ଚାଇନାରେ ବାର୍ଡ ଫ୍ଲୁର H3N8 ଷ୍ଟ୍ରେନ୍‌ ! ୪ ବର୍ଷର ବାଳକ ଠାରେ ଚିହ୍ନଟ ହେଲା ବାର୍ଡ ଫ୍ଲୁର ପ୍ରଥମ ମାମଲା

0

Get real time updates directly on you device, subscribe now.

କରୋନା ଭାଇରସର ଆତଙ୍କ ଭିତରେ ଚୀନରେ ବାର୍ଡ ଫ୍ଲୁ ଦେଖାଦେଇଛି। ବାର୍ଡ ଫ୍ଲୁର H3N8 ଷ୍ଟ୍ରେନରେ ମଣିଷ ସଂକ୍ରମିତ ହେବାର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଚୀନର ସ୍ୱାସ୍ଥ୍ୟ ପ୍ରଶାସନ ମଙ୍ଗଳବାର ଦିନ ଏ ବିଷୟରେ ସୂଚନା ଦେଇଛନ୍ତି। ପ୍ରଶାସନ କହିଛିଯେ ହେନାନ ଅଞ୍ଚଳର ଏକ ୪ ବର୍ଷର ପିଲା ବାର୍ଡ ଫ୍ଲୁର H3N8 ଷ୍ଟ୍ରେନ୍‌ରେ ସଂକ୍ରମିତ ହୋଇଛି। ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ଦେଖାଯିବା ପରେ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଥିଲା। ଯଦିଓ ସଂକ୍ରମଣ ଅନ୍ୟ ଲୋକମାନଙ୍କଠାରେ ବ୍ୟାପିବାର ସମ୍ଭାବନା ଯଥେଷ୍ଟ କମ ଅଛି।

ସୂଚନା ଅନୁସାରେ, ଏପ୍ରିଲ ୫ ତାରିଖରେ ମଧ୍ୟ-ହେନାନ ଅଞ୍ଚଳର ଏହି ମାମଲା ସାମ୍ନାକୁ ଆସିଥିଲା। କିନ୍ତୁ ପରିବାରରେ ଆଉ କେହି ସଂକ୍ରମିତ ହୋଇ ନଥିଲେ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଏକ ବୟାନରେ କହିଛିଯେ ପିଲାଟି ପୋଷା କୁକୁଡ଼ା ଓ କାଉ ସଂସ୍ପର୍ଶରେ ଆସିଥିଲା। ଏହା ପୂର୍ବରୁ ମଧ୍ୟ H3N8 ଷ୍ଟ୍ରେନ ଘୋଡ଼ା, କୁକୁର ଓ ପକ୍ଷୀମାନଙ୍କଠାରେ ଚିହ୍ନଟ ହୋଇସାରିଛି। ତେବେ କୌଣସି ମଣିଷ ଏଥିରେ ସଂକ୍ରମିତ ହେବାର ଏହା ପ୍ରଥମ ମାମଲା ଅଟେ।

ଚୀନରେ ବାର୍ଡ ଫ୍ଲୁର ଅନେକ ଭ୍ୟାରିଏଣ୍ଟ ଏବଂ ସବ୍‌-ଭ୍ୟାରିଏଣ୍ଟ ରହିଛି। ସେଥି ମଧ୍ୟରୁ କିଛି ସବ ଭ୍ୟାରିଏଣ୍ଟ ପଶୁପକ୍ଷୀମାନଙ୍କ ସାଙ୍ଗକୁ ମଣିଷଙ୍କୁ ମଧ୍ୟ ସଂକ୍ରମିତ କରିଛି। ବିଶେଷ ଭାବରେ କୁକୁଡ଼ା ଓ ବତକ ଫାର୍ମରେ କାମ କରୁଥିବା ଲୋକ ବାର୍ଡ ଫ୍ଲୁ ଷ୍ଟ୍ରେନ୍‌ରେ ସଂକ୍ରମିତ ହେବାର ବିପଦ ଅଧିକ ରହିଥାଏ। ରାଷ୍ଟ୍ରୀୟ ଆୟୋଗ ଆହୁରି କହିଛିକି ବାର୍ଡ ଫ୍ଲୁର H3N8 ଷ୍ଟ୍ରେନ ମଣିଷକୁ ପ୍ରଭାବଶାଳୀ ଢଙ୍ଗରେ ସଂକ୍ରମିତ କରିବାର କ୍ଷମତା ରଖିନଥିବାରୁ ମହାମାରୀ ବ୍ୟାପିବାର ଆଶଙ୍କା କମ ରହିଛି। H3N8 ଷ୍ଟ୍ରେନ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଡ଼ା, କୁକୁର, ପକ୍ଷୀମାନଙ୍କଠାରେ ମିଳିଥିଲା, କିନ୍ତୁ ବର୍ତ୍ତମାନ ମଣିଷଠାରେ ଏହା ଚିହ୍ନଟ ହୋଇଛି।

ବାର୍ଡ ଫ୍ଲୁ କ’ଣ:-

ବାର୍ଡ ଫ୍ଲୁ ଏକ ଏଭିଆନ୍‌ ଇନ୍‌ଫ୍ଲୁଏଞ୍ଜା (H5N1) ଭାଇରସ୍‌, ଯାହା ପକ୍ଷୀମାନଙ୍କ ନିକଟରେ ଭାଇରାଲ ସଂକ୍ରମଣ ବିସ୍ତାର କରି ସେମାନଙ୍କୁ ସଂକ୍ରମିତ କରି ଦେଇଥାଏ। ଅନ୍ୟ ଭାଷାରେ କହିବା ପାଇଁ ଗଲେ, ଏହା ହେଉଛିକି ଇନ୍‌ଫ୍ଲୁଏଞ୍ଜା ଟାଇପ୍‌ ଏ ଭାଇରସ୍‌ ଯୋଗୁ ବିସ୍ତାର ହେଉଥିବା ସଂକ୍ରାମକ ଭାଇରାଲ ରୋଗ, ଯାହାକି ପକ୍ଷୀ ଓ ମଣିଷ ଉଭୟଙ୍କୁ ନିଜ କବଳକୁ ନେଇଯାଇପାରେ।

ମଣିଷମାନଙ୍କ ନିକଟରେ କେମିତି ବାର୍ଡ ଫ୍ଲୁ ବ୍ୟାପିପାରିବ:-

– ମଣିଷ ସଂକ୍ରମିତ କୁକୁଡ଼ା କିମ୍ବା ଅନ୍ୟ ପକ୍ଷୀମାନଙ୍କ ସମ୍ପର୍କରେ ଅଧିକ ରହିଲେ।

– ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ପକ୍ଷୀମାନଙ୍କର ମାଂସ, ବିଶେଷ କରି କଞ୍ଚାମାଂସ ଖାଇଲେ।

– ସଂକ୍ରମିତ ପକ୍ଷୀ ଜୀବିତ ଥାଆନ୍ତୁ ଅବା ମୃତ, ଉଭୟ ପରିସ୍ଥିତିରେ ଏହି ଭାଇରସ ଆଖି, ନାକ ଏବଂ ମୁହଁ ମାଧ୍ୟମରେ ମଣିଷକୁ ବ୍ୟାପିପାରିବ।

– ସଂକ୍ରମିତ ପକ୍ଷୀମାନଙ୍କୁ ହତ୍ୟା କଲେ ମଧ୍ୟ ମଣିଷ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇପାରିବ।

Leave A Reply

Your email address will not be published.