ଇଏ କି ନୃଶଂସ କାର୍ଯ୍ୟ ! ୧୦୦ ରୁ ଅଧିକ ସଂଖ୍ୟକ କୁକୁରକୁ ବିଷ ଇଞ୍ଜେକ୍ସନ ଦେଇ ମାରିଦେଲେ

0

Get real time updates directly on you device, subscribe now.

ବର୍ତ୍ତମାନ ତେଲେଙ୍ଗାନାରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛିକି ତେଲେଙ୍ଗାନାର ସିଦ୍ଧିପେଷ୍ଟ ଜିଲ୍ଲାରେ ୧୦୦ ରୁ ଅଧିକ ସଂଖ୍ୟକ ବୁଲା କୁକୁରଙ୍କୁ ମାରି ଦିଆଯାଇଛି। ଏ ବିଷୟରେ ଅଦୁଳାପୁରମ ଗୋଉଥମ ନାମକ ଜଣେ ପଶୁପ୍ରେମୀ ଏମିତି ଅଭିଯୋଗ ଆଣିଛନ୍ତି। ଏତେ ସଂଖ୍ୟକ କୁକୁରମାନଙ୍କୁ ହତ୍ୟା କରିବା ଅଭିଯୋଗରେ ଗୌତମ ଉକ୍ତ ଗାଁର ସରପଞ୍ଚ ଓ ପଂଚାୟତ ସେକ୍ରେଟାରୀଙ୍କ ନାଁରେ ଏକ ଅଭିଯୋଗ ମଧ୍ୟ ରୁଜ୍ଜୁ କରିଛନ୍ତି। ତାମିଲନାଡ଼ୁର ସିଦ୍ଦିପେଷ୍ଟ ଜିଲ୍ଲାର ଜଗଡେଭପୁର ମଣ୍ଡଳର ଥିଗୁଲ ଗ୍ରାମରେ ଏହିପରି ଘଟଣା ଘଟିଛି ବୋଲି ଜଣାପଡିଛି।

ଗୌତମଙ୍କ କହିବା ଅନୁସାରେ ଅଭିଯୁକ୍ତମାନେ କୁକୁର ଧରାଳିମାନଙ୍କୁ ଆଣି ସେମାନଙ୍କୁ ଏକ ପ୍ରକାର ବିଷ ଇଞ୍ଜେକ୍ସନ ଦେଇ ମାରିଦେଇଛନ୍ତି। ଘଟଣାଟି ମାର୍ଚ୍ଚ ମାସ ୨୭ ତାରିଖରେ ଘଟିଛି ବୋଲି ଜଣା ପଡିଛି। ଖାଲି ବୁଲା କୁକୁରଙ୍କୁଯେ ମାରି ଦିଆଯାଇଛି ତାହା ନୁହେଁ ଗାଁର ଜଣେ ବ୍ୟକ୍ତିଙ୍କ ପୋଷା କୁକୁରକୁ ମଧ୍ୟ ଏମାନେ ମାରି ଦେଇଥିବାର ନେଇ ଅଭିଯୋଗ ଆସିଛି। ପୋଷା କୁକୁରର ମାଲିକ ଜଣକ “ଆନିମଲ ଫାଉଣ୍ଡେସନ” ନିକଟରେ ଏକ ଅଭିଯୋଗ ରୁଜ୍ଜୁ କରିବା ପରେ ହଜିଯାଇଥିବା କୁକୁରମାନଙ୍କୁ ଖୋଜା କାମ ଆରମ୍ଭ ହୋଇଥିଲା। ଅନେକ ଖୋଜାଖୋଜି କରିବା ପରେ ମଲା କୁକୁରମାନଙ୍କର ଶବ ଏକ ପରିତ୍ୟକ୍ତ କୂଅ ଭିତରୁ ମିଳିଥିଲା।

ପଶୁପ୍ରେମୀ ଗୌତମଙ୍କ କହିବା ଅନୁସାରେ ଏହି ଘଟଣା ବାବଦରେ ସେ ସିଦ୍ଦିପେଷ୍ଟ ଜିଲ୍ଲାପାଳ ଓ ପୋଲିସ କମିସିନରଙ୍କ ନିକଟରେ ମଧ୍ୟ ଏକ ଅଭିଯୋଗ ରୁଜ୍ଜୁ କରିଛନ୍ତି। ସରପଂଚ ସେକ୍ରେଟେରୀଙ୍କୁ ସସ୍ପେଣ୍ଡ କରିବା ପାଇଁ ମଧ୍ୟ ଏକ ଅଭଯୋଗ ଫର୍ଦ୍ଦରେ ମଧ୍ୟ ଉଲ୍ଲେଖ ରହିଛି।

Leave A Reply

Your email address will not be published.