କୋଟିଏରେ ଗୋଟିଏ ଜନ୍ମ ହୁଅନ୍ତି ଏମିତି ପିଲା, ଯାହାର ଦୁଇଟି ମୁଣ୍ଡ ଏବଂ ତିନୋଟି ହାତ,ଦେଖନ୍ତୁ ……

0

Get real time updates directly on you device, subscribe now.

କୁହାଯାଏ ଯେ ପିଲାମାନେ ଭଗବାନଙ୍କ ରୂପ ଅଟନ୍ତି । ଏପରି ପରିସ୍ଥିତିରେ କିଛି ପିଲା ଏମିତି ମଧ୍ୟ ହୋଇଥାନ୍ତି, ଯେଉଁମାନେ କି ସାଧାରଣ ପିଲାଙ୍କ ଠାରୁ ଟିକେ ଅଲଗା । ବର୍ତ୍ତମାନ ଏହାକୁ ପ୍ରକୃତିର ଚମତ୍କାର ବୋଲି କୁହାଯାଇପାରେ ଯେ ଗୋଟିଏ ଦେହରେ ଦୁଇଟି ଜୀବନ ହୋଇ ଏହି ପିଲା ଜନ୍ମ ନେଇଛନ୍ତି । ଆଜ୍ଞା ହଁ, ମଧ୍ୟପ୍ରଦେଶରୁ ଏମିତି ଗୋଟିଏ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା ଗୋଟିଏ ପିଲାକୁ ଜନ୍ମ ଦେଇଛନ୍ତି ଯାହାର ଦୁଇଟି ମୁଣ୍ଡ ଏବଂ ତିନୋଟି ହାତ ରହିଛି ।

କୁହାଯାଉଛି ଯେ ମଧ୍ୟପ୍ରଦେଶର ରତଲାମ ହସ୍ପିଟାଲରେ ଏହି ଅନନ୍ୟ ପିଲାର ଜନ୍ମ ହୋଇଛି । ତେବେ ଜନ୍ମ ହେବାପରେ ହିଁ ପିଲାକୁ ଇନ୍ଦୋରର ଏମବାୟ ହସପିଟାଲକୁ ରେଫର କରି ଦିଆଗଲା । ଇନ୍ଦୋର ଆଣିବା ପରେ ପିଲାକୁ ଆଇସିୟୁରେ ସିନିୟର୍ ଡାକ୍ତରଙ୍କ ତତ୍ତ୍ଵାବଧାନରେ ରଖାଯାଇଛି, କିନ୍ତୁ ପିଲାର ମାଙ୍କୁ ରତଲାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ପିଲାକୁ ଦେଖି ଡାକ୍ତରମାନେ କହିଛନ୍ତି ଯେ ଏପରି ପିଲା ଜନ୍ମ ହେବା ମେଡିକାଲ୍ ସାଇନ୍ସରେ ଚମତ୍କାର ହିଁ କୁହାଯାଇପାରେ । ଡାକ୍ତର କହିବା ଅନୁଯାୟୀ କୋଟିଏ ପିଲାଙ୍କ ମଧ୍ୟରୁ ଜଣେ ପିଲାର କେସ ଏହିପରି ହୋଇଥାଏ । ଯାହାକୁ ମେଡିକାଲ୍ ଭାଷାରେ ପୋଲିସେଫଲି କଣ୍ଡିଶନ କୁହାଯାଏ ।

ସୋନୋଗ୍ରାଫିରେ ଦେଖାଯାଇଥିଲା ଯାଆଁଳା ପିଲା :-

ଏହି ଅନନ୍ୟ ପିଲାର ବାପାଙ୍କ ନାମ ସୋହେଲ ଖାନ ଏବଂ ମାଙ୍କ ନାମ ଶାହିନ ବୋଲି କୁହାଯାଉଛି । ଏହା ସେମାନଙ୍କର ପ୍ରଥମ ସନ୍ତାନ ଅଟେ । ଶୋହେଲ କହିଛନ୍ତି ଯେ ଡେଲିଭରି ପୂର୍ବରୁ ଯେତେବେଳେ ତାଙ୍କ ସ୍ତ୍ରୀର ସୋନୋଗ୍ରାଫି କରାଯାଇଥିଲା, ସେତେବେଳେ ଡାକ୍ତରମାନେ କହିଥିଲେ ଯେ ଶାହିନଙ୍କ ଗର୍ଭରେ ଯାଆଁଳା ପିଲା ବଢୁୁଛନ୍ତି । କିନ୍ତୁ କେହି ଭାବି ମଧ୍ୟ ନଥିଲେ ଯେ ପିଲାଟି ଏହିପରି ଜନ୍ମ ନେବ ।

ପିଲାକୁ ନେଇ ଡାକ୍ତରଙ୍କ ମତ :-

ଏହି ପିଲାକୁ ନେଇ ଡାକ୍ତରମାନେ କହିଛନ୍ତି ଯେ ପିଲାର ଦୁଇଟି ମୁଣ୍ଡ ରହିଛି ଏବଂ ଏହି ମୁଣ୍ଡ ଗୋଟିଏ ଶରୀର ସହିତ ଯୋଡ଼ି ହୋଇଛନ୍ତି । ପିଲାର ତିନୋଟି ହାତ ରହିଛି । ଯେଉଁଥିରୁ ଦୁଇଟି ହାତ ସାଧାରଣ, କିନ୍ତୁ ଆଉ ଗୋଟିଏ ମୁଣ୍ଡ ପାଖରୁ ବାହାରିଛି । ଏପରି ପରିସ୍ଥିତିରେ ପିଲାର ବାପା କହିଛନ୍ତି ଯେ ଆଗକୁ କଣ୍ ହେବ ଜଣାନାହିଁ, କିନ୍ତୁ ଯଦି ଉପରବାଲା ଚାହିଁବ ତେବେ ଏହି ପିଲା ଜୀବିତ ରହିପାରିବ ।

Leave A Reply

Your email address will not be published.