ଏକ ଅଜବ ଅଭିଯୋଗ ନେଇ ଥାନାରେ ପହଞ୍ଚିଲା ମଦୁଆ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

0

Get real time updates directly on you device, subscribe now.

ମଦ୍ୟପାନ କରିବା ଏକ ଅଲଗା ପ୍ରକାରର ଶୋଉକ ହୋଇଥାଏ। ନିଶା ଚଢ଼ିଲେ ଭଲକଥା ନଚେତ ମଦୁଆ ନିଜ ନିଜ ଭିତରେ ଗଣ୍ଡଗୋଳ କରିଛନ୍ତି କିନ୍ତୁ କଣ ଆପଣ ଜାଣନ୍ତି କି, ଜଣେ ମଦୁଆକୁ ନିଶା ନହେବାରୁ ସେ ସିଧା ଏହାର ଅଭିଯୋଗ ମନ୍ତ୍ରୀଙ୍କୁ କରୁଛନ୍ତି। ଆଜ୍ଞା ହଁ ଏହିପରି ଏକ ମାମଲା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଏକ ଅଞ୍ଚଳରେ।

ଏଠାରେ ଏକ ମଦୁଆକୁ ନିଶା ନଚଢ଼ିବାରୁ ସେ ସିଧା ଏହାର ଆରୋପ ପୋଲିସଙ୍କ ପାଖରେ କରିଥିଲେ। ସେ ଏକ ପତ୍ର ମାଧ୍ୟମରେ ମନ୍ତ୍ରୀଙ୍କୁ ଏହି ମଦର ଯାଞ୍ଚ କରିବାପାଇଁ ନିବେଦନ କରିଥିଲେ ଓ କହିଥିଲେ କି, ଏହି ମଦକୁ ଆମ ଏରିଆରେ ଠିକାଦାର ମିଲାବଟି ବିକ୍ରି କରୁଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲା।

ଉଜେନ ରୁ ସାମ୍ନାକୁ ଆସିଛି ଏହି ମାମଲା:-

ମଦୁଆ ଏଥିପାଇଁ ସମସ୍ୟାରେ ଥିଲା ଯେ, ସେ ଯେଉଁ ମଦ ପିଇଥିଲା ତାକୁ ନିଶା ଧରିନଥିଲା ଓ ସେ ଏହାର ଅଭିଯୋଗ କରି ମାମଲାର ଉଚ୍ଚସ୍ତରୀୟ ଯାଞ୍ଚ କରାଯାଉ ବୋଲି ଦାବି କରିଥିଲା। ଜଣାଇଦେଉଛୁ କି, ଏହି ମଦୁଆର ନାମ ହେଉଛି ଲୋକେନ୍ଦ୍ର ସେଠିଆ।

ସେ ଏପ୍ରିଲ 12 ତାରିଖରେ ଅବକାରୀ ଥାନା ପହଞ୍ଚିଥିଲା। ତାଙ୍କ ହାତରେ ଅଭିଯୋଗ ପତ୍ର ମଧ୍ୟ ଥିଲା ଯେଉଁଥିରେ ସେ ଗୃହମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥିଲେ। ସେ କହିଥିଲା କି, ସେ ଏବେ ଏବେ ଦୁଇଟି କ୍ୱାର୍ଟର ଦେଶୀ ମଦ ପିଇକି ଆସିଛି। ଏହାପରେ ମଧ୍ୟ ତାକୁ ନିଶା ଧରିଲାନାହିଁ। ସେ କହିଛି ଏହି ମଦକୁ ଠିକାଦାର ମିଲାବଟି ବିକ୍ରି କରୁଛି।

ମଦୁଆ ଜଣକ ଏପ୍ରିଲ 12 ତାରିଖରେ ଅବକାରୀ ଥାନାରେ ନିଜର ଅଭିଯୋଗ ଆଧାରରେ କହିଥିଲା କି, ସେ ବହୁତ ପୁରୁଣା ମଦୁଆ ଓ ସେ ଜାଣିଛି କେଉଁ ମଦ ଶୁଦ୍ଧ ଓ କେଉଁ ଗୁଡ଼ିକ ମିଶ୍ରଣ। ସେ ଏହି ମଦକୁ କ୍ଷୀର ସାଗର ସ୍ଥିତ ପ୍ରୀତି ଜୟଶ୍ବାଳ ଠିକା ଠାରୁ କିଣିଥିଲା।

ଯେତେବେଳେ ସେ ଦୁଇଟି କ୍ୱାର୍ଟର ମଦ ପିଇଥିଲା ସେତେବେଳେ ସେ ଜାଣିବାକୁ ପାଇଲା ଏଗୁଡ଼ିକ ସବୁ ପାଣି ଅଟେ ଓ ସେ ଠିକା ପାଖକୁ ଯାଇ ଅଭିଯୋଗ କରିଥିଲା ଓ ସେଠାରୁ ତାକୁ ବିଦା କରି ଦିଆଯାଇଥିଲା। ମଦୁଆର କହିବାକଥା ହେଲା, ମଦୁଆ ମାନଙ୍କୁ ନ୍ୟାୟ ମିଳିବା ଉଚିତ କାରଣ ନୂଆ ମଦୁଆ ମାନେ ଜାଣି ପାରୁନାହାଁନ୍ତି ଏଗୁଡ଼ିକ ମିଶ୍ରଣ ବୋଲି।

ଏହାଉପରେ କାର୍ଯ୍ୟବାହୀ ଜଲଦି କରାଯାଉ:-

ଲୋକେନ୍ଦ୍ର, ଅଫିସରଙ୍କୁ ଏହାଉପରେ କାର୍ଯ୍ୟବାହୀ କରିବାକୁ ନିର୍ଦ୍ଦିଷ୍ଟ ସମୟ ଉଲ୍ଲେଖ କରିଥିଲେ ଓ ସେ କହିଥିଲେ ଯଦି ଏହି ସମୟ ଅନ୍ତରାଳରେ ଯଦି ଯାଞ୍ଚ କରାନଯାଏ ତାହେଲେ ସେ ଉପଭୋକ୍ତା ଫୋରନ ପାଖକୁ ଯିବେ। ଏହାପରେ ସେ କହିଥିଲେ, ସେ ଦୀର୍ଘ 20 ବର୍ଶ୍ଵ ହେଲା ମଦ୍ୟପାନ କରୁଛନ୍ତି ଓ ତାଙ୍କୁ ଜଣାପଡ଼ିଯିବ କେଉଁ ଗୁଡ଼ିକ ଅସଲି ଓ ନକଲି ମଦ।

ସେହିପରି ଅନ୍ୟ ପଟରେ ଅଫିସର ବୁଝି ପାରିଲେନାହିଁ କେମିତି ମଦୁଆକୁ ବିଝାଇବେ। ଶେଷରେ ସେ ମଦୁଆର ପତ୍ର ଗ୍ରହଣ କରି ତାକୁ ଆଶ୍ୱାସନା ଦେଲେ ଯେ, ବହୁତ ଜଲଦି ଯାଞ୍ଚ କରାଯିବ ଓ ଏହାପରେ ଯାଇ ମଦୁଆ ବୁଝିଥିଲା।

Leave A Reply

Your email address will not be published.