ବର୍ତ୍ତମାନ ଆପଣ କେବଳ ଗୋଟିଏ ପୋର୍ଟାଲ ମାଧ୍ୟମରେ ଉଠାଇ ପାରିବେ ସମସ୍ତ ସରକାରୀ ଯୋଜନାର ଲାଭ,ଜାଣନ୍ତୁ କେମିତି..?

0

Get real time updates directly on you device, subscribe now.

ର୍ତ୍ତମାନ ସରକାରଙ୍କ ଦ୍ୱାରା ଅନେକ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଯାହାର ଲାଭ ଉଠାଇବା ପାଇଁ ବର୍ତ୍ତମାନ ଆଉ ଆପଣମାନଙ୍କୁ ଅଫିସର ଚକ୍କର ଲଗାଇବାର କୌଣସି ଆବଶ୍ୟକତା ପଡିବ ନାହିଁ। ଘରେ ବସି ଆପଣ ସହଜରେ ଅନଲାଇନ ପ୍ରକ୍ରିୟାରେ ଏହି ସମସ୍ତ ଯୋଜନାର ଲାଭ ଉଠାଇପାରିବେ। ଏହିପରି ଅନେକ ସ୍କିମ ବା ଯୋଜନାର ଅଲଗା ଅଲଗା ୱେବସାଇଟ ରହିଛି। କିନ୍ତୁ ବର୍ତ୍ତମାନ ଏକ ଏମିତି ପୋର୍ଟାଲ ଆରମ୍ଭ କରାଯାଉଛି, ଯାହା ଜରିଆରେ ଆପଣ ଗୋଟିଏ ସ୍ଥାନରେ ଆପଣ ସରକାରଙ୍କର ସଂପୂର୍ଣ୍ଣ ୧୫ଟି ଯୋଜନାର ଲାଭ ଏକସାଥିରେ ଉଠାଇପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁଯେ ଜନସାଧାରଣଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ସରକାର ଏକ ‘କମନ ପୋର୍ଟାଲ’ ଆଣିବା ପାଇଁ ଯୋଜନା କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛିକି ଗୋଟିଏ ପ୍ଲାଟଫର୍ମରେ ବିଭିନ୍ନ ଯୋଜନାକୁ ଏକାସାଥିରେ ଆଣିବା। ଏହି ପୋର୍ଟାଲର ପାଇଲଟ ପରୀକ୍ଷଣ କରାଯାଉଛି। ସୂଚନା ଅନୁସାରେ ‘ନ୍ୟୁନତମ ସରକାର, ଅଧିକତମ ଶାସନ’ ଦୃଷ୍ଟିକୋଣ ଅନୁସାରେ ମୋଦି ସରକାର ଭିନ୍ନ ଭିନ୍ନ ଯୋଜନାର ଲାଭ ଉଠାଇବା ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି। କମନ ପୋର୍ଟାଲରେ ପିଏମ ଆବାସ, ଉଜ୍ୱଳା ଯୋଜନା ସମେତ ୧୫ ଋଣ ଆଧାରିତ ସରକାରୀ ଏହି ଯୋଜନାକୁ ଏକାସାଥିରେ ସାମିଲ କରାଯିବ।

ଏମିତି ମଧ୍ୟ କୁହାଯାଉଛିକି ଏହି ପୋର୍ଟାଲରେ ଯୋଜନାକୁ ଧିରେ ଧିରେ ରୋଲଆଉଟ କରାଯିବ। ଏହା ପଛର ଥିବା କାରଣ ହେଉଛି ଅନେକ ଏଜେନ୍ସୀଙ୍କର କିଛି କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ପାର୍ଟନରସିପ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଋଣ ସହ ସମ୍ବନ୍ଧୀତ ପୁଞ୍ଜିଗତ ସବସିଡି ଯୋଜନା ଭଳି ଯୋଜନା, ଯାହାର ସଞ୍ଚାଳନ ଅଲଗା ଅଲଗା ମନ୍ତ୍ରାଳୟ ଦ୍ୱାରା କରାଯାଉଅଛି। କେବଳ ଏହାକୁ ଦେଖି ସରକାର ଗୋଟିଏ ହିଁ ପୋର୍ଟାଲରେ ସମସ୍ତ ପ୍ରକାର ଅଲଗା ଅଲଗା ଯୋଜନାକୁ ଏକସାଥିରେ ଆଣିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏମିତିରେ ଲାଭାର୍ଥିମାନଙ୍କୁ ଅନ୍ୟ କୌଣସି ଯୋଜନା ପାଇଁ ଚିନ୍ତା କରିବାକୁ ପଡିବ ନାହିଁ।

ଏହି କମନ ପୋର୍ଟାଲ ବା ବୁଝାମଣା ପୋର୍ଟାଲର ପାଇଲଟର ପରୀକ୍ଷଣ ଆରମ୍ଭ କରିଦିଆଯାଇଛି। ତେବେ ଏହାକୁ ଆରମ୍ଭ କରିବା ପୂର୍ବରୁ ସରକାର ପ୍ରତ୍ୟେକ ଆଡୁ ଦୃଷ୍ଟି ପକାଇ ଯାଞ୍ଚ କରୁଛନ୍ତି। ଏହାପରେ ଏହି ପୋର୍ଟାଲକୁ ଭଲ ଭାବରେ ଲଞ୍ଚ କରାଯିବ। ଏହି ପୋର୍ଟାଲର ପରୀକ୍ଷଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଅନ୍ୟ ଋଣଦାତାଙ୍କ ଦ୍ୱାରା କରାଯାଉଅଛି। ଏମିତି କୁହାଯାଉଛିକି ଏହି ମଞ୍ଚରେ ରାଜ୍ୟ ସରକାର ଏବଂ ଅନ୍ୟ ସଂସ୍ଥାଗୁଡିକ ନିଜର ସମସ୍ତ ଯୋଜନାକୁ ମଧ୍ୟ ସାମିଲ କରିପାରିବେ।

Leave A Reply

Your email address will not be published.