ନାବାଳିକା ଝିଅମାନଙ୍କ ସହିତ କରୁଥିଲା ଅଭଦ୍ରାମି, ମାମୁଁ ଚଳାଇଦେଲେ ବୁଲଡୋଜର, ପୋକ୍ସୋ ଏବଂ ରାସୁକା ଆଇନ ଅଧୀନରେ ଆକ୍ସନ ନିଆଯାଉଛି

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ରାଜଗଢ଼ ଜିଲ୍ଲାରୁ ନାବାଳିକା ଛାତ୍ରୀମାନଙ୍କ ସହିତ ଅଭଦ୍ରାମି ଏବଂ ଅଶ୍ଳୀଳ କାର୍ଯ୍ୟକଳାପ କରିବାର ମାମଲା ସାମ୍ନାକୁ ଆସିଛି । ଏଠାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି, ଯିଏକି ସରକାରୀ ସ୍କୁଲରେ ନାବାଳିକା ଛାତ୍ରୀଙ୍କ ସହିତ ଅଭଦ୍ରାମି ଏବଂ ଅଶ୍ଳୀଳ କାର୍ଯ୍ୟକଳାପ କରୁଥିଲା । ଏହି ବ୍ୟକ୍ତି ଆଉ କେହି ନୁହେଁ, ବରଂ ସ୍କୁଲରେ ପଢ଼ାଉଥିବା ମହିଳା ଟିଚରଙ୍କ ଡ଼୍ରାଇଭର ରଫିକ ଅହମଦ ଅଟେ ।

ସ୍କୁଲରେ ପଢୁଥିବା ଛାତ୍ରୀଙ୍କ ଅଭିଯୋଗ ରହିଛି ଯେ ତାଙ୍କ ଶିକ୍ଷୟତ୍ରୀଙ୍କ ଡ଼୍ରାଇଭର ଅନେକଥର ସେମାନଙ୍କ ସହିତ ଖରାପ ବ୍ୟବହାର କରିଛି । କେବଳ ଏତିକି ନୁହେଁ, ସେ ଭୁଲ ଭାବରେ ସେମାନଙ୍କୁ ଛୁଇଁଥିଲା । ଯେତେବେଳେ ଛାତ୍ରୀମାନେ ଏହି କଥା ପରିବାର ଲୋକଙ୍କୁ କହିଲେ, ସେତେବେଳେ ସେମାନେ କୁରାବର ଥାନାରେ ଅଭିଯୋଗ କଲେ । ରଫିକ ଅହମଦ ନରସିଂହଗଢ଼ର ବାସିନ୍ଦା ଅଟେ ।

ପୋଲିସ ରାସୁକା ଅଧୀନରେ ନେଲା ଆକ୍ସନ :-

ପୋଲିସ ରଫିକ ଅହମଦ ବିରୋଧରେ ଧାରା 450, 375(C), 376, 354, 354(କ) ଏଵଂ 9/10 ପକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜ୍ଜୁ କରିଛି । କେବଳ ଏତିକି ନୁହେଁ ପୋଲିସ ଅଭିଯୁକ୍ତ ଉପରେ ରାସୁକା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛି । ଏହା ବ୍ୟତୀତ ତାର ଅବୈଧ ଘର ନିର୍ମାଣ ଉପରେ ଜେସିବି ଚଳାଇ ତାକୁ ପକାଇ ଦେଲେ ।

ଏହି ଘଟଣା ସାମ୍ନାକୁ ଆସିବାପରେ ଥାନା ଅଧିକାରୀ ଆରଏସ ଶକ୍ତାବତ ଏବଂ ତାଙ୍କର ପୋଲିସ ଟିମ୍ ପୀଡ଼ିତ ନାବାଳିକା ଛାତ୍ରୀମାନଙ୍କର କାଉନସେଲିଂ ମଧ୍ୟ କରାଇଲା । ଜିଲ୍ଲା ପୋଲିସ ଅଧିକାରୀ ପ୍ରଦୀପ ଶର୍ମା ମିଡିଆକୁ କହିଛନ୍ତି ଯେ ” ଆମେ ଅଭିଯୁକ୍ତଙ୍କୁ ଗିରଫ କରିଛୁ । ବର୍ତ୍ତମାନ ତାକୁ ଏହି ମାମଲାରେ ପଚରାଉଚରା କରାଯାଉଛି ।”

ଜିଲ୍ଲା ପୋଲିସ ଅଧିକାରୀ ଆଗକୁ କହିଛନ୍ତି ” ଯେହେତୁ ଏହି ଘଟଣା ନାବାଳିକା ବାଳିକାମାନଙ୍କ ସହିତ ଜଡିତ, ତେଣୁ ମାମଲାକୁ ବହୁତ୍ ଗମ୍ଭୀରତା ଭାବେ ନିଆଯାଇଛି । ଅଭିଯୁକ୍ତ ବିରୋଧରେ ରାସୁକା ନିୟମ ଅଧୀନରେ ଆକ୍ସନ ନିଆଯାଉଛି । ସେହିପରି ଅଭିଯୁକ୍ତଙ୍କ ଅବୈଧ ଘର ନିର୍ମାଣକୁ ମଧ୍ୟ ବୁଲଡୋଜର ଚଳାଇ ପକାଇ ଦିଆଯାଇଛି ।”

Leave A Reply

Your email address will not be published.