ଆକାଉଣ୍ଟରେ କମ୍ ପଇସା ରଖୁଥିବା ଲୋକମାନେ ହୋଇଯାଆନ୍ତୁ ସାଵଧାନ ! 342 ଟଙ୍କା ନ ରଖିଲେ ହେବ 4 ଲକ୍ଷ ଟଙ୍କାର କ୍ଷତି ! ଜାଣନ୍ତୁ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

PMJJBY & PMSBY Renual : ଯଦି ଆପଣ ମଧ୍ୟ ବ୍ୟାଙ୍କ୍ ଆକାଉଣ୍ଟରେ କମ୍ ପଇସା ରଖୁଛନ୍ତି କିମ୍ବା ପଇସା ରଖୁନାହାନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ ଅଟେ । ଏହି ଖବରକୁ ପଢ଼ିଲେ ଏବଂ କାମରେ ଲଗାଇଲେ ଆପଣଙ୍କର 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିରୁ ରକ୍ଷା ପାଇପାରିବେ । ଆଜ୍ଞା ହଁ, ପ୍ରଥମ କଥାରେ ହୁଏତ ଆପଣଙ୍କୁ ଏହା ଥଟ୍ଟା ଲାଗିପାରେ, କିନ୍ତୁ ଏହା ବିଲକୁଲ ଠିକ ଅଟେ । ବାସ୍ତବରେ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY) କୁ ରିନ୍ୟୁ କରାଇବାର ତାରିଖ ଆସିଯାଇଛି ।

ରିନ୍ୟୁ କରାଇବାର ଶେଷ ତାରିଖ ମେ 31 ତାରିଖ ଅଟେ :-

ସରକାରଙ୍କ ଏହି ଦୁଇଟି ଯୋଜନାକୁ ବାର୍ଷିକ ଭିତ୍ତିରେ ରିନ୍ୟୁ କରିବାର ଶେଷ ତାରିଖ ହେଉଛି ମେ 31 ତାରିଖ ଅଟେ । ଯଦି ଆପଣଙ୍କର ଆକାଉଣ୍ଟରେ ବାଲାନ୍ସ ନାହିଁ ଏବଂ ଏହି ଦୁଇଟି ଯୋଜନା ରିନ୍ୟୁ ହୋଇନାହିଁ, ତେବେ ଆପଣ 4 ଲକ୍ଷ ଟଙ୍କା ବୀମା ପାଇପାରିବେ ନାହିଁ । ଆପଣଙ୍କୁ କହିରଖୁଚୁ ଯେ ଯୋଜନାଗୁଡିକ ଏବଂ ସେଗୁଡିକର ଫାଇଦା ବିଷୟରେ ।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା :-

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY)ରେ ଯେକୌଣସି କାରଣରୁ ହେଉଥିବା ମୃତ୍ୟୁ ପାଇଁ କଭରେଜ ଦିଆଯାଏ । 18 ରୁ 50 ବର୍ଷ ବୟସ ମଧ୍ୟରେ ଥିବା ଲୋକମାନେ ଏହି ଯୋଜନାରେ ଯୋଗ ଦେଇପାରିବେ । 50 ବର୍ଷ ବୟସ ପୂର୍ବରୁ ଯୋଗଦେବା ଏବଂ ପ୍ରିମିୟମ ଦେବାପରେ ଆପଣଙ୍କ ଜୀବନର ବିପଦ 55 ବର୍ଷ ବୟସ ପର୍ଯ୍ୟନ୍ତ କଭର ହୋଇପାରେ ।

ଅଟୋ ଡେବିଟ ହେବ ପ୍ରିମିୟମ :-

ସରକାରଙ୍କ ଏହି ଯୋଜନା ଅଧୀନରେ ଆପଣ ବାର୍ଷିକ 330 ଟଙ୍କା ଦେୟ ଉପରେ 2 ଲକ୍ଷ ଟଙ୍କାର ଜୀବନ ବୀମା କଭର ପାଇପାରିବେ । ଆପଣ ବ୍ୟାଙ୍କ ଶାଖା / ବିସି ପଏଣ୍ଟ କିମ୍ବା ଡାକଘରକୁ ଯାଇ ଏହାର ରେଜିଷ୍ଟ୍ରେସନ କରିପାରିବେ । ଯୋଜନାରେ ପ୍ରିମିୟମ୍ ଆପଣଙ୍କ ଆକାଉଣ୍ଟରୁ ଅଟୋ ଡେବିଟ୍ ହୋଇଯାଏ ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା :-

ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା (PMSBY) ଅଧୀନରେ ଏକ ଦୁର୍ଘଟଣା ହେତୁ ମୃତ୍ୟୁ କିମ୍ବା ଅକ୍ଷମତା ପାଇଁ କଭରେଜ୍ ଦିଆଯାଏ । ଆପଣ 18 ରୁ 70 ବର୍ଷ ବୟସ ପର୍ଯ୍ୟନ୍ତ ଏହି ଯୋଜନାରେ ଯୋଗଦାନ କରିପାରିବେ । ଏହା ଅଧୀନରେ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାରେ 2 ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ 1 ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ଏହି ଯୋଜନାର ବାର୍ଷିକ ପ୍ରିମିୟମ୍ ହେଉଛି 12 ଟଙ୍କା । ଏହିପରି, ଦୁହିଁଙ୍କ ମୋଟ ପ୍ରିମିୟମ୍ 242 ଟଙ୍କା ହୋଇଥାଏ ।

Leave A Reply

Your email address will not be published.