ଆଜିଠାରୁ ବଦଳିଯିବ PF ଆକାଉଣ୍ଟ ସହିତ ଜଡ଼ିତ ଏହି ନିୟମ, ୬ କୋଟି କର୍ମଚାରୀଙ୍କୁ ଦେବାକୁ ପଡ଼ିବ ଟ୍ୟାକ୍ସ!

0

Get real time updates directly on you device, subscribe now.

EPF New Rules : ଯଦି ଆପଣ କୌଣସଠାରେ ଚାକିରି କରୁଥାନ୍ତି ଏବଂ ଆପଣଙ୍କର ପିଏଫ ଜମା ହୋଇଥାଏ, ତେବେ ଆପଣଙ୍କ ପାଇଁ ଏହି ଖବର ବହୁତ୍ ଜରୁରୀ ଅଟେ । ସରକାର ପିଏଫ ସହିତ ଜଡିତ ନିୟମରେ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ପିଏଫର କନଟ୍ରିବ୍ୟୁସନ୍ କିମ୍ବା ତାଠାରୁ ମିଳୁଥିବା ସୁଧ ଟ୍ୟାକ୍ସ ଡାଏରୀରେ ଆସିବ । ଏହି ନିୟମ ଏପ୍ରିଲ 1 ତାରିଖ 2022 ଅର୍ଥାତ୍ ଆଜିଠାରୁ ଲାଗୁ ହେବ ।

ଅର୍ଥମନ୍ତ୍ରୀ କଲେ ଘୋଷଣା :-

କୁହାଯାଉଛି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ 2021ରେ ଏ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ସେ କହିଥିଲେ ଯେ ଇପିଏଫରେ କର୍ମଚାରୀଙ୍କ ବାର୍ଷିକ 2.5 ଲକ୍ଷ ଟଙ୍କାରୁ ଅଧିକ କନଟ୍ରିବ୍ୟୁସନରେ ମିଳୁଥିବା ସୁଧ ଉପରେ ଟ୍ୟାକ୍ସ ଲଗାଯିବ । ଏହି ନିୟମ ଏପ୍ରିଲ 1 ତାରିଖଠାରୁ ଲାଗୁ ହେବ । ଏହି ପଦକ୍ଷେପ ଦ୍ଵାରା ସେହି ଲୋକମାନଙ୍କ ଉପରେ ପ୍ରଭାବ ପଡ଼ିବ, ଯେଉଁମାନଙ୍କର ରୋଜଗାର ଅଧିକ ଏବଂ ଇପିଏଫରେ ଅଧିକ କନଟ୍ରିବ୍ୟୁଟ କରନ୍ତି ।

କିନ୍ତୁ ସରକାର କହିଛନ୍ତି ଯେ ଏହାର ପ୍ରଭାବ ଇପିଏଫରେ ଯୋଗଦାନ କରୁଥିବା 1 ପ୍ରତିଶତରୁ ମଧ୍ୟ କମ ଲୋକଙ୍କ ଉପରେ ପଡ଼ିବ । ତେବେ ଏହି ନିୟମକୁ ବହୁତ୍ ବିରୋଧ କରାଯାଇଛି । ସରକାର ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି । CBDT ଗତବର୍ଷ ଅଗଷ୍ଟ 31 ତାରିଖରେ ଗୋଟିଏ ସର୍କୁଲାର ଜାରି କରି EPF ଉପରେ ଲାଗିବାକୁ ଯାଉଥିବା ଟ୍ୟାକ୍ସର ନୂତନ ନିୟମର ସୂଚନା ମଧ୍ୟ ଦେଇଛି ।

ଇଏ ହେଉଛି EPF ଟ୍ୟାକ୍ସର ନୂତନ ଗଣିତ :-

ଫାଇନାନ୍ସ ଆକ୍ଟ 2021ରେ ନୂତନ ନିୟମ ଯୋଡା ଯାଇଛି । ଏଥିରେ କୁହାଯାଇଛି ଯେ ଯଦି କୌଣସି କର୍ମଚାରୀ ନିଜର ପ୍ରୋଭିଡେଣ୍ଟ ଫଣ୍ଡରେ ବାର୍ଷିକ ଆର୍ଥିକ ବର୍ଷରେ 2.5 ଲକ୍ଷ ଟଙ୍କାରୁ ଅଧିକ କନଟ୍ରିବ୍ୟୁସନ କରିଥାଏ, ତେବେ 2.5 ଲକ୍ଷ ଟଙ୍କା ଉପରେ ଯେତେ ବିନିଯୋଗ ହେବ, ତା ଉପରେ ମିଳୁଥିବା ସୁଧ ଟ୍ୟାକ୍ସ ଡାଏରୀରେ ଆସିବ । ଏହି ନିୟମକୁ ସରଳ ଭାଷାରେ କହିବାକୁ ଗଲେ ଯଦି କେହି 3 ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ଅତିରିକ୍ତ 50000 ଟଙ୍କା ଉପରେ ମିଳୁଥିବା ସୁଧ ଉପରେ ଟ୍ୟାକ୍ସ ଲାଗିବ ।

Leave A Reply

Your email address will not be published.