଜ୍ ର ପରିବର୍ତନ ପରେ ଦିଲ୍ଲୀ ରେ ମଦ ବହୁତ୍ ସସ୍ତାରେ ମିଳୁଛି। ବର୍ତ୍ତମାନ ଏହି ଶସ୍ତା ମଦ ଯୋଗୁଁ ଦିଲ୍ଲୀ-ଏନସିଆର ଦୋକାନୀମାନେ କହିଛନ୍ତି ଯେ, ସେମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଛି । ଯାହା ପରେ ଉତ୍ତର ପ୍ରଦେଶ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତୁ ଜାଣିବା କଣ ସେହି ନିଷ୍ପତି।

ବର୍ତ୍ତମାନ ୟୁପିର ଅବକାରୀ ବିଭାଗ ମଧ୍ୟ ଦିଲ୍ଲୀରୁ ଏକ ବୋତଲ ସିଲ୍ ହୋଇଥିବା ମଦ ଆଣିବା ଉପରେ ରୋକ୍ ଲଗାଇ ଦେଇଛି । ଅବକାରୀ ବିଭାଗ କହିଛି ଯେ, ଯଦି କୌଣସି ବ୍ୟକ୍ତି ଦିଲ୍ଲୀରୁ ଗୋଟିଏ ସିଲ୍ ବୋତଲ ମଦ ଆଣିବା ସମୟରେ ଧରାପଡ଼େ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତଦନ୍ତ ପାଇଁ ଅବକାରୀ ବିଭାଗ ୬ଟି ଟିମ୍ ଗଠନ କରିଛି,ଏହି ଦଳଗୁଡିକ ନଜର ରଖିବେ ଯେ, କୌଣସି ବ୍ୟକ୍ତି ଯେମିତି ଦିଲ୍ଲୀରୁ ୟୁପି ପର୍ଯ୍ୟନ୍ତ ସିଲ୍ ହୋଇଥିବା ମଦ ଆଣୁ ନାହାଁନ୍ତି ତ ।ଜିଲ୍ଲା ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀରେ ମଦ ଶସ୍ତା ଯୋଗୁଁ ଚୋରା ଚାଲାଣ ହେବାର ସମ୍ଭାବନା ବଢ଼ିଛି ।

ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯଦି କେହି ସିଲ୍ ବନ୍ଦ ହୋଇ ମଦ ବୋତଲ ଦିଲ୍ଲୀରୁ ନେଇ ଆସୁଥିବା ବେଳେ ଧରାପଡ଼େ, ତେଣୁ ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି ପରିସ୍ଥିତିରେ ଯଦି କାହା ପାଖରେ ସିଲ ବନ୍ଦ ବୋତଲରେ ମଦ ମିଳିଥାଏ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.