ଓଡ଼ିଶା ବଜେଟ୍ : କେଉଁ ବିଭାଗକୁ ମିଳିଲା କେତେ ଟଙ୍କା ?

0

Get real time updates directly on you device, subscribe now.

ଓଡ଼ିଶା ବଜେଟ ଅଧିବେଶନ:-

ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ କାମଚଳା ବଜେଟ ବିଧାନସଭାରେ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କାମଚଳା ବଜେଟକୁ ଉପସ୍ଥାପନ କରିଛନ୍ତି। ୪ ମାସ ପାଇଁ ମୋଟ୍ ୧ ଲକ୍ଷ ୬ ହଜାର ୪୯୭ କୋଟିର ବଜେଟ ଉପସ୍ଥାପନ କରାଯାଇଛି। ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବିକାଶ ଦିଗରେ ବର୍ତ୍ତମାନ କାମ କରୁଛନ୍ତି। କେନ୍ଦ୍ରୀୟ ସହାୟତା ଉପରେ ନିର୍ଭର କମିଛି। ରାଜ୍ୟରେ ପୁଞ୍ଜି ନିବେଶ ଧୀରେ ଧୀରେ ବଢିବାରେ ଲାଗିଛି। ଜାତୀୟ ଅଭିବୃଦ୍ଧିର ହାର ଠାରୁ ଓଡ଼ିଶାର ଅଭିବୃଦ୍ଧି ଅଧିକ ରହିବାର ଆକଳନ କରାଯାଇଥିବା କଥା ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି ରାଜ୍ୟର ଆର୍ଥିକ ସ୍ଥିତି ବର୍ତ୍ତମାନ ଜାତୀୟ ହାର ଠାରୁ ଅଧିକ ରହିବ। ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧିର ହାର ୯ ରୁ ୯.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।

ସେହିପରି ୨୦୨୨-୨୩ ମସିହାରେ ରାଜ୍ୟର GSDP ଅଭିବୃଦ୍ଧି ୧୨ ପ୍ରତିଶତରୁ ଅଧିକ ସମ୍ଭାବନା ରହିଥିବା ସମୟରେ ୨୦୦୫-୦୬ ପରଠାରୁ ରାଜ୍ୟ କ୍ରମାଗତ ରାଜସ୍ୱ ବଳକା ହାସଲ କରୁଥିବା ସୂଚନା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଛନ୍ତି। ୨୦୨୨-୨୩ ମସିହା ଆର୍ଥିକ ବର୍ଷରେ ମୋଟ ରାଜସ୍ୱ ପ୍ରାପ୍ତି ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ଆକଳନ କରାଯାଇଛି। ସେହିଭଳି ରାଜସ୍ୱ ବ୍ୟୟ ୧ ଲକ୍ଷ ୪୪ ହଜାର ୩୪୯ କୋଟି ଟଙ୍କା ହେବାର ସମ୍ଭାବନା ଅଛି। ଅର୍ଥାତ୍ ରାଜସ୍ୱ ବଳକା ୧୯ ହଜାର ୬୧୮ କୋଟି ରହିବ। ବିତ୍ତୀୟ ନିଅଣ୍ଟ ୨୧ ହଜାର ୫୮୮ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି।

ତେବେ ବର୍ତ୍ତମାନ ନଜର ପକାନ୍ତୁ କେଉଁ ବିଭାଗକୁ କେତେ ଟଙ୍କା ଆବଣ୍ଟନ କରାଯାଇଛି:-

– କାଳିଆ ଯୋଜନା ପାଇଁ ୧ ହଜାର ୮୭୪ କୋଟି ଟଙ୍କା।

– ପଞ୍ଚାୟତିରାଜ ପାଇଁ ୧୧ ହଜାର ୧୨୩ କୋଟି।

– ଗୃହ ବିଭାଗ ପାଇଁ ୩ ହଜାର ୧ ୮୮ କୋଟି।

– ଶକ୍ତି ବିଭାଗ ପାଇଁ ୧ ହଜାର ୭୩୯ କୋଟି।

– ଜଳ ସମ୍ପଦ ବିଭାଗ ପାଇଁ ୫ ହଜାର ୨୫ କୋଟି।

– ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୮ ହଜାର ୨୫୫ କୋଟି।

– ବିଜୁ ସେତୁ ଯୋଜନାରେ ୧ ହଜାର ୬୮୮ କୋଟି।

– ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ବାବଦରେ ୬୭୫ କୋଟି।

-କୃଷି ପାଇଁ ୬ ହଜାର ୧୩୮ କୋଟି।

– ଅର୍ଥ ବିଭାଗ ପାଇଁ ୧୮ ହଜାର ୫୪୨ କୋଟି ଟଙ୍କା।

– ବିପର୍ଯ୍ୟୟ ପରିଚାଳନା କରିବା ପାଇଁ ୬ ହଜାର ୪୪୪ କୋଟି।

– ଶିକ୍ଷା କ୍ଷେତ୍ର ପାଇଁ ସର୍ବାଧିକ ୨୬ ହଜାର ୪୯୨ କୋଟି ବ୍ୟୟବରାଦ ହୋଇଛି।

– ଉଚ୍ଚଶିକ୍ଷା ବିଭାଗ ପାଇଁ ୧ ହଜାର ୪୦୩ କୋଟି ଟଙ୍କା।

– ଗଣଶିକ୍ଷା ବିଭାଗ ପାଇଁ ୧୦ ହଜାର ୧୬୫ କୋଟି।

– ବିଶ୍ୱବିଦ୍ୟାଳୟ ପାଇଁ ଶହେ ୬୫ କୋଟି ଟଙ୍କା।

– ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କା।

– ମିଶନଶକ୍ତି ଗୃହ ନିର୍ମାଣ ପାଇଁ ଶହେ ୭୬ କୋଟି ଟଙ୍କା।

– କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ୨ ହଜାର ୩ଶହ ୪୪ କୋଟି ଟଙ୍କା।

– ମହିଳା ଓ ଶିଶୁ ବିଭାଗ ପାଇଁ ୧ ହଜାର ୭୮୩ କୋଟି।

– ଅବଢ଼ା ଯୋଜନା ପାଇଁ ୧ ହଜାର ୪୦୮ କୋଟି।

– ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଶହେ ୫୦ କୋଟି।

– ଏକାମ୍ର କ୍ଷେତ୍ରର ବିକାଶ ପାଇଁ ୨ ଶହ କୋଟି।

Leave A Reply

Your email address will not be published.