ଭୟଙ୍କର ପ୍ରତିଶୋଧ : ମାମୁଁଙ୍କୁ ଜେଲ ହେବାରୁ ୧୪ ବର୍ଷର ପିଲାଟି ନିରୀହ ଉପରେ ଢାଳିଦେଲା ସାନିଟାଇଜର,ଆଉ ତାପରେ ଲଗାଇଦେଲା ନିଆଁ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଆପଣ ପ୍ରତିଶୋଧକୁ ନେଇ ଅନେକ କାହାଣୀ ଶୁଣିଥିବେ, କିନ୍ତୁ ୟୁପିର କାନପୁରର ଏହି ମାମଲା ଆଶ୍ଚର୍ଯ୍ୟଜନକ ଅଟେ । କାନପୁରର ରେଲ ବଜାରରେ ଚୋରି କରିଥିବା ଅରୋପରେ ଜେଲ ଯାଇଥିବା ମାମୁଁଙ୍କ ପ୍ରତିଶୋଧ ନେବାପାଇଁ ନାବାଳକ(14 ବର୍ଷ) ପଡୋଶୀରେ ରହୁଥିବା ପିଲା (11 ବର୍ଷ) ଉପରେ ସାନିଟାଇଜର ଢ଼ାଳି ନିଆଁ ଲଗାଇ ଦେଲା । ପୋଲିସ ଏଫଆଇଆର ପଞ୍ଜିକରଣ କରି ଯାଞ୍ଚ୍ ଆରମ୍ଭ କରିଦେଇଛି ଏବଂ ଆହତ ପିଲା ହସ୍ପିଟାଲରେ ଭର୍ତ୍ତି ଅଛି ।

ସୂଚନା ଅନୁଯାୟୀ, ରେଳ ବଜାରରେ ରହୁଥିବା ଫିରୋଜଙ୍କ ଘରେ କିଛି ଦିନ ପୂର୍ବରୁ ଚୋରି ହୋଇଯାଇଥିଲା । ଫିରୋଜ ଚୋରିର ରିପୋର୍ଟ୍ ନିଜ ପଡୋଶୀ ଫାରୁଖଙ୍କ ବିରୋଧରେ ଲେଖାଇଥିଲେ । ପୋଲିସ ଫାରୁଖଙ୍କୁ ଗିରଫ କରି ଜେଲ ପଠାଇଦେଲା । ଫାରୁଖଙ୍କ ଭଣଜା ନିଜ ମାମୁଁଙ୍କୁ ବହୁତ୍ ଭଲ ପାଉଥିଲା । ସେ ବହୁତ୍ ରାଗି ଯାଇଥିଲା, କାରଣ ପିଲାର ବାପା ତା ମାମୁଁଙ୍କୁ ଚୋରି କରିବା ଦୋଷରେ ଜେଲ ପଠାଇ ଦେଇଥିଲେ । ଏପରି ପରିସ୍ଥିତିରେ ସେ ସ୍ଥିର କଲା ଯେ ନିଜ ମାମୁଁଙ୍କ ପ୍ରତିଶୋଧ ନିଶ୍ଚୟ ନେବ ।

ଫିରୋଜଙ୍କ ସ୍ତ୍ରୀ ଖୁସନୁମା କହିଛନ୍ତି ଯେ ଦୁଇ ଦିନ ପୂର୍ବରୁ ଫାରୁଖଙ୍କ ଭଣଜା ମୋ 11 ବର୍ଷୀୟ ପୁଅକୁ ଖେଳିବା ବାହାନାରେ ଖେଳ ପଡିଆକୁ ନେଇଗଲା । ସେ ସେଠାରେ ମୋ ପୁଅ ଉପରେ ସାନିଟାଇଜର ଢ଼ାଳି ନିଆଁ ଲଗାଇ ଦେଲା । ମୋର ଜଳି ଯାଉଥିବା ପୁଅ ସେଠାରେ ଛଟପଟ ହେବାକୁ ଲାଗିଲା । ଏହା ମଧ୍ୟରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଗଲା । ପୀଡ଼ିତ ପରିବାର ଲୋକଙ୍କ ସୂଚନା ପାଇ ପୋଲିସ ଆହତ ପିଲାକୁ ହସ୍ପିଟାଲରେ ଭର୍ତ୍ତି କରାଇଲା । ପିଲାଟିର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ପ୍ରମୋଦ କୁମାର ଡିସିପି (କାନପୁର ଇଷ୍ଟ) କହିଛନ୍ତି ଯେ ପିଲାକୁ ସାନିଟାଇଜର ଦ୍ଵାରା ଜାଳିଦେବାର ମାମଲା ସାମ୍ନାକୁ ଆସିଛି । ଆମେ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରିଛୁ । ପରିବାର ଲୋକଙ୍କ ଅଭିଯୋଗ ଉପରେ ଏଫଆଇଆର ପଞ୍ଜିକରଣ କରାଯାଇଅଛି । ଅଭିଯୁକ୍ତ ନାବାଳକ ଅଟେ । ମାମଲାକୁ ଯାଞ୍ଚ କରାଯାଉଛି । ବର୍ତ୍ତମାନ କାହାକୁ ବି ଗିରଫ କରାଯାଇ ନାହିଁ ।

Leave A Reply

Your email address will not be published.