ଗୋଟିଏ ହସ୍ପିଟାଲରେ ୧୧ ନର୍ସ ହେଲେ ଏକାସାଙ୍ଗରେ ଗର୍ଭବତୀ

0

Get real time updates directly on you device, subscribe now.

ବନ୍ଧୁଗଣ କେବେ କେବେ ଦୁନିଆରେ ଏଭଳି କିଛି ଘଟଣାମାନ ଘଟିଯାଏ ଯାହାକି କୌଣସି ସିନେମାରେ ହିଁ କେବଳ ସମ୍ଭବପର ହୋଇଥାଏ । ଶୀର୍ଷକ ପଢ଼ି କଥାଟି ଆଶ୍ଚର୍ଯ୍ୟ ଓ ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ ଭାବରେ ସତ୍ୟ । ଖବର ଅନୁସାରେ ଗୋଟିଏ ହସ୍ପିଟାଲରେ ପ୍ରସବ ଦାୟିତ୍ୱରେ ଥିବା ସମସ୍ତ ନର୍ସ ଏକା ସାଙ୍ଗରେ ଗର୍ଭବତୀ ହୋଇଛନ୍ତି ।

ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଆମେରିକାର ମିସୌରୀ ସହରର ଏକ ପ୍ରାଇଭେଟ୍ ହସ୍ପିଟାଲରେ । ହସ୍ପିଟାଲରେ ପ୍ରସବ ଦାୟିତ୍ୱରେ ଥିବା ସମସ୍ତ ୧୧ ଜଣ ନର୍ସ ଏକା ସାଙ୍ଗରେ ହିଁ ଗର୍ଭବତୀ ହୋଇଛନ୍ତି । ସେମାନେ ସମସ୍ତଙ୍କର ଜୁଲାଇ ମାସରୁ ନଭେମ୍ବର ମାସ ମଧ୍ୟରେ ଡେଲିଭରି ହେବାର ସମ୍ଭାବନା ରହିଛି । ମେଡିକାଲ ପକ୍ଷରୁ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯାହାକି ବର୍ତମାନ ସମୟରେ ବେଶ ଭାଇରାଲ ହେବାରେ ଲାଗିଛି । ଏହାକୁ ହସ୍ପିଟାଲ ପକ୍ଷରୁ ବୋନାଞ୍ଜା ଅପ୍ ବେବିଜ୍ (ବେବି ସନ୍ତାନର ଉତ୍ସ) ନାମ ଦିଆଯାଇଛି ।

ଏହି ଫଟୋରେ ସମସ୍ତ ନର୍ସଙ୍କୁ ବେବି ବମ୍ପ୍ ସହ ହସ୍ପିଟାଲ ପୋଷାକରେ ଦେଖିବାକୁ ମିଳୁଛି । ଆଉ ସମସ୍ତେ ବେକରେ ଏକ କାର୍ଡ ପକାଇଛନ୍ତି, ଯେଉଁଥିରେ ସେମାନଙ୍କର ଡେଲିଭରି ଡେଟ୍ ଲେଖାଯାଇଛି । ସମସ୍ତ ନର୍ସ ଏକସଙ୍ଗେ ଗର୍ଭବତୀ ହୋଇଥିବାରୁ ସେମାନଙ୍କ ଭିତରେ ସମ୍ପର୍କ ଆହୁରି ନିବିଡ଼ ହୋଇଛି । ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ନର୍ସ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ତେବେ ହସ୍ପିଟାଲ ପକ୍ଷରୁ ୯ ଜଣ ନର୍ସଙ୍କ ଏକାସାଙ୍ଗରେ ଗଭର୍ବତୀ ହୋଇଥିବା ୮ଟି ଫଟୋକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ତେବେ ଏକା ସାଙ୍ଗରେ ଗୋଟାଏ ଜାଗାରେ କାମ କରୁଥିବା ସମସ୍ତ ନର୍ସ ପ୍ରେଗନେଣ୍ଟ ହେବା ଟା ନିଶ୍ଚିତ ଭାବରେ ସଂଯୋଗ ନିଶ୍ଚିତ । ତେବେ ଏଥିରେ ପ୍ରତିକ୍ରିୟା ରଖି ନର୍ସ ମାନେ କହିଛନ୍ତି ଯେ ଏଭଳି ଘଟିବା ପଛରେ ନିହାତି ଆମ ସମସ୍ତଙ୍କ ମଧ୍ୟରେ ପୂର୍ବ ଜଣରୁ ହିଁ କିଛି କନେକ୍ସନ୍ ରହି ଆସିଛି । ଯାହା ଫଳରେ ସେମାନେ ସମସ୍ତଙ୍କ ମଧ୍ୟରେ ଏକ ଅଲଗା ପ୍ରକାର ନିବିଡ଼ିତା ଗଢ଼ି ଉଠିଛି । ତେବେ ଫଟୋ ସହିତ ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କିଛି ୟୁଜର୍ସ ବ୍ୟଙ୍ଗାତ୍ମକ ଶୈଳୀରେ କହିଛନ୍ତି ଯେ ନିଶ୍ଚିତ ଭାବରେ ହସ୍ପିଟାଲ୍ ପାଣିରେ କିଛି ମିଶିଛି ଯାହା ଫଳରେ ଏଭଳି ଘଟିଲା ।

Leave A Reply

Your email address will not be published.