ଆକାଶରେ ୧୦୭୫ ବର୍ଷ ପରେ ନଜର ଆସିବ ଦୁର୍ଲ୍ଲଭ ଦୃଶ୍ୟ, ଏକ ସରଳରେଖାରେ ରହିବେ ମଙ୍ଗଳ-ଶନି- ଶୁକ୍ର-ବୃହସ୍ପତି !

0

Get real time updates directly on you device, subscribe now.

ଚଳିତ ସପ୍ତାହରେ ଆକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏକ ସରଳରେଖାରେ ୪ ଗ୍ରହ ନଜର ଆସିବେ। ଏ ବିଷୟରେ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ତତଫରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଆଉ କିଛି ସମୟ ପରେ ବ୍ରହ୍ମାଣ୍ଡରେ ଏକ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି। ଏହି ସପ୍ତାହରେ ମଙ୍ଗଳ, ଶନି, ଶୁକ୍ର ଓ ବୃହସ୍ପତି ଗୋଟିଏ ସରଳ ରେଖା ମଧ୍ୟରେ ରହିବେ ଓ ଏହି ଦୃଶ୍ୟକୁ ଖାଲି ଆଖିରେ ମଧ୍ୟ ଦେଖି ହେବ। ଖାସ କଥା ହେଉଛିକି ଏମିତି ଅଦ୍ଭୁତ ଦୃଶ୍ୟ ପାଖାପାଖି ୧,୦୭୫ ବର୍ଷ ପରେ ଦେଖିବା ପାଇଁ ମିଳିବ। ପୂର୍ବରୁ ଏଭଳି ଦୁର୍ଲ୍ଲଭ ଦୃଶ୍ୟ ୯୪୭ ଏଡିରେ ଦେଖିବାକୁ ମିଳିଥିଲା।

ମଙ୍ଗଳବାର ଦିନ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ଡେପୁଟି ଡାଇରେକ୍ଟର ଏସ୍‌ ପଟ୍ଟନାୟକ ଏହି ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଏହି ସପ୍ତାହ ପରେଡରେ ଶନି, ମଙ୍ଗଳ, ଶୁକ୍ର ଓ ବୃହସ୍ପତି ସିଧାରେ ଏକ ସରଳରେଖାରେ ରହିବେ। ଏହା ପୂର୍ବରୁ ଏଭଳି ଦୃଶ୍ୟ ୯୪୭ ଏଡିରେ ଦେଖିବାକୁ ମିଳିଥିଲା। ଏଭଳି ଦୃଶ୍ୟ ବାରମ୍ବାର ଦୃଶ୍ୟମାନ ହୋଇନଥାଏ। ୪ଟି ଗ୍ରହ ଏକ ସରଳ ରେଖାରେ କ୍ୱଚିତ ରହିଥାନ୍ତି। ଏଥରକ ଏଭଳି ଦୃଶ୍ୟ ଏହି ସପ୍ତାହରେ ଦୃଶ୍ୟମାନ ହେବ। ଲୋକମାନେ ଖାଲି ଆଖିରେ ମଧ୍ୟ ଏହି ମହାଜାଗତିକ ଦୃଶ୍ୟକୁ ଦେଖିପାରିବେ। ଏହି ସଂଯୋଜନ ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ପୂର୍ବ ଆକାଶରେ ନଜର ଆସିବ।

ଭାରତରେ ଏହି ଦୃଶ୍ୟ ଦେଖି ହେବ:-

କୁହାଯାଉଛିକି ଉତ୍ତର ଗୋଲାର୍ଦ୍ଧ ଅର୍ଥାତ ଇକ୍ୱେଟର ଲାଇନ ଉପରେ ଥିବା ଦେଶ ଗୁଡ଼ିକ ଏହି ଦୃଶ୍ୟ ଦେଖିପାରିବେ। ଭାରତୀୟମାନେ ମଧ୍ୟ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିପାରିବେ। କିନ୍ତୁ ଯଦି ସେହି ସମୟରେ ଆକାଶ ମୋଘାଚ୍ଛନ୍ନ ରହିବ କିମ୍ବା ବାୟୁମଣ୍ଡଳ ଦୂଷିତ ରହିବ, ତେବେ ଲୋକମାନେ ଏହି ଦୃଶ୍ୟକୁ ଦେଖିବାରେ ଅସମର୍ଥ ହେବେ।

ସାଧାରଣ ଲୋକମାନେ ଏହି ଦୃଶ୍ୟ ଦେଖିବା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ଆକାଶକୁ ଚାହିଁଲେ ଦେଖିପାରିବେ। ସକାଳୁ ସକାଳୁ ଏକ ସରଳରେଖାରେ ମଙ୍ଗଳ, ଶନି, ଶୁକ୍ର ଓ ବୃହସ୍ପତି ଦୃଶ୍ୟମାନ ହେବେ। ତେବେ ଏହି ଦୃଶ୍ୟକୁ ଅଧିକ ସ୍ପଷ୍ଟ ଭାବରେ ଦେଖିବାକୁ ଚାହୁଁଥିଲେ ଆପଣ ଟେଲିସ୍କୋପକୁ ବ୍ୟବହାର କରିପାରିବେ।

Leave A Reply

Your email address will not be published.